Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କ ରାଶିରେ ବିଳାସକାରକ ଗ୍ରହ ଶୁକ୍ର ଅବସ୍ଥାନକରି ଦିନଟିକୁ ସୁଖ ସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରାଇବେ। ଆନୁଷ୍ଠାନିକ କାମ ମଧ୍ୟରେ ବନ୍ଧୁମାନଙ୍କ ସାନ୍ନିଧ୍ୟ ଓ ପରିବାର ସହ ଭ୍ରମଣର ସୁଯୋଗରୁ ଆନନ୍ଦିତ ହେବେ। କର୍ମକ୍ଷେତ୍ରରେ ନୈରାଶ୍ୟ କ୍ରମଶଃ ଦୂରେଇଯିବା ସହ ସାମାଜିକ ସ୍ତରରେ ସମ୍ମାନ, ପ୍ରତିଷ୍ଠା ଲାଭକରିବେ ।
ବୃଷ
ବୃଷ
ଆଜିର ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବା ସାଙ୍ଗକୁ ମୂଲ୍ୟବାନ୍‍ ଜିନିଷ ଲାଭକରି ଖୁସି ହେବେ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଧାର୍ମିକ କାର୍ଯ୍ୟ କିମ୍ବା କୌଣସି ଆନୁଷ୍ଠାନିକ କାମରେ ନିୟୋଜିତ ହେବେ। ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରେ ସମସ୍ୟା ଜାଲରେ ଛନ୍ଦି ହୋଇପଡ଼ିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ର ଭଲରେ ଚାଲିବ।
ମିଥୁନ
ମିଥୁନ
ଆଜି ପୁନର୍ବସୁ ନକ୍ଷତ୍ର ବିଭିନ୍ନ କୌଶଳ ମାଧ୍ୟମରେ କାର୍ଯ୍ୟହାସଲ କରିବେ। ଯୋଜନା କ୍ଷେତ୍ରରେ ଉଦ୍ୟମକୁ ସାକାର କରିବାରେ ବିଶିଷ୍ଟ ବ୍ୟକ୍ତିଙ୍କ ଅଯାଚିତ ସାହାଯ୍ୟ ପାଇବେ। ଛୋଟ କଥାକୁ ନେଇ ପରିବାରରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିବେ। ବ୍ୟବସାୟୀଙ୍କ ପାଇଁ ଋଣ ପରିଶୋଧ ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
ଆଜିର ଶୁଭଯୋଗ ଏକାଧାରରେ ଅର୍ଥ, ସମ୍ମାନ, ସମ୍ବର୍ଦ୍ଧନା ଓ ଉପହାରାଦି ପ୍ରାପ୍ତ ଯୋଗ ରହିଛି। ମନ ଯେମିତି ଚାହୁଁଛି ସେହି ପ୍ରକାରେ ଆଜିର ସମସ୍ତ କାର୍ଯ୍ୟ ସମ୍ପାଦନ ହେବ। ଆଜିର ଯାତ୍ରା, ବାଣିଜ୍ୟ, ସଭାସମିତିରେ ବନ୍ଧୁମିଳନ ଓ ପାରିବାରିକ ସୌଖ୍ୟ ଲାଭ, ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ଖୁସି ରହିପାରନ୍ତି ।
ସି˚ହ
ସି˚ହ
ଦକ୍ଷତା ଓ ନିଷ୍ଠାପରତାରୁ କାର୍ଯ୍ୟସିଦ୍ଧି ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ଖୁସି ରହିବେ। ପଦାଧିକାରୀଙ୍କ ସହାୟତାରୁ ସମସ୍ୟା ସମାଧାନ ହୋଇଯିବ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ରସାଣିତ ଓ ମଧୁମୟ କରିବ। ସାହିତ୍ୟ, ସାମ୍ବାଦିକତା, ରାଜନୀତି ଏବଂ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଆପଣଙ୍କ ପ୍ରଶଂସନୀୟ ଉଦ୍ୟମ ବହୁଜନ ପ୍ରଶଂସିତ ହେବ। ନିଜେ ଠିକ୍‍ ଥିଲେ ମଧ୍ୟ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ହଠାତ୍‍ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। ପାରିବାରିକ କ୍ଷେତ୍ରରେ ଅର୍ଥ କିମ୍ବା ଅଳଙ୍କାର କ୍ରୟ କରିବା ସକାଶେ ଆଲୋଚନା କରିପାରନ୍ତି।
ତୁଳା
ତୁଳା
ରାଶ୍ୟାଧିପତିଙ୍କ ଶୁଭ ପ୍ରଭାବରୁ ସର୍ବବିଧ ସାଧନ ପାଇଁ ମାର୍ଗ ଉନ୍ମୁକ୍ତହେବ। ପାରିବାରିକ ସ୍ଥିରତା, ଆର୍ଥିକ ଅଭିବୃଦ୍ଧି, ଯାତ୍ରା, କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ସରକାରୀ କାମ, ଚୁକ୍ତିପତ୍ର, ପ୍ରଶାସନ, ରାଜନୀତି, ସାମ୍ବାଦିକତାରେ ଅସ୍ଥିରତା ଦେଖାଦେବ। ପୁରୁଣା କଥା ଚିନ୍ତାକରି କୌଣସି ଅଭାବ ନ ଥାଇ ମଧ୍ୟ ଚିତ୍ରାର ମନ ଭଲ ଲାଗିବ ନାହିଁ।
ବିଛା
ବିଛା
କର୍ମକ୍ଷେତ୍ରରେ ମନାନ୍ତର ସାଙ୍ଗକୁ ସମ୍ପର୍କରେ ବାଧା ସୃଷ୍ଟି ସୂଚନା ରହିଛି। ଅର୍ଥହାନି, ପାରିବାରିକ ଦ୍ୱନ୍ଦ୍ୱ ଲାଗିରହିଲେ ମଧ୍ୟ ଶନି ରାଜନୈତିକ କ୍ଷେତ୍ରରେ ସୁଫଳ ପ୍ରଦାନ କରିବେ। କଳା,ସାହିତ୍ୟ ଚର୍ଚ୍ଚା,ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହୋଇପାରନ୍ତି। ତଥାପି କେତେକ ଅହେତୁକ କଳ୍ପନା ମାନସିକ ସ୍ତରକୁ କ୍ଷତବିକ୍ଷତ କରିପାରେ।
ଧନୁ
ଧନୁ
ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ସମସ୍ତ ସୁବିଧା ପାଇଲେ ମଧ୍ୟ ସନ୍ତାନହେତୁକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। ବହଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। କିଛି ସମୟ ପୂର୍ବରୁ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପଡ଼ିବେ।
ମକର
ମକର
ଆଜିର ଗ୍ରହ ସ୍ଥିତି ପ୍ରଭାବରେ ଦିନଟି ସ୍ମରଣୀୟ ହୋଇ ରହିଯିବ। ବିଶିଷ୍ଟ ବ୍ୟକ୍ତିମାନଙ୍କ ସାଙ୍ଗ ଓ ସାହାଯ୍ୟକାରୀ ମନୋଭାବରୁ ଖୁସିହେବେ। କୌଣସି କାମ ଅଟକି ରହିବ ନାହିଁ । ସାମାଜିକ, ଅର୍ଥନୈତିକ, ରାଜନୈତିକ ସ୍ଥିତି ଭଲ ରହିବ। ଶତ୍ରୁ ପରାସ୍ତ ହେବେ, କିନ୍ତୁ ଧନବ୍ୟୟ ସାଙ୍ଗକୁ ବିଭିନ୍ନ ପ୍ରକାର ସମସ୍ୟାଜନିତ ଟେନ୍‍ସନ ଲାଗିରହିପାରେ।
କୁମ୍ଭ
କୁମ୍ଭ
ଆଜି ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ସହ ମିଷ୍ଠାନ୍ନ, ବସ୍ତ୍ରାଳଙ୍କାର, ଉପହାର ପାଇପାରନ୍ତି। ଆପଣଙ୍କ ଯାତ୍ରା ସହଜ ସୁଗମ ହେବା ସହ କାର୍ଯ୍ୟାରମ୍ଭ ପ୍ରୀତିପ୍ରଦ ରହିବ। ପରିବାରରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତି ବଢ଼ିଯାଇପାରେ। ଦୀର୍ଘଦିନର ପରୋକ୍ଷ ଶତ୍ରୁତା କେତେକ ସମସ୍ୟା ସୃଷ୍ଟିକରିବା ଆଶଙ୍କା ରହିଛି ।
ମୀନମୀନ
ରାଶିରେ ବୁଧ ବୌଦ୍ଧିକ ସହାୟତା, ଦୈହିକ ସ୍ବାସ୍ଥ୍ୟ ଓ ପାରିବାରିକ ଶାନ୍ତି ପ୍ରଦାନରେ ସହାୟକ ହେବ। ଉଚ୍ଚଶିକ୍ଷା, ସନ୍ତାନ, ଲେଖାପଢ଼ା, ସାଙ୍ଗକୁ ଆଶା ପୂରଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ। ଆଦୌ ଦେଉ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟରେ ଲାଭ ମିଳିବ ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ଯୁକ୍ତ ଏକାଦଶସ୍ଥ ଚନ୍ଦ୍ର ସନ୍ତାନଙ୍କ ସ୍ବାସ୍ଥ୍ୟହାନି ସାଙ୍ଗକୁ ସୁସମ୍ପର୍କ କ୍ଷେତ୍ରରେ ବାଧା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇପାରନ୍ତି। ପ୍ରଶାସନିକ ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri