ମେଷ

କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେବ। ପରିବାରର ଅତ୍ୟାବଶ୍ୟକ ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।
ବୃଷ

ବନ୍ଧୁବର୍ଗ ଓ ଆତ୍ମୀୟସ୍ବଜନ କାମରେ ସାହାଯ୍ୟ ସହଯୋଗ କରିବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। କଠୋର ଶ୍ରମ ଓ ସମୟ ବିନିମୟରେ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ। ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ।
ମିଥୁନ

ସନ୍ତାନ ହେତୁକ ସମସ୍ୟା ଓ ଚିନ୍ତାଧାରାର ବୈଷମ୍ୟତା ମାନସିକ ଅଶାନ୍ତି ସୃଷ୍ଟିକରିବ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଏ ଦିଗରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କର୍ମକ୍ଷେତ୍ରରେ ଅର୍ଥପ୍ରାପ୍ତିର ଲାଳସା ନେଇ ସହକର୍ମୀ ଅସୁବିଧାରେ ପକାଇବେ। ବ୍ୟବସାୟ, ପରିବହନ, କାରିଗରି କ୍ଷେତ୍ରରେ ଉଚ୍ଚ ଫଳ ପାଇବେ।
କର୍କଟ

କର୍ମକ୍ଷେତ୍ରର ଯେକୌଣସି ପରିସ୍ଥିତିରେ ସାମନା କରିବାର ଧୈର୍ଯ୍ୟ ଓ କୌଶଳ ଅକ୍ଷୁଣ୍ଣ ରହିବ। ଦୀର୍ଘଦିନର ଆଶା ଫଳବତୀ ହେବ। ଆବଶ୍ୟକତାନୁସାରେ ଖର୍ଚ୍ଚାନ୍ତ ହେବେ। ଅଫିସ ସମ୍ବନ୍ଧୀୟ କୌଣସି ଖବର ପାଇ ବିସ୍ମିତ ହେବେ। କ୍ରନିକ୍ ରୋଗର ପ୍ରଭାବରେ ସ୍ବାସ୍ଥ୍ୟହାନି ସାଙ୍ଗକୁ ପାରିବାରିକ ସ୍ଥିତିରେ ସାମାନ୍ୟ ବ୍ୟତିକ୍ରମର ସୂଚନା ରହିଛି।
ସି˚ହ

କୌଣସି ଅଭାବ ନ ଥିଲେ ମଧ୍ୟ କର୍ମଜଞ୍ଜାଳର ଗୁରୁତ୍ୱ ଦୃଷ୍ଟିରୁ ବ୍ୟସ୍ତତା ଅନୁଭବ କରିବେ। ଆଗାମୀ କାର୍ଯ୍ୟ ସକାଶେ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ପ୍ରତିଶ୍ରୁତିରୁ ମନୋବଳ ବୃଦ୍ଧି ପାଇବ। ଆନୁଷ୍ଠାନିକ କାମରେ, ସାହିତ୍ୟ, ସାମ୍ବାଦିକତାକୁ ନେଇ ସମ୍ମାନ ଲାଭ କରିବେ। ଘରୋଇ କାମ ସକାଶେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
କନ୍ୟା

ଦୈହିକ ଅସୁସ୍ଥତା ସାଙ୍ଗକୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି। ପାରିବାରିକ ସ୍ତରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତାଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ସହକର୍ମୀଙ୍କୁ ସନ୍ଦେହ କରିପାରନ୍ତି।
ତୁଳା

କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିଲେ ମଧ୍ୟ ଶାରୀରିକ ଅସୁସ୍ଥତା ମାନସିକ ଅଶାନ୍ତିର କାରଣ ହେବ। ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁମିଳନ ସାଙ୍ଗକୁ ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ। ଶୁଣା କଥାରେ ପ୍ରଭାବିତ ହୋଇ ଭୁଲ୍ ମାର୍ଗ ଅନୁସରଣ କରିବେ। ସରକାରୀ ଦପ୍ତରରୁ କୌଣସି ଖବର ମନକୁ ଖୁସି କରାଇ ଦେଇପାରେ।
ବିଛା

ଅପୂରଣୀୟ ଆଶା ଓ ଅଭିଳାଷଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। ଗମନାଗମନ ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ଜମିଜମା କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ରହିଥତ୍ଲେ ହେଁ ବନ୍ଧୁଙ୍କ ନିକଟରୁ ଆନୁଷଙ୍ଗିକ ସାହାଯ୍ୟ ଲାଭ କରିବେ। ଆପଣଙ୍କ ଉନ୍ନତ ଚିନ୍ତାଧାରାନୁଯାୟୀ ଯୋଜନାଟି ଫଳପ୍ରଦ ହୋଇପାରିବ।
ଧନୁ

ବନ୍ଧୁଙ୍କ ପ୍ରାୟୋଜିତ କାର୍ଯ୍ୟକଳାପ ପାରିବାରିକ ଅସ୍ଥିରତା ଓ କାର୍ଯ୍ୟହାନିର କାରଣ ହେବ। ସହକର୍ମୀଙ୍କ ପ୍ରତାରଣାପୂର୍ଣ୍ଣ କାର୍ଯ୍ୟ ମାନସିକ ଉତ୍ତେଜନା ସୃଷ୍ଟିକରାଇ ଅନର୍ଥ ସୃଷ୍ଟି କରିପାରେ। ସ୍ବାସ୍ଥ୍ୟ ବିଗିଡି ଯାଉଥିବାରୁ ସେଥିପ୍ରତି ଧ୍ୟାନ ରଖିବା ଜରୁରୀ ହୋଇପଡ଼ିବ। ପରିବହନରେ ଝଗଡ଼ା ସ୍ଥାନୀୟ ଲୋକଙ୍କ ଦ୍ୱାରା ସମଧାନ ହୋଇଯିବ।
ମକର

ସନ୍ଦେହ ଏବଂ ଭୁଲ୍ ବୁଝାମଣାରୁ ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ବନ୍ଧୁବର୍ଗଙ୍କ ଦ୍ୱାରା ଆହୂତ ସଭାସମିତିକୁ ନିମନ୍ତ୍ରିତ ହୋଇପାରନ୍ତି। ପାରିବାରିକ ସ୍ଥିତିରେ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇବାର ସୁଯୋଗ ପାଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଯାନ୍ତ୍ରିକ ଜିନିଷ କିଣିବାକୁ ମନସ୍ଥ କରିପାରନ୍ତି।
କୁମ୍ଭ

ବିଭିନ୍ନ ପ୍ରକାରର ସମସ୍ୟା ବିଜଡ଼ିତ ହୋଇ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ। ପାରିବାରିକ ଖର୍ଚ୍ଚର ଭରଣା ସକାଶେ ଧାରକରଜ କରିବାକୁ ପଡିପାରେ। ବ୍ୟକ୍ତିଗତ କ୍ଷେତ୍ରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ସଭାସମିତିରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି ା
ମୀନ
ଉପରିସ୍ଥଙ୍କ ପୃଷ୍ଠପୋଷକତାରୁ ସମସ୍ୟା ସମାଧାନ ସକାଶେ ଫଳପ୍ରଦ ଆଲୋଚନାର ସୁଯୋଗ ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବାରେ ସଫଳ ହେବେ। ଈର୍ଷାପରାୟଣ ବ୍ୟକ୍ତି ବିରାଧୀ ମନୋବୃତ୍ତି ପୋଷଣକରି ସକ୍ରିୟ ହୋଇପାରନ୍ତି। ସବୁ କ୍ଷେତ୍ରରେ ଶୁଣାକଥାକୁ ଗୁରୁତ୍ୱ ଦେବା ଠିକ୍ ହେବନାହିଁ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.