Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ
ଆପଣଙ୍କ ଅବଦମିତ ଇଚ୍ଛା, ଅସମ୍ପୂର୍ଣ୍ଣ କାଯର୍‍ୟ, ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହୋଇପାରେ। କୃତ୍ତିକା ନକ୍ଷତ୍ରର ଭ୍ରମଣ ହେତୁକ କ୍ଲାନ୍ତି ଦେଖାଦେଇପାରେ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭରେ ହତାଶାବୋଧ କରିପାରନ୍ତି ।
ବୃଷ
ବୃଷ
ଆଜିର ଯାତ୍ରାରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବ। ବନ୍ଧୁଙ୍କ ଜରିଆରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ରୋହିଣୀ ନକ୍ଷତ୍ର କଠିନ ଶ୍ରମ ଓ ବିଶେଷ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ହୋଇପାରେ। ଅବକାରୀ ବା ନିୟନ୍ତ୍ରିତ ଦ୍ରବ୍ୟର ବ୍ୟବସାୟରେ ଖିଲାପକରି ଦଣ୍ଡିତ ହୋଇପାରନ୍ତି ।
ମିଥୁନ
ମିଥୁନ
ଆଜି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟହେବେ। ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ। ଅବହେଳା ଯୋଗୁ ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ପୁନର୍ବସୁ ନକ୍ଷତ୍ର ବନ୍ଧୁବର୍ଗଙ୍କ ସାହାଯ୍ୟ ଲାଭକରି ନୂତନ ଯୋଜନାରେ କୃତକାର୍ଯ୍ୟ ହେବେ।
କର୍କଟ
କର୍କଟ
ଈର୍ଷାପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବିବାଦୀୟ ମନ୍ତବ୍ୟ ଦେଇପାରନ୍ତି। ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ପଡ଼ୋଶୀ ମନ ବଳାଇବେ। ଅଶ୍ଳେଷା ନକ୍ଷତ୍ର ବାଧ୍ୟବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଉଚ୍ଚପଦାଧିକାରୀଙ୍କ ଭତ୍ସନାରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
ସି˚ହ
ସି˚ହ
ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ର ବୃଥା ଆଶଙ୍କା କରି ଅସୁସ୍ଥତା ଅନୁଭବ କରିପାରନ୍ତି। ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ନତୁବା କ୍ଷତିରେ ପଡ଼ିଯାଇପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟିହେବା ସୂଚନା ରହିଛି। ବିବାଦୀୟ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
କନ୍ୟା
ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। କାର୍ଯ୍ୟବ୍ୟସ୍ତ ଯୋଗୁ କାମଗୁଡିକର ସମୀକ୍ଷା କରିବାରେ ବିଳମ୍ବ ଘଟିପାରେ। ହସ୍ତା ନକ୍ଷତ୍ର ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଦୀର୍ଘଦିନର କ୍ରନିକ୍‍ ରୋଗପୀଡ଼ା ଲାଘବ ହୋଇ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା ଆଶା ରହିଛି।
ତୁଳା
ତୁଳା
ଆଜିର ଦିନରେ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମନଟା ଭଲ ରହିବ ନାହିଁ। ଆଜି ହିଁ ଶେଷ କରିବାକୁ ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଭିନ୍ନରୂପ ନେବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ଯୋଗୁ ସାମୟିକ ଖୁସି ଅନୁଭବ କରିବେ। ବିଶାଖା ନକ୍ଷତ୍ରର ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ବିଛା
ବିଛା
ଅନାହୂତ ଭାବରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବେ। ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ ନତୁବା କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଠକାମିରେ ପଡ଼ିପାରନ୍ତି। ବନ୍ଧୁଙ୍କ ସହାୟତାରୁ ଶତ୍ରୁ ଉପଦବ୍ର ହ୍ରାସପାଇବ। ଅନୁରାଧା ନକ୍ଷତ୍ରର ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଦେଖାଦେଇପାରେ।
ଧନୁ
ଧନୁ
ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‍ ଠିକ୍‍ ହୋଇଯିବ। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସାମାଜିକ କାମରେ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। କିନ୍ତୁ ମୂଳା ନକ୍ଷତ୍ର ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‍ ଆରମ୍ଭକରିବାକୁ ମନ ବଳାଇପାରନ୍ତି। କର୍ମଦକ୍ଷତା ଓ ଲୋକପ୍ରିୟତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ମକର
ମକର
ନୂତନ କର୍ମସଂସ୍ଥାନ ଓ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାରୁ ଚାପର ସମ୍ମୁଖୀନ ହେବେ। ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ଶ୍ରବଣା ନକ୍ଷତ୍ର ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ପୂର୍ବ ନିର୍ଦ୍ଧାରିତ ଯୋଜନାନୁଯାୟୀ ଘରେ ବନ୍ଧୁମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ। ସ୍ଥଗିତ ରହିଯାଇଥିବା କାମରେ ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ଶତଭିଷା ନକ୍ଷତ୍ରର ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୌଣସି କାମରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବେ।
ମୀନମୀନ

ସାମାଜିକ ସ୍ତରରେ କୌଣସି କାର୍ଯ୍ୟ ସକାଶେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ରୁଗ୍‍ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଆଜି ଉତ୍ତରଭାଦ୍ରପଦ ନକ୍ଷତ୍ର ସକାଶେ ସାହିତ୍ୟ, ଭ୍ରମଣ, ବାଣିଜ୍ୟ ଓ ରାଜନୀତି ତଥା ପ୍ରଶାସନ ପାଇଁ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri