ମେଷ

ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପରିବାର ପାଇଁ ପରିସ୍ଥିତି ବଶତଃ ଧାର କରଜ କରିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରମୋସନ ପାଇ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି।
ବୃଷ

ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଗତିକରିବା କାରଣରୁ ଟେନ୍ସନ୍ ଲାଗିରହିବ। କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ସରକାରୀ ସ୍ତରରେ ଅଟକି ରହିଥିବା କାମରେ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରବେ। ଅଭାବ ରହିବ ନାହିଁ କିନ୍ତୁ କେଣସି ବଡ ଧରଣର କାମ କରି ପାରିବେ ନାହିଁ।
ମିଥୁନ

ପରିବାରର ଅକୁହାକଥାକୁ ବନ୍ଧୁଙ୍କ ସମ୍ମୁଖରେ କହି ମନକୁ ହାଲୁକା କରିପାରନ୍ତି। ଆର୍ଥିକ ଅଭାବ ଅନଟନକୁ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ବାରମ୍ଭାର ବିଫଳ ହୋଇଥିବା ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ସମ୍ପୂର୍ଣ୍ଣ କରିପାରନ୍ତି। ପାରିବବାରିକ ଦିଗରୁ କେତେକ ବାଧାବିଘ୍ନ ସାମୟିକ ଆସିପାରେ।
କର୍କଟ

କର୍ମକ୍ଷେତ୍ରରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସକାଶେ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ପରିବାର ପାଇଁ ମନଲାଖି ଜିନିଷ କିଣିବାକୁ ମନସ୍ଥ କରିବେ। ବନ୍ଧୁମେଳରେ ପାରସ୍ପରିକ ଆଲୋଚନା ଓ ସହମତି କାରଣରୁ କାର୍ଯ୍ୟ ହାସଲ ହେବ। ବାଣିଜ୍ୟ, ପରିବହନ, ପୂର୍ବ ସମସ୍ୟାରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ସି˚ହ

ଆଜି ମାମୁଲି ଘଟଣାରେ ବିଜାତୀୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସାହିତ୍ୟାଲୋଚନା, ସଭାସମିତି, ଏଜେନ୍ସି ତଥା ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଭଲ ସମ୍ପର୍କ ନ ଥିବା ସହକର୍ମୀ ସମସ୍ୟାମୂଳକ ମନ୍ତବ୍ୟ ଦେଇ ପରିସ୍ଥିତିକୁ ବିଗାଡ଼ି ପାରନ୍ତି।
କନ୍ୟା

ସାମାଜିକ ସ୍ତରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ପାରିବାରିକ ସମସ୍ୟାର ସମାଧାନ କରିବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଫାଇଦା ହାସଲ ପାଇଁ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ପୂର୍ବରୁ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି।
ତୁଳା

ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଘର କଥାନେଇ ସହକର୍ମୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେବେ। ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବାଣିଜ୍ୟ,ବ୍ୟବସାୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ।
ବିଛା

ପରିବାର ସହ ଯାତ୍ରା ସମୟରେ ଇଚ୍ଛା ନ ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇପାରନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରୁ ଫେରିବାରେ ବିଳମ୍ବ ଘଟିପାରେ। ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ମନକୁ ବିଚଳିତ କରିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବା ସାଙ୍ଗକୁ କୌଶଳ ପ୍ରୟୋଗ କରି କାମ ହାସଲ କରିବେ।
ଧନୁ

ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ସଭାସମିତିରେ ବନ୍ଧୁ ଗହଣରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ପରିବାରର ଆବଶ୍ୟକତା ଅନୁଯାୟୀ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି ା
ମକର

ଆଲୋଚନା ପରିସରରେ କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ଅସୁବିଧାରେ ବେ। ପରିସ୍ଥିତିବଶତଃ କର୍ମକ୍ଷେତ୍ରରେ ଟେନ୍ସନ କମିଯିବାର ଆଶା ରହିଛି। ଆକସ୍ମିକ ଭାବରେ ବନ୍ଧୁମାନଙ୍କ ସହ ସୁଖଭ୍ରମଣର ସୁଯୋଗ ଲାଭ କରି ଖୁସି ହେବେ। ସାହିତ୍ୟରେ ଉନ୍ନତି କରିବେ ଏବଂ ସାମାଜିକ ସ୍ତରରେ ପ୍ରଶଂସିତ ମଧ୍ୟ ହେବେ।
କୁମ୍ଭ

ପଡ଼ୋଶୀଙ୍କ ସହାୟତାରେ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଘରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସହକର୍ମୀଙ୍କ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଅତି ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ ଏଣୁ ସତର୍କ ରହିବା ଭଲ।
ମୀନ
ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ବିଜାତୀୟ ବ୍ୟକ୍ତିଙ୍କ ଶତ୍ରୁତା ହେତୁ ଆର୍ଥିକ ପ୍ରଗତିରେ ରୋକ୍ ଲାଗିପାରେ। ସାମାଜିକ ସ୍ତରରେ କିମ୍ବା ପରିବାରରେ ସାମ୍ୟତା ଆଣିବା ସକାଶେ ପଡ଼ୋଶୀ ସହାନୁଭୂତିର ହାତ ବଢ଼ାଇପାରନ୍ତି। ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.