Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ
ଅଷ୍ଟମ ଚନ୍ଦ୍ରଜନିତ ସମସ୍ୟା ଲାଗିରହିବା କାରଣରୁ ଗତକାଲିଠାରୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ପରିବାରର ଖର୍ଚ୍ଚ ପରିମାଣ ବଢ଼ି ବଢ଼ି ଯିବା ହେତୁ ଚିନ୍ତିତ ରହିପାରନ୍ତି। ଆର୍ଥିକ ଅଭିବୃଦ୍ଧି ସକାଶେ ବିଭିନ୍ନ ପ୍ରକାରର ଯୋଜନା କରି ଖୁସି ରହିବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି ଯୋଗୁ ଆଜି ଆଳସ୍ୟ ଅନୁଭବ କରିବେ ଓ କାମ କରିବାକୁ ଆଦୌ ଇଚ୍ଛା ହେବନି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ଆନୁଷ୍ଠାନିକ କାମଗୁଡିକ ସମ୍ପନ୍ନ ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ମିଥୁନ
ମିଥୁନ
ରାଶିରେ ମଙ୍ଗଳ ଅବସ୍ଥାନ କରୁଥିବାରୁ ବନ୍ଧୁ ଗହଣରେ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ। ବହୁତ ଦିନର ପ୍ରଚେଷ୍ଟା ଆଜି ଫଳବତୀ ହେବ ଏବଂ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ମିଳିବ। କ୍ରନିକ ରୋଗରେ ଶାରୀରିକ କଷ୍ଟ ଅନୁଭବ କରିବେ। ଆଗମୀ ଦିନରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ।
କର୍କଟ
କର୍କଟ
କୋଣଭାବସ୍ଥ ନୀଚସ୍ଥ ରାଶ୍ୟାଧିପତି ହେତୁ ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ଭାଇ, ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ଆଲୋଚନା ଫଳପ୍ରଦ ହେବ। କଳା, ସାହିତ୍ୟ ଓ କ୍ରୀଡ଼ା ପ୍ରୀତିପ୍ରଦ ହେବାର ସୂଚନା ରହିଛି। ପାରିବାରିକ କ୍ଷେତ୍ରରେ ବିବାଦୀୟସ୍ଥିତିକୁ ଜାଣିଶୁଣି ଚୁପ୍‍ ରହିବାକୁ ବାଧ୍ୟ ହେବେ ା
ସି˚ହ
ସି˚ହ
ନବମସ୍ଥ ଏକାଧିକଗ୍ରହ ଯୋଗରୁ ବିଭିନ୍ନ କାରଣକୁ କେନ୍ଦ୍ରକରି ଆଜି ମନ ଚଳ ଚଞ୍ଚଳ ରହିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ସାହିତ୍ୟ, ସଂସ୍କୃତି ତଥା କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ରାଶିକୁ ଚତୁଃଗ୍ରହ ଦୃଷ୍ଟି ଥିବାରୁ ବନ୍ଧୁଙ୍କ ସାହାଯ୍ୟ ଲାଭକରି କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିପାରିବେ। ପାରିବାରିକ ଖର୍ଚ୍ଚ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହୋଇପାରେ। ଶିଳ୍ପ, ବ୍ୟବସାୟ , ପ୍ରକାଶନ ଓ ଏଜେନ୍ସିପରୁ ଖୁସି ରହିବେ। ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‍ ଦୃଷ୍ଟିକୋଣରୁ ବିଚାର କରିବେ।
ତୁଳା
ତୁଳା
ଧନାଧିପଙ୍କ ଦୃଷ୍ଟିରୁ ଅଟକି ରହିଥିବା ପ୍ରାପ୍ୟ ଆଜି ପାଇଯିବେ। ଆଜିର ସକାଳୁଆ ଯାତ୍ରା ପ୍ରାୟତଃ ଶୁଭପ୍ରଦ ହେବ କିନ୍ତୁ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି। ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ତଥାପି ଆପଣ ପ୍ରିୟକଥା କହି ସମସ୍ୟା ସମାଧାନ କରିବେ।
ବିଛା
ବିଛା
କର୍ମାଧିପଙ୍କ ଶୁଭତ୍ୱ ହେତୁ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବା ସାଙ୍ଗକୁ ଲୋକସମ୍ପର୍କ ବୃଦ୍ଧି ପାଇବ। ବନ୍ଧୁମାନଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶାରୀରିକ ସୁସ୍ଥତା କ୍ରମଶଃ ବୃଦ୍ଧି ପାଇବା କାରଣରୁ ଚିନ୍ତାମୁକ୍ତ ହୋଇପାରନ୍ତି। ପରିସ୍ଥିତି ଓ ପରିବେଶକୁ ଆଖିଆଗରେ ରଖି ନିଜକୁ ଆଡଜଷ୍ଟ କରିନେବା ଭଲ ହେବ।
ଧନୁ
ଧନୁ
ବୃହସ୍ପତି ରାଶିର ଷଷ୍ଠସ୍ଥ ଯୋଗୁ ପରିବାରର ଅତୀତ ଘଟଣାକୁ ନେଇ ମନ ଭାରାକ୍ରାନ୍ତ ରହିବ। କୌଣସି ପୂର୍ବ ଘଟଣାକୁ କେନ୍ଦ୍ର କରି ମନରେ କିଛି ଭୟ ଓ ଆଶଙ୍କା ଦେଖାଦେଇପାରେ। ଅନ୍ୟମାନଙ୍କ କଥା ଓ କାମ ମନକୁ ନ ପାଇଲେ ମଧ୍ୟ କିଛି କରି ପାରିବେ ନାହିଁ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି।
ମକର
ମକର
ଧନାଧିପଙ୍କ ସ୍ବଗୃହାବସ୍ଥାନ ହେତୁ ଆଶା ପୂରଣ ହେବାରେ ଅସୁବିଧା ରହିବ ନାହିଁ। ପ୍ରଶାସନିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ କୈଫିୟତ ଦେବାକୁ ପଡିପାରେ। ବୁଝାମଣା ଅଭାବରୁ ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ପାରିବାରିକ କ୍ଷେତ୍ରରେ ମନର ବଳ ଖୁବ୍‍ ଟାଣ ରହିବ ଏବଂ ଜିଦ୍‍ରେ ଅଟଳ ରହିବେ।
କୁମ୍ଭ
କୁମ୍ଭ
ଗୁରୁଙ୍କ ଅନୁକମ୍ପାରୁ ଆଜି ପରିବାରରେ ହସଖୁସିର ବାତାବରଣରୁ ମନ ହାଲୁକା ରହିବ। ବନ୍ଧୁ ଓ ପରିଜନଙ୍କ ସହିତ ତରବରିଆ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବାକୁ ଶ୍ରେୟ ମନେ କରିପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ମୀନମୀନ

ଦ୍ୱିତୀୟଭାବ ଶନି ଦୃଷ୍ଟ ଯୋଗୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ଅଯଥା କଷ୍ଟ ଅନୁଭବ କରିବେ। ସାମାଜିକ ସ୍ତରରେ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିପାରେ। ବନ୍ଧୁ ମେଳରେ ଗାମ୍ଭୀର୍ଯ୍ୟ ରକ୍ଷା କରି ସମାଲୋଚିତ ହୋଇପାରନ୍ତି। ଫାଇଦା ହାସଲ ସକାଶେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri