Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ
ନିୟନ୍ତ୍ରିତ ସ୍ବାସ୍ଥ୍ୟ ସମସ୍ୟ, ଉତ୍ତମ ବୁଝାମଣା ଏବଂ କାର୍ଯ୍ୟ ହାସଲର ସୁଯୋଗ ଲାଭ କରି ଖୁସି ହେବେ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯାଇପାରେ। ଉଚ୍ଚାରୋହୀ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ଆନୁଷ୍ଠାନିକ କାମ, ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ
ବୃଷ
ବୃଷ
ଆଜିର କର୍ମଜଞ୍ଜାଳ ସମସ୍ୟା ମନକୁ ବ୍ୟଥିତ କରିପାରେ। ଯାହାକୁ ଯାହା କହିବେ, ସେହି ବ୍ୟକ୍ତି ତାହାକୁ ଓଲଟା ଅର୍ଥରେ ଗ୍ରହଣ କରିବ। ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‍ ଦେଲେ ଯାତ୍ରା ଓ କାର୍ଯ୍ୟସଫଳ ହେବାରେ ଅସୁବିଧା ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ଅନେକାଂଶରେ ନିୟନ୍ତ୍ରିତ ରହିବା କାରଣରୁ ଆଶ୍ୱସ୍ତି ଲାଭ କରିବେ।
ମିଥୁନ
ମିଥୁନ
ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଅଭାବରୁ କୌଣସି କାମ ସହଜରେ ସମ୍ପନ୍ନ ହୋଇପାରିବ ନାହିଁ। ପରିବାର ଖର୍ଚ୍ଚ କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ଚିନ୍ତା ପ୍ରକଟ କରିବେ। ଆଲୋଚନା ପରିସରରେ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି। କ୍ରୀଡ଼ା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚସମ୍ମାନ ପାଇବାର ଯୋଗ ରହିଛି।
କର୍କଟ
କର୍କଟ
ନୂତନ ସ୍ଥାନରେ ବିଭିନ୍ନ ଦାୟିତ୍ୱ ସମ୍ଭାଳିବାରେ ନୟାନ୍ତ ହୋଇପାରନ୍ତି। କିନ୍ତୁ ଶୁଭଗ୍ରହମାନଙ୍କ ସୁପ୍ରଭାବରେ କୌଣସି କାମରେ ଓହରି ଆସିବେ ନାହିଁ। ବନ୍ଧୁମାନଙ୍କ ପରାମର୍ଶରେ ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିବେ। ମାନସିକ ଅସ୍ଥିରତା କାରଣରୁ ଅନ୍ୟମନସ୍କତା ହେତୁ କେତେକ ଭୁଲ୍‍ କରିପାରନ୍ତି ।
ସି˚ହ
ସି˚ହ
ଶନିଙ୍କ କୁଦୃଷ୍ଟିରୁ ରବି ଓ ବୁଧଜନିତ ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଅର୍ଥସଙ୍କଟ ବିଷମ ପରିସ୍ଥିତି ସୃଷ୍ଟି କରିବ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ଏବଂ ବେଖାତିର ମନୋଭାବ ହୃଦୟକୁ ବ୍ୟଥିତ କରିପାରେ । ପାରିବାରିକ କ୍ଷେତ୍ରରେ ନୀରବ ରହିପାରିଲେ ଭଲ। ସମ୍ମାନ ଲାଭ ସାଙ୍ଗକୁ ଆଇନ ଅଦାଲତର ରାୟ ସପକ୍ଷରେ ଯିବାରୁ ଖୁସି ରହିବେ।
କନ୍ୟା
ସମ୍ପର୍କୀୟଙ୍କ ସହଯୋଗରେ ଅଭିଳଷିତ କାମ ହାସଲ କରିବେ। ପରିବାରରେ କିଛିଟା ଗୋଳମାଳିଆ ପରିସ୍ଥିତି ସାମୟିକ ଭାବରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ପିଲାମାନଙ୍କ ଝଗଡ଼ାକୁ କେନ୍ଦ୍ରକରି ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିବ। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦଯୁକ୍ତ ହୋଇପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସମ୍ପନ୍ନ କରିପାରନ୍ତି। ବନ୍ଧୁଙ୍କ ସହ ଆଲୋଚନାରେ ଅପ୍ରିୟ ସତ୍ୟ କହିବା ହେତୁ କଳହ ସୃଷ୍ଟି ହେବ। ଆଜିର ଯାତ୍ରାରେ ସଫଳତା ପାଇବେ କିନ୍ତୁ ଫେରନ୍ତା ସମୟଟି ମନସ୍ତାପରେ କଟିପାରେ । ଶିଳ୍ପ, ବାଣିଜ୍ୟ, କ୍ରୟବିକ୍ରୟ, ସାହିତ୍ୟ, ସଙ୍ଗୀତ ସାଧନା କ୍ଷେତ୍ରରେ ସଫଳତା ହାସଲ କରିବେ।
ବିଛା
ବିଛା
ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ ପରିବେଶର କୁପ୍ରଭାବରେ ଓଲଟ ପାଲଟ ହୋଇଯାଇପାରେ। କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି କାମ ହାସଲ ପାଇଁ ଚେଷ୍ଟା କରିବା ଭଲ। ବନ୍ଧୁ ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ସୁଧାରିବା ନିଜ ପାଇଁ ସମସ୍ୟାର କାରଣ ହେବ। ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇପାରନ୍ତି।
ଧନୁ
ଧନୁ
ପରିସ୍ଥିତିର ବିଷମତାରେ ଅଧିକାଂଶ ସମୟ ନେଗେଟିଭ୍‍ ଚିନ୍ତାଧାରା ମନକୁ ବିବ୍ରତ କରିବ। ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତାର କୁପ୍ରଭାବ ଅନୁଭବ କରିବେ। ଭାଇ ଭଉଣୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା ଅଭିଳାଷ ପୂରଣ କରିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିପାରନ୍ତି।
ମକର
ମକର
ଆଜି ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱତା ରହିଲେ ମଧ୍ୟ ସଫଳତା ଆପଣଙ୍କ ପଛରେ ରହିଛି। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଅର୍ଥ ତୋସରପାତକୁ କେନ୍ଦ୍ରକରି କଳହ ଲାଗିପାରେ। ପାରିବାରିକ କ୍ଷେତ୍ରରେ ପୂର୍ବ ରାଗକୁ ନେଇ କାହା କଥାକୁ କିଏ ସମର୍ଥନ କରି ନ ପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ବନ୍ଧୁ କିମ୍ବା ପଡ଼ୋଶୀଙ୍କ ମାଧ୍ୟମରେ କୌଣସି ଶୁଭଖବର ମନକୁ ହାଲୁକା କରିଦେବ।
ମୀନମୀନ
ବକେୟା ଅର୍ଥଲାଭ, କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ସାଙ୍ଗକୁ ପ୍ରତ୍ୟେକ କାମରେ ସିଦ୍ଧିଲାଭରୁ ଖୁସି ରହିବେ। ଆଲୋଚନା ପରିସରରେ ସମ୍ପର୍କୀୟଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। ଅସୁସ୍ଥତା କାରଣରୁ କାମରେ ଅବହେଳା କରି ସମାଲୋଚିତ ହେବେ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଦୃତ ହେବେ ା

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ,…

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ…

ରାଶିଫଳ: ବୁଧବାର, ଫେବୃଆରୀ ୨୫ ତାରିଖ – Daily Horoscope

ମେଷ ଆଜି ରାହୁଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ। ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନିକଟତର…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୨୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ ସଫଳତା ପାଇବେ। କୃତ୍ତିକା ନକ୍ଷତ୍ର ସକାଶେ ପଡ଼ୋଶୀଙ୍କ ପ୍ରତିବାଦ କାରଣରୁ ନିର୍ମାଣାଧୀନ କାମ ଅଟକିବ। ବିବାଦୀୟ କଥାରେ…

ରାଶିଫଳ: ସୋମବାର, ଫେବୃଆରୀ ୨୩ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତିର ସୁପ୍ରଭାବରେ ପ୍ରତ୍ୟେକ କାମ ସମ୍ପନ୍ନ କରିପାରିବେ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। କର୍ମକ୍ଷେତ୍ରରୁ ସହକର୍ମୀଙ୍କ ସାହାଯ୍ୟରେ ଆଶା…

ରାଶିଫଳ: ରବିବାର, ଫେବୃଆରୀ ୨୨ ତାରିଖ – Daily Horoscope

ମେଷ ଆଜି ଜନ୍ମ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ, କିନ୍ତୁ ଟିକିଏ ସମସ୍ୟା ମଧ୍ୟ ରହିବ। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ…

ରାଶିଫଳ: ଶନିବାର, ଫେବୃଆରୀ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ଦଶମ ସ୍ଥାନରେ ଆପଣଙ୍କୁ କର୍ମୋନ୍ନତି ଓ ବକେୟା ଅର୍ଥ, ସାମାଜିକ ସମ୍ମାନ ପ୍ରଦାନ କରିବେ। ଚତୁର୍ଥାଧିପତି ଶନିଙ୍କ ସହ ଦୁଃସ୍ଥାନରେ ଥିବାରୁ ପରିବାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri