Categories: Rasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୭ ତାରିଖ – Daily Horoscope

ମେଷ
ଆଜି ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ଅବିଳମ୍ବେ ସଫଳତା ପାଇବେ। ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇ କମ୍‌ ସମୟରେ ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ଅଂଶୀଦାର ବ୍ୟବସାୟରେ, କଳା ସାହିତ୍ୟରେ, ସଭାସମିତିରେ ଆଶା ପୂରଣ ହେବ।
ବୃଷ
ଅନ୍ୟମାନେ ଦୋଷ ଖୋଜି ବୁଲିବେ ଏବଂ ଅଯଥା ମୂଲ୍ୟହୀନ ଅଭିଯୋଗ ଆଣିପାରନ୍ତି। ଆଜିର କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଅବଶ୍ୟ ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। ବନ୍ଧୁଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ମିଥୁନ
କର୍ମାରମ୍ଭରେ ପ୍ରଥମେ ପ୍ରଥମେ କିଛିଟା ସମସ୍ୟାର ସମ୍ମୁଖୀନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କଲେ ଲାଭ କିଛି ହେବନାହିଁ। ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ ବରଂ ଗୋଟିଏ ପରେ ଗୋଟିଏ କାମ କଲେ ସଫଳତା ପାଇପାରିବେ। ବୃହସ୍ପତିଙ୍କ ସ୍ଥିତି ଅଭାବ ଅସୁବିଧାକୁ ଦୂରେଇବା ସହ ଆର୍ଥିକ ଉନ୍ନତି କରାଇବ।
କର୍କଟ
କର୍ମକ୍ଷେତ୍ରରେ ଖଟଣି ବଢ଼ିଯିବ, ମାତ୍ର ତଦନୁରୂପ ପାରିଶ୍ରମିକ ପାଇବା କଷ୍ଟକର ହେବ। ବ୍ୟବସାୟରେ ସନ୍ତୋଷଜନକ ଫଳ ପାଇବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁକମ୍ପା ମନୋବଳ ବୃଦ୍ଧିରେ ସହାୟକ ହେବ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ସହ ପାରିବାରିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ସି˚ହ
ମନୋବଳ ଟାଣ ରହିବ ଏବଂ କାର୍ଯ୍ୟ ହାସଲରେ ସଫଳ ହେବେ। ସହକର୍ମୀଙ୍କ ସାହାଯ୍ୟ ପାଇବାରେ ଅସୁବିଧା ହେବନାହିଁ। ଯାତ୍ରା ସମୟରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। କଚେରି ମାମଲା, ସନ୍ତାନଙ୍କ ସମସ୍ୟା, ସହକର୍ମୀଙ୍କ ବିରୁଦ୍ଧାଚରଣରେ ପରିବର୍ତ୍ତନ ଘଟିବ।
କନ୍ୟା
ବାରମ୍ବାର ସମସ୍ୟା କମିବା ବଦଳରେ ବଢ଼ିବା ହେତୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଆଲୋଚନା ପରିସରରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ। କୌଣସି କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ରହିନପାରେ।
ତୁଳା
ଆର୍ଥିକ ଅଭିବୃଦ୍ଧି ଓ ନୂତନ ବନ୍ଧୁ ସମ୍ପର୍କ ମାନସିକ ଅସ୍ଥିରତା ଦୂରେଇବାରେ ସହାୟକ ହେବ। ବନ୍ଧୁଙ୍କ ସାହାଯ୍ୟ ନେଇ ପାରିବାରିକ ସମସ୍ୟା ସମାଧାନ କରିବେ। ନୂତନ କାର୍ଯ୍ୟାରମ୍ଭ ସକାଶେ ପ୍ରସ୍ତୁତ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ଆପଣଙ୍କ ସୁଚିନ୍ତିତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବାରେ ସହାୟକ ହେବ। ପାଟି ଖୋଲିଲେ ଆପଣଙ୍କୁ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନକଲେ ଶତ୍ରୁମାନଙ୍କୁ ସୁଯୋଗ ମିଳିପାରେ। ସାମାଜିକ ସ୍ତରରେ ଅଥବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ଧନୁ
ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ଆଜି ହଠାତ୍‌ ହୋଇଯିବ। ପୂର୍ବ ନିର୍ଦ୍ଧାରିତ ଯୋଜନାଗୁଡ଼ିକୁ ବଦଳାଇବା କଷ୍ଟକର ହୋଇପାରେ। ଯାନବାହନରେ ଯାତ୍ରାକାଳରେ ଭ୍ରମଣବେଳେ ଅନ୍ୟମନସ୍କତା କାରଣରୁ କୌଣସି ଜିନିଷ ହଜିଯାଇପାରେ। କୌଣସି ବନ୍ଧୁଙ୍କ ସହ ଭାବ ବିନିମୟ ମନକୁ ସାମୟିକ ଆନନ୍ଦ ପ୍ରଦାନ କରିବ।
ମକର
ଦୈହିକ ଦୁର୍ବଳତା ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ସ୍ବାସ୍ଥ୍ୟ ଆଶ୍ୱସ୍ତିର କାରଣ ହେବ। ଉପରିସ୍ଥଙ୍କ ସମ୍ମୁଖରେ ମନକଥା କହିବାକୁ ପଛେଇଯିବେ। ସମ୍ପର୍କୀୟଙ୍କ ବିରୁଦ୍ଧାଚରଣଜନିତ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବ। ଆର୍ଥିକ, ପାରିବାରିକ, ସାମାଜିକ ସ୍ଥିତି ଭଲ ରହିବା ହେତୁ ସମସ୍ୟାକୁ ବିଶେଷ ଗୁରୁତ୍ୱ ଦେଇନପାରନ୍ତି।
କୁମ୍ଭ
ଆରୋଗ୍ୟ ଲାଭ ସାଙ୍ଗକୁ ବନ୍ଧୁମାନଙ୍କ ସହାନୁଭୂତି ମନକୁ ପ୍ରସନ୍ନତାରେ ଭରିଦେବ। ଯାତ୍ରା, ନୂତନ କର୍ମାରମ୍ଭ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡ଼ିଚାଲନ୍ତୁ, କୌଣସି ଅସୁବିଧା ହେବନାହିଁ।
ମୀନ
ଆଜି ଜମିଜମା କାରବାର, ପ୍ଲଟିଂ ବ୍ୟବସାୟ, ବୀମା ପ୍ରଭୃତିରେ ସଫଳତା ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା ଓ ଏଜେନ୍ସିପ୍‌ରେ ନୈରାଶ୍ୟ ଦୂରେଇଯିବ। ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ଭୁଲ୍‌ ବୁଝାମଣାରୁ ଅଶାନ୍ତ ପରିବେଶ ସୃଷ୍ଟି ହେବାର ସୂଚନା ପ୍ରତି ବେଖାତିର କରିବା ଠିକ୍‌ ନ ହୋଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.