Posted inRasifala

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରମଙ୍ଗଳ ଯୋଗରୁ ଅର୍ଥ ସମ୍ପର୍କିତ ସମସ୍ୟାକୁ ସୁଧାରି ନେବାରେ ସମର୍ଥ ହେବେ । ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯାଇପାରନ୍ତି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସିଯାଇପାରେ।
ବୃଷ
ବୃଷ
ଗୁରୁଦୃଷ୍ଟ ମଙ୍ଗଳ ପ୍ରଭାବରୁ ନିଜର ଶକ୍ତି ଓ ସାମର୍ଥ୍ୟ ଉପରେ ଭରସା କରି ନୂତନ ଯୋଜନା କରିବେ। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ଧାଁ ଦଉଡ କରିବାକୁ ପଡିବ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ଶିଳ୍ପ,ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ପ୍ରଭାବରେ କର୍ମାରମ୍ଭ, ଯାନ୍ତ୍ରିକ ଜିନିଷ କ୍ରୟ ଏବଂ ବୈବାହିକ ସମ୍ପର୍କିତ ଆଲୋଚନା କରିପାରନ୍ତି। ପୁରୁଣା କଳହକୁ କେନ୍ଦ୍ରକରି ଆମତ୍ୀୟଙ୍କ ସହ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ। ଜମିଜମା ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ। ବ୍ୟବସାୟ ଓ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
କର୍କଟ
କର୍କଟ
କେନ୍ଦ୍ରସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି କାର୍ଯ୍ୟ ହାସଲ ଦିଗରେ ସହାୟକ ହେବ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୈାଣସି ଅନୁଚିନ୍ତା ସାୟାହ୍ନେ ଦୂର ହୋଇପାରେ। କର୍ମକ୍ଷେତ୍ରରୁ ଫେରନ୍ତା ବାଟରେ କୈାଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି। ଆକସ୍ମିକ ଜଣେ ପୁରୁଣା ବନ୍ଧୁଙ୍କ ଦେଖା ପାଇ ମନ ହାଲୁକା କରିବେ।
ସି˚ହ
ସି˚ହ
ଧନାଧିପଙ୍କ ଶୁଭତ୍ୱରୁ ଆର୍ଥିକ ଉନ୍ନତିଜନିତ ନୂଆ କାମ ଓ ଯୋଜନା ସକାଶେ ମନ ବଳାଇବେ। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ୍ଚ ଘଟିପାରେ। ଶିଳ୍ପ,ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ନିଜ ରାଶିରେ ବୁଧଙ୍କ ସ୍ଥିତି ଶାରୀରିକ ସୁସ୍ଥତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପ୍ରଦାନ କରିବ। କର୍ମକ୍ଷେତ୍ରରେ ତରବର ନ ହୋଇ କାମ କଲେ ସମସ୍ୟାର ସମାଧାନ ହୋଇପାରିବ। ସଂକୀର୍ଣ୍ଣ ସ୍ବାର୍ଥର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟା ଆସିପାରେ।
ତୁଳା
ତୁଳା
ଏକାଦଶସ୍ଥ ରାଶ୍ୟାଧିପତି ଯୋଗୁ ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ଅଟକିଥିବା କାମଟିକୁ ସମ୍ପନ୍ନ କରିପାରିବେ। ଜିନିଷ କ୍ରୟ ସକାଶେ ମୋଟା ଅର୍ଥର ଆବଶ୍ୟକତା ପଡିପାରେ। କର୍ମକ୍ଷେତ୍ରରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଜମିଜମା, ଆରକ୍ଷୀ ମାମଲା ଓ ଭ୍ରାତୃ ବିବାଦର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ଆଜିର ଚନ୍ଦ୍ର ଯାତ୍ରା ଓ କର୍ମାରମ୍ଭ ପାଇଁ ପ୍ରୀତିଦାୟକ ରହିବ। ସ୍ବାସ୍ଥ୍ୟୋନ୍ନତି କାରଣରୁ ମନ ହାଲୁକା ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଛୋଟ ଛୋଟ ଘଟଣାକୁ ଗୁରୁତ୍ୱ ଦେଲେ ସମସ୍ୟା ଆସିପାରେ। ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
ଧନୁ
ଧନୁ
ଦେବଗୁରୁଙ୍କ କୃପାରୁ ଆର୍ଥିକ, ସାମାଜିକ, ସାଙ୍ଗଠନିକ ତଥା ରାଜନୈତିକ କ୍ଷେତ୍ର ପାଇଁ ଅନୁକୂଳ ବାତାବରଣ ସୃଷ୍ଟିହେବ। ପ୍ରତିନ୍ଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ପରିବାରର ଆବଶ୍ୟକତାକୁ ଉପଲବ୍ଧିକରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ମକର
ମକର
କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳ ଯୋଗରୁ ପାରିବାରିକ ସ୍ଥିତି ଭଲ ରହିବା ସହ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପଡୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍ସନ ଲାଗି ରହିବ । ରାଗିଯାଇ ଯାହା ତାହା କହିବାରୁ ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ମଙ୍ଗଳଙ୍କ ଶୁଭଦୃଷ୍ଟିରୁ ନିଜର ଲୋକ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ। ବନ୍ଧୁମେଳରେ ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯିବ। ପିଲାଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଶିଳ୍ପ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବାର ସୂଚନା ରହିଛି।
ମୀନମୀନ

ଚନ୍ଦ୍ରଙ୍କ କୋଣଭାବସ୍ଥ ବୃହସ୍ପତି ଆପଣଙ୍କୁ ଅର୍ଥ ଓ ସମ୍ମାନ ଦେବାର ପରିବେଶ ସୃଷ୍ଟି କରିପାରନ୍ତି। କିନ୍ତୁ ପରିବାରରେ ଆନ୍ତରିକତାର ଅଭାବଜନିତ କେତେକ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ବହୁତ ଦିନରୁ ଲାଗି ରହିଥିବା ରୋଗ ସମସ୍ୟା ଆଣିପାରେ। କୃତି ଓ କୃତିତ୍ୱଜନିତ ସନ୍ତାନଙ୍କ ଗୈାରବରେ ନିଜକୁ ଗୈାରବାନ୍ବିତ ମନେକରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?