Posted inRasifala

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ
ଗତକାଲିର ସ୍ଥିତି ବହୁଳାଂଶରେ ବଦଳିଯାଇଥିବାରୁ ଆଜି ମାନସିକ ସୁସ୍ଥତା ଫେରିପାଇବେ। ନୂତନ ଯୋଜନା, ଯାତ୍ରା, ବନ୍ଧୁଙ୍କ ସହ ଆଲୋଚନା ଓ କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ସମ୍ପର୍କୀୟଙ୍କ ଅଭିଯୋଗ ସକାଶେ ନିଜ ଲୋକଙ୍କୁ ଦାୟୀ କରିବେ। ଦ୍ୱିଜା ନକ୍ଷତ୍ର ଫେରନ୍ତା ବାଟରେ ମୂଲ୍ୟବାନ୍‍ ଜିନିଷ କିଣିପାରନ୍ତି।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ଆତ୍ମୀୟଙ୍କ ସାହାଯ୍ୟ ଲାଭକରି କାମ ହାସଲକରିବେ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତି ବିରୁଦ୍ଧାଚରଣ କଲେ ମଧ୍ୟ ଶେଷରେ ଆପଣଙ୍କ ପ୍ରତି ନରମ ମନୋଭାବ ପୋଷଣ କରିପାରନ୍ତି। ସରକାରୀ ଅନୁଦାନ ପାଇବା ସମ୍ଭାବନା ରହିଛି। ଆପଣଙ୍କ ନିଃସ୍ବାର୍ଥପର ସେବା ମନୋଭାବରୁ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧିପାଇବ।
ମିଥୁନ
ମିଥୁନ
ଆଜି ପୁନର୍ବସୁ ନକ୍ଷତ୍ର ସ୍ବାସ୍ଥ୍ୟରେ ଉନ୍ନତି, ଗୃହରେ ଶାନ୍ତି, ବନ୍ଧୁମିଳନଜନିତ ମନ ଖୁସି ରହିବ। ମଙ୍ଗଳଙ୍କ ଅବସ୍ଥିତିରୁ ଜମିଜମା ବିବାଦର ସମାଧାନ, ବାଣିଜ୍ୟ ସମସ୍ୟା ଦେଖାଦେବ। ସଭାସମିତି, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ। ପ୍ରେସ୍‍ ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
କର୍କଟ
କର୍କଟ
ଉନ୍ନତ ଚିନ୍ତା ଓ ଶୁଦ୍ଧଭାବନା ପାରିବାରିକ, ସାମାଜିକ ଓ କର୍ମକ୍ଷେତ୍ରକୁ ସରଳୀକୃତ କରିବ। ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ, ସତ୍‍ସଙ୍ଗରୁ ଖୁସି ହୋଇପାରନ୍ତି। ଅଶ୍ଳେଷା ନକ୍ଷତ୍ର ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାର ସୌଭାଗ୍ୟପ୍ରାପ୍ତ ହେବ। ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବରୁ ଚିନ୍ତିତ ରହିବେ।
ସି˚ହ
ସି˚ହ
ଅସୁସ୍ଥତାଜନିତ କେତେକ କାମ ଅଟକି ରହିଯାଇପାରେ। ପୂର୍ବାପେକ୍ଷା ପରିସ୍ଥିତି ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ରର ସଦାବେଳେ ହାତଖାଲି ରହିବାରୁ ମନରେ ସରସତା ରହିବ ନାହିଁ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି।
କନ୍ୟା
ବନ୍ଧୁଙ୍କ ଜରିଆରେ ସମସ୍ୟା ସମାଧାନର ପନ୍ଥା ଖୋଜିବାରେ ସଫଳ ହେବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। ହସ୍ତା ନକ୍ଷତ୍ର ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଦ୍ୱାରା କୌଣସି ଖବର ପାଇଁ ଚିନ୍ତିତ ରହିପାରନ୍ତି।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଦୀର୍ଘଦିନ ହେଲା ବନ୍ଧୁଙ୍କ ପାଖରେ ରହିଥିବା ବକେୟା ଟଙ୍କା ପାଇଁ ସମସ୍ୟା ଉପୁଜିବ। ସ୍ବାତୀ ନକ୍ଷତ୍ର ବନ୍ଧୁଙ୍କ ନିକଟରୁ କୌଣସି ଶୁଭଖବର ପାଇ ଖୁସି ହୋଇପାରନ୍ତି।
ବିଛା
ବିଛା
ବିଶେଷ ଅସୁବିଧା ନ ହେଲେ ମଧ୍ୟ ଶାରୀରିକ ଦୁର୍ବଳତା ହେତୁ କୌଣସି କାମ ସକାଶେ ମନ ଲାଗି ନ ପାରେ। ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ। ଜ୍ୟେଷ୍ଠା ନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଓ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ପ୍ରିୟଜନଙ୍କ ସାହାଯ୍ୟରୁ ମୂଲ୍ୟବାନ୍‍ ଦ୍ରବ୍ୟ ପାଇପାରନ୍ତି।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମଧାନରେ ସାହାଯ୍ୟ କରିବ। ଆଜି ଅର୍ଥଲାଭ, ସମ୍ମାନ ପ୍ରାପ୍ତି , କାର୍ଯ୍ୟସିଦ୍ଧି ହେତୁ ମନ ମଧ୍ୟ ପ୍ରଫୁଲ୍ଲ ରହିବ। ଯେକୌଣସି କାମ ଆରମ୍ଭ ପୂର୍ବରୁ ସରଳ ବିଶ୍ୱାସକରି ହଇରାଣରେ ପଡ଼ିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ, କିନ୍ତୁ ବହୁ ହଇରାଣ ହେବାକୁ ପଡ଼ିପାରେ।
ମକର
ମକର
ଶ୍ରବଣା ନକ୍ଷତ୍ର ବିବାଦୀୟ ଘଟଣା ନିର୍ମାଣ ଓ ପରିବହନ କ୍ଷେତ୍ରରୁ ସନ୍ତୋଷ ଲାଭ କରିବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଭୁଲ୍‍ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ମନାନ୍ତର ସୂଚନା ରହିଛି ା ପରିବାରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇପାରନ୍ତି।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର ବିଭିନ୍ନ ସୁଖ ସମ୍ଭୋଗ ଓ ବିଳାସବ୍ୟସନ ଦିଗକୁ ମୁହଁାଫେରାଇପାରନ୍ତି। ଗୃହ, ଯାନ, ଯାନ୍ତ୍ରିକ ଜିନିଷ, ଅଳଙ୍କାର ପ୍ରଭୃତି ମୂଲ୍ୟବାନ୍‍ ଜିନିଷ ପାଇଁ ମନ ବଳାଇବେ। ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଆର୍ଥିକ ସମସ୍ୟା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦ୍‍ବିଗ୍ନ ରହିବ।
ମୀନମୀନ

ଦୂରଦର୍ଶିତା ଓ ବାସ୍ତବବାଦୀ ଚିନ୍ତାଧାରା ପ୍ରତ୍ୟେକ କାମରେ ସହାୟକ ହେବ। ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ କଥା କଟାକଟି ,ଅଶାନ୍ତି ପରିସ୍ଥିତି ଉପୁଜିପାରେ ା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।

Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟି କାରଣରୁ ଅନ୍ୟମନସ୍କତା କିମ୍ବା ଭୁଲ୍‌ ବୁଝାମଣାଜନିତ…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିବାର, କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ ଯାତ୍ରା ଓ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହ ଭୁଲ୍‍…

ରାଶିଫଳ: ସୋମବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ଆଜି ମୁଖଭାବରେ ଶୁକ୍ର ଓ ଚନ୍ଦ୍ର ପରିବାର ସକାଶେ ସୁଖ, ସୌଭାଗ୍ୟକାରକ ହେବେ। ଶାନ୍ତି ଓ ସହାବସ୍ଥାନ ଜୀବନଯାତ୍ରା ପାଇଁ ପ୍ରୀତିପ୍ରଦାୟକ ରହିବ। ସଭାସମିତି, ବନ୍ଧୁଗହଣରେ…

ରାଶିଫଳ: ରବିବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁମିଳନ, ଆନୁଷ୍ଠାନିକ କର୍ମ ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସା ମିଳିବ। ଉଚ୍ଚସ୍ତରରେ ସମ୍ପର୍କ ସ୍ଥାପନ ହେବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା…

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରର ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭପୂର୍ବକ କାର୍ଯ୍ୟ ହାସଲରୁ ଖୁସି ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ରବି ଉଚ୍ଚସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ସହ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଧନାଧିପ ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି…

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣକାରକ ଯୋଗୁ ସର୍ବସିଦ୍ଧି ପ୍ରଦାନ କରିବେ। ମାନସିକ ଶାନ୍ତି, ଅର୍ଥପ୍ରାପ୍ତି, ବନ୍ଧୁସମ୍ପର୍କ, ସଭାସମିତି ଓ ଫଳପ୍ରଦ ଆଲୋଚନା ପାଇଁ ବହୁତ ଭଲ। ଉଚ୍ଚବର୍ଗର…

ରାଶିଫଳ: ବୁଧବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ସମ୍ମାନ ସଙ୍ଗକୁ ବନ୍ଧୁମିଳନ, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ପାଇପାରନ୍ତି। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ୍‌ ରହିବ। ଶୁକ୍ରଙ୍କ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri