Posted inRasifala

ରାଶିଫଳ: ଶୁକ୍ରବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ
ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ଅସୁସ୍ଥତାବଶତଃ କେତେକ ଅତ୍ୟାବଶ୍ୟକ କାମଗୁଡିକ ସ୍ଥଗିତ ରହିଯିବାର ସୂଚନା ମଧ୍ୟ ରହିଛି।
ବୃଷ
ବୃଷ
କର୍ମକ୍ଷେତ୍ରସ୍ଥ ଗ୍ରହଙ୍କ ପ୍ରଭାବରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମରେ ସାହାଯ୍ୟ, ସହଯୋଗ ପାଇବା ସହ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି। ଅନ୍ୟମନସ୍କ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି ହେବ।
ମିଥୁନ
ମିଥୁନ
ତୃତୀୟାଧିପତି ଅଷ୍ଟମଭାବସ୍ଥ ଯୋଗୁ ଭାଇ, ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ମାଙ୍ଗଳିକ କାମ ସକାଶେ ପରିବାର ସହ ଆଲୋଚନା କରିପାରନ୍ତି। ଅର୍ଥନୈତିକ ଆଲୋଚନା, ଶିଳ୍ପ, ବାଣିଜ୍ୟ ଓ ନିର୍ମାଣ ସକାଶେ କୈାଣସି ଅସୁବିଧା ହେବନାହିଁ। ଦୈହିକ ଦୁର୍ବଳତା ଲାଗିରହୁଥିବାରୁ ବ୍ୟସ୍ତତା ବୃଦ୍ଧି ପାଇପାରେ।
କର୍କଟ
କର୍କଟ
ରାଶିକୁ ରବି ଓ ମଙ୍ଗଳଙ୍କ ଦୃଷ୍ଟିରୁ ଆଶା ଓ ଅଭିଳାଷର ପୂର୍ଣ୍ଣତା ମାନସିକ ଶାନ୍ତି ପ୍ରଦାନ କରିବ। ବନ୍ଧୁଙ୍କ ସହାନୁଭୂତି, ଶତ୍ରୁମାନଙ୍କ ଅଧୋଗତି, ବିବାଦର ଅବସାନ ପ୍ରଭୃତିରୁ ଆଶ୍ୱସ୍ତି ଅନୁଭବ କରିବେ। ଯାନବାହନଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ଭଲ। ପରିବାର କିମ୍ବା ସମ୍ପର୍କୀୟଙ୍କ ସହ କଳହ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଆଜି ଦୂରଯାତ୍ରା,ପାରିବାରିକ ବ୍ୟୟବରାଦ,ସନ୍ତାନଙ୍କ ସମସ୍ୟା ଯୋଗୁ ଚିନ୍ତିତ ରହିପାରନ୍ତି। ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ। ଆନୁଷ୍ଠାନିକ କାର୍ଯ୍ୟ, ବନ୍ଧୁମିଳନ ଓ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ହୋଇପାରେ।
କନ୍ୟା
ରବି ଓ ମଙ୍ଗଳଙ୍କ କୁପ୍ରଭାବରୁ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ସ୍ବାର୍ଥସାଧନାର ଆଶା ନ ଥିବାରୁ ନିଜ ଲୋକ ଦୂରେଇ ରହିବେ। ଆଜିର ବ୍ୟବସାୟିକ ସ୍ଥିତି, ନିର୍ମାଣ କାର୍ଯ୍ୟ, ବନ୍ଧୁଙ୍କ ସହ ଆଲୋଚନାରୁ ସୁଫଳ ପାଇବେ।
ତୁଳା
ତୁଳା
ଧନ ଏବଂ ଲାଭାଧିପତି କୋଣଭାବସ୍ଥ ଯୋଗୁ ଅର୍ଥସମ୍ପର୍କିତ ସମସ୍ୟାର ସମାଧାନ ହେବ। ଭୁଲ୍‌ ବୁଝାମଣାରୁ ଯୁକ୍ତିତର୍କଜନିତ ମତପାର୍ଥକ୍ୟ ପାରିବାରିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିପାରେ। ଆଜିର ସକାଳ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ। ଆନୁଷ୍ଠାନିକ କାମରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ରାଶ୍ୟାଧିପତି ଲାଭାଧିପତିଙ୍କ ସହିତ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଉଚ୍ଚ ସମ୍ମାନ ସହ ବହୁଜନ ପ୍ରଶଂସିତ ହେବେ। ପୁନଶ୍ଚ ଅର୍ଥଲାଭ ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ସାଧାରଣ ଘଟଣାକୁ କେନ୍ଦ୍ରକରି ଘରୋଇ କଳହଜନିତ ସାମୟିକ ବିତର୍କ ଲାଗିପାରେ ।
ଧନୁ
ଧନୁ
କର୍ମସ୍ଥାନ ଶନି ଦୃଷ୍ଟିରେ ରହିଥିବାରୁ ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତି ସହିତ ପ୍ରତିଯୋଗିତା ମନୋଭାବ ସୃଷ୍ଟିହେବ। ପାରିବାରିକ କ୍ଷେତ୍ରରେ ଅସୁବିଧା ଥିବାର ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ସମ୍ପର୍କ ବୃଦ୍ଧି, ପରିବହନରେ ଉନ୍ନତି, ବ୍ୟବସାୟିକ ଉତ୍କର୍ଷ ହେତୁ ଖୁସି ରହିବେ।
ମକର
ମକର
ମଙ୍ଗଳଙ୍କ ସୁପ୍ରଭାବରେ ପରିସ୍ଥିତି ଯାହାହେଉନା କାହିଁକି ଆପଣଙ୍କ ଆଶା ପୂରଣରେ ପ୍ରତିବନ୍ଧକ ରହିବ ନାହିଁ। ବିବାଦୀୟ ପରିସ୍ଥିତି ଲାଗିରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପ୍ରତ୍ୟାବର୍ତ୍ତନ ପଥରେ ବନ୍ଧୁଙ୍କ ସକାଶେ ଦୀର୍ଘସମୟର ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ବୃହସ୍ପତିଙ୍କ ପ୍ରଭାବରେ ସମସ୍ୟା ରହିଥିଲେ ମଧ୍ୟ ଆତ୍ମୀୟତାର ସହ କାମକରି ପ୍ରଶଂସିତ ହେବେ। ବ୍ୟବସାୟରୁ ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍‌ ହେବେ। ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଲକ୍ଷ୍ୟପୂରଣରେ ଅସୁବିଧା ରହିବ ନାହିଁ। ସାହିତ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ ଶତଭିଷା ସମସ୍ୟାର ସମ୍ମୁଖୀନ ହେବେ।
ମୀନମୀନ
ଆଜି ମାପିଚୁପି କଥାବାର୍ତ୍ତା ନ କଲେ ସମ୍ମାନହାନି ଘଟିପାରେ। ଦୁଃସ୍ଥାନସ୍ଥ ବୁଧଜନିତ ପାରିବାରିକ ସମସ୍ୟା ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ସାମାଜିକ ସ୍ତରରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ ଏବଂ କାର୍ଯ୍ୟମଧ୍ୟ ଅଟକିବ ନାହିଁ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

ରାଶିଫଳ: ବୁଧବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ ଚତୁଃଗ୍ରହ କର୍ମସ୍ଥାନରେ କାର୍ଯ୍ୟସିଦ୍ଧି, ଅର୍ଥ ଓ ସମ୍ମାନ ଲାଭ କରାଇବେ। କିନ୍ତୁ ନିକିତି ତଉଲ ପରି ପାରିବାରିକ ଜୀବନର ପଲା ନିମ୍ନାଭିମୁଖୀ ହେତୁ ମନାନ୍ତର ଓ…

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୩ ତାରିଖ – Daily Horoscope

ମେଷ କେତୁଯୁକ୍ତ ଚନ୍ଦ୍ର କୋଣଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ଟେନ୍‍ସନ ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…

ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଦ୍ୱିଜା ନକ୍ଷତ୍ର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ନିଜ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହନ, ହୋଟେଲଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ…

ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope

ମେଷ ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ…

ରାଶିଫଳ: ଶନିବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହଚକ୍ରର ଅନୁକୂଳତା କର୍ମକ୍ଷେତ୍ର, ପାରିବାରିକ ଏବଂ ସାମାଜିକ ଦିଗକୁ ଋଦ୍ଧିମନ୍ତ କରିବ। ଶିଳ୍ପ, ନିର୍ମାଣ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। ଆନୁଷ୍ଠାନିକ କାମରେ…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri