Posted inRasifala

ରାଶିଫଳ: ଶନିବାର, ସେପ୍ଟେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍‍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ଅନୁତାପ କରିବାକୁ ପଡ଼ିବ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିତ୍ରତା ସ୍ଥାପନ ସୁଯୋଗ ପାଇବେ ।
ବୃଷ
ବୃଷ
ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‍ ସମୟରେ କରିପାରିବେ ନାହିଁ। ଦେବଗୁରୁଙ୍କ କୃପାରୁ ଅନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ସନ୍ତାନହେତୁକ ପୀଡ଼ା କିମ୍ବା ଅନୁପସ୍ଥିତିର ଅଭାବ ଅନୁଭବ କରିବେ।
ମିଥୁନ
ମିଥୁନ
ଭାବପ୍ରବଣତାକୁ ନିୟନ୍ତ୍ରଣରେ ନ ରଖି ଅନ୍ୟ ଉପରେ ଶୁଝାଇଲେ ତିକ୍ତତା ସୃଷ୍ଟି ହେବ। ଦ୍ୱିତୀୟସ୍ଥ କର୍ମାଧିପ ଯୋଗୁ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପ୍ରକାଶନ, ରାଜନୀତି, ଆନୁଷ୍ଠାନିକ କ୍ଷେତ୍ରରେ କାମ ଆରମ୍ଭ କରି ପ୍ରଶଂସିତ ହେବେ। ସହଧର୍ମିଣୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ
କର୍କଟ
ରାଶ୍ୟାଧିପ ଦୁଃସ୍ଥାନସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ନ ଚଳିଲେ ଅଶାନ୍ତି ସୃଷ୍ଟି ହେବ। ଜଣେ ପ୍ରତିଷ୍ଠାବାନ୍‍ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଆତ୍ମବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ଜୟଲାଭ ଆଶା କ୍ରମଶଃ ବୃଦ୍ଧି ପାଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ ା
ସି˚ହ
ସି˚ହ
କେତୁଯୁକ୍ତ କର୍ମାଧତ୍ପ ରାଶିରେ ଅବସ୍ଥାନ କରୁଥିବାରୁ ବିଭିନ୍ନ ସମସ୍ୟା ଭିତରେ ଗତି କରିବାକୁ ପଡ଼ିପାରେ। ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କାମ କରିପାରନ୍ତି। ସାମାଜିକ ସ୍ତରରେ କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଦୀର୍ଘଦିନରୁ ଲାଗି ରହିଥିବା କଚେରି ମାମଲାର ଶୁଣାଣିରୁ ମନ ଖୁସି ରହିବ।
କନ୍ୟା
ବୁଧାଦିତ୍ୟ ଯୋଗରୁ ଆଜି ଦିନଟି ଭଲରେ କଟିବ। ଜମା ପଡୁନଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ ଓ କଳହର ସମ୍ଭାବନା ରହିଛି। ବନ୍ଧୁ ଓ ପରିଜନଙ୍କ ସହିତ ଆଜିର ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ।
ତୁଳା
ତୁଳା
କର୍ମାଧିପତିଙ୍କ ଦୁର୍ବଳତାରୁ ବନ୍ଧୁଙ୍କୁ ଅନୁରୋଧ କରି କାମ ହାସଲ ପାଇଁ ଚେଷ୍ଟା କରିବେ। ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବ, ଫଳରେ ନିଜର କାମ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯାଇପାରେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ।
ବିଛା
ବିଛା
ଭାଗ୍ୟାଦରପ ସ୍ବରାଶିରେ ଥିବାରୁ ଅଟକିଥିବା କାମ ଆଜି ଆକସ୍ମିକ ଭାବରେ ହୋଇଯିବ। ପରିବହନ, ଶିଳ୍ପ ଓ ବ୍ୟବସାୟ,ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ ଓ ସଫଳ ମଧ୍ୟ ହେବେ। ନିଜ ପରିବାରର ସଦସ୍ୟମାନଙ୍କଠାରୁ କିମ୍ବା ସହକର୍ମୀ ମାନଙ୍କ ତରଫରୁ ସମସ୍ୟା ଆସିପାରେ ା
ଧନୁ
ଧନୁ
ଶନିଙ୍କଜନିତ ଦଶମ ଦୃଷ୍ଟିପ୍ରଭାବରୁ ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିବ। ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିଲେ ମଧ୍ୟ ସମାଧାନର ପନ୍ଥା ଖୋଜି ପାଇବେ। ସହକର୍ମୀଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପାରିବାରିକ କ୍ଷେତ୍ରରେ ହାତକୁ ନେଇଥିବା କାମ ସହଜରେ ସମ୍ପନ୍ନ ହେବ।
ମକର
ମକର
ଆଜି ହଠାତ୍‍ କୌଣସି ଖବର ପାଇ ଖୁସି ହୋଇଯିବେ। ବୃହସ୍ପତିଙ୍କ ସ୍ଥିତିରୁ ଆଜି ଆପଣଙ୍କ ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। ବନ୍ଧୁମାନଙ୍କ ଆର୍ଥିକ ସାହାଯ୍ୟରୁ ଆପଣଙ୍କ ଅଭାବ ଅସୁବିଧା ଦୂର ହୋଇଯିବାର ସୂଚନା ରହିଛି। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ାରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ଗୁରୁକ୍ଷେତ୍ରସ୍ଥ ଶନିଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିବେ। କ୍ରୀଡ଼ା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ମୀନମୀନ

ବୁଧଙ୍କ ଶୁଭପ୍ରଭାବରୁ ପରିବାରର ଅସଜଡା ପରିସ୍ଥିତକୁ ସଜାଡି ନେବେ ା ବାଣିଜ୍ୟ, ବ୍ୟବସାୟ, ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ନତୁବା ସମସ୍ୟା ଉପୁଜିପାରେ। କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି। ଆଜିର ଯାତ୍ରା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‍ କାମ କରି ଅନୁତାପ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri