Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ଆଶା ନିଶ୍ଚିତ ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଭୁଲ୍‍ ବୁଝାମଣା କାରଣରୁ ଆମତ୍ୀୟ ଖପ୍ପା ହୋଇପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି ଓ ବାଣିଜ୍ୟ, ବ୍ୟବସାୟ ପୂର୍ବବତ୍‍ ଚାଲୁରହିବ। ସମ୍ପର୍କୀୟଙ୍କ ସାହାଯ୍ୟ, ଆର୍ଥିକ ଉନ୍ନତି, ବନ୍ଧୁମିଳନ ପାଇଁ ସୁଯୋଗର ସମ୍ଭାବନା ରହିଛି।
ବୃଷ
ବୃଷ
କଠୋର ପରିଶ୍ରମ ସାଙ୍ଗକୁ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ କରିବେ। ପରିସ୍ଥିତିବଶତଃ ଇଚ୍ଛା ନ ଥାଇ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡ଼ିବାରୁ ଦୁଃଖ ପ୍ରକାଶ କରିବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଯୋଗଦେବା ସକାଶେ ଆହୂତ ହୋଇପାରନ୍ତି।
ମିଥୁନ
ମିଥୁନ
ସ୍ଥଗିତ କାମକୁ ପଡ଼ୋଶୀଙ୍କ ସହାୟତାରେ ସମ୍ପନ୍ନ କରିବାର ମଉକା ଜୁଟିପାରେ। ପାରିବାରିକ କ୍ଷେତ୍ରରେ ବୁଝାମଣାରେ କାମକଲେ ଉପକୃତ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ କାମ ହାସଲ କଷ୍ଟକର ହୋଇପଡ଼ିବ। ଆଧ୍ୟାମତ୍‍ୟ ବାତାବରଣ ମଧ୍ୟରେ ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିପାରେ।
କର୍କଟ
କର୍କଟ
ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରୁ ଦିନଟି ଭଲରେ ଅତିବାହିତ ହେବ। ବନ୍ଧୁମିଳନ, ନୂତନ ସମ୍ପର୍କ, ଉଚ୍ଚସମ୍ମାନ ପ୍ରାପ୍ତିଜନିତ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅତୀତ ସମସ୍ୟାର ସମୀକ୍ଷାକରି ତଦନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମନବଳାଇବେ ନିର୍ମାଣାଧୀନ ଗୃହ କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ସି˚ହ
କୌଣସି ଅଭାବ ନ ଥାଇ ମଧ୍ୟ ନୈରାଶ୍ୟ ମଧ୍ୟରେ ସମୟ କଟାଇବେ। ଆଜି ଯେମିତି ଚାହୁଁ ଛନ୍ତି ଠିକ୍‍ ସେହିଭଳି କାମ ସମ୍ପନ୍ନ ହେବାରେ ମଘାର କୌଣସି ଅସୁବିଧା ରହିବ ନାହିଁ। ସାମାନ୍ୟ ବଚସାରୁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟିହୋଇପାରେ। ତଥାପି ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା କର୍ମକ୍ଷେତ୍ରରେ ସାହାଯ୍ୟ କରିବାର ସୂଚନା ରହିଛି।
କନ୍ୟା
ପାରିବାରିକ ସମସ୍ୟାଜନିତ ଅଶାନ୍ତି ସୁପ୍ତ ଅବସ୍ଥାରେ ରହିଯିବ। ଚେଷ୍ଟା କରୁଥିବା କାମ ସକାଶେ ସୁବିଧା ସୁଯୋଗ ସହକର୍ମୀ କିମ୍ବା ପଡ଼ୋଶୀଙ୍କଠାରୁ ପାଇପାରିବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମଧ୍ୟ ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦ୍ୱିଗୁଣିତ ହେବା କ୍ଷେତ୍ରରେ ନିଜର ଅବହେଳା ହିଁ ମୁଖ୍ୟ କାରଣ ହୋଇପାରେ।
ତୁଳା
ତୁଳା
ଦୈହିକ ସୁସ୍ଥତା, ଆର୍ଥିକ ଉନ୍ନତି, ସମସ୍ୟାମୁକ୍ତ ପାରିବାରିକ ଜୀବନ ମଧ୍ୟରେ ଦିନଟି ଉପଭୋଗ୍ୟ ରହିବ। ଆମତ୍ୀୟଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ବିଚଳିତ ଅନୁଭବ କରିବେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣାଇନେବେ। ବ୍ୟବସାୟରେ ମନାନ୍ତର ଦେଖାଦେଲେ ମଧ୍ୟ ବିଶେଷ କ୍ଷତି ହେବ ନାହିଁ।
ବିଛା
ବିଛା
ଆଜି ପ୍ରତ୍ୟେକ କାମ ନିର୍ବିଘ୍ନରେ ସମାପନ ହେବା ସହ ଆଶା ଓ ଅଭିଳାଷ ପୂରଣ ହେବ। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ସଫଳ ହେବେ। ଆନୁଷ୍ଠାନିକ କ୍ଷେତରେ ସାମୂହିକ ସମସ୍ୟାର ସମାଧାନ କରି ପ୍ରଶଂସିତ ହୋଇପାରନ୍ତି। ହଠାତ୍‍ କୌଣସି ତରବରିଆ ନିଷ୍ପତ୍ତି ନେଇ ପରକ୍ଷଣରେ ଅନୁତାପ କରିବାକୁ ପଡ଼ିପାରେ।
ଧନୁ
ଧନୁ
ଭୁଲ୍‍ ବୁଝାମଣାଜନିତ ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ ଉସତ୍ବ ନିମନ୍ତେ ଅନୁରୋଧପତ୍ର ପାଇ ଆନନ୍ଦିତ ହେବେ। ବ୍ୟବସାୟ ବହୁମୁଖୀ ଆକାର ଧାରଣକରି ଲାଭବାନ୍‍ ହେବେ। ଆରୋଗ୍ୟଲାଭ, ଅର୍ଥ ସଙ୍କଟର ସମାଧାନ ଏବଂ ଶୁଭଖବର ପ୍ରାପ୍ତି ସୂଚନା ରହିଛି।
ମକର
ମକର
ପରିସ୍ଥିତିର ବିଷମତା କାରଣରୁ ମଉଳିଯାଇଥିବା ଆଶା କଅଁଳି ଉଠିପାରେ। ଯାତ୍ରା ସମୟରେ ସତର୍କତା ଅଭାବରୁ ଆଘାତ ଲାଗିବା ସୂଚନା ରହିଛି। କୌଣସି ଅଜଣା ବ୍ୟକ୍ତି ଦ୍ୱାରା ତର୍କବିତର୍କ କିମ୍ବା ହଇରାଣ ହରକତ ହେବାକୁ ପଡ଼ିପାରେ। ବ୍ୟବସାୟିକ ଦୃଷ୍ଟିକୋଣରୁ କିମ୍ବା ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ।
କୁମ୍ଭ
କୁମ୍ଭ
ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ଅଟକିଥିବା କାମ ଆରମ୍ଭକରିବାକୁ ମନ ବଳାଇବେ। ଖଳଲୋକଙ୍କ ସହ ଯୁକ୍ତିତର୍କକରି ଅସମ୍ମାନିତ ହୋଇ ପାରନ୍ତି। ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧିପାଇବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବା ସହ ଅଭିଳାଷ ଅପୂରଣ ରହିଯାଇପାରେ।
ମୀନମୀନ

ଆଜି ହିତୈଷୀ ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିରକରିବେ। ସାମାଜିକ ସ୍ତରରେ ଗଠନମୂଳକ କାଯର୍‍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ଟେନ୍‍ସନ ଲାଗି ରହିଥିଲେ ମଧ୍ୟ ପାରିବାରିକ ଜୀବନ ପ୍ରଭାବିତ ହେବନାହିଁ। ବନ୍ଧୁଙ୍କ ସହ ଆଲୋଚନା ପରିପ୍ରେକ୍ଷୀରେ ଛୋଟ କଥାରୁ କଳହକୁ ଆମନ୍ତ୍ରଣ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

ରାଶିଫଳ: ବୁଧବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ ଚତୁଃଗ୍ରହ କର୍ମସ୍ଥାନରେ କାର୍ଯ୍ୟସିଦ୍ଧି, ଅର୍ଥ ଓ ସମ୍ମାନ ଲାଭ କରାଇବେ। କିନ୍ତୁ ନିକିତି ତଉଲ ପରି ପାରିବାରିକ ଜୀବନର ପଲା ନିମ୍ନାଭିମୁଖୀ ହେତୁ ମନାନ୍ତର ଓ…

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୩ ତାରିଖ – Daily Horoscope

ମେଷ କେତୁଯୁକ୍ତ ଚନ୍ଦ୍ର କୋଣଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ଟେନ୍‍ସନ ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…

ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଦ୍ୱିଜା ନକ୍ଷତ୍ର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ନିଜ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହନ, ହୋଟେଲଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ…

ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope

ମେଷ ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ…

ରାଶିଫଳ: ଶନିବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହଚକ୍ରର ଅନୁକୂଳତା କର୍ମକ୍ଷେତ୍ର, ପାରିବାରିକ ଏବଂ ସାମାଜିକ ଦିଗକୁ ଋଦ୍ଧିମନ୍ତ କରିବ। ଶିଳ୍ପ, ନିର୍ମାଣ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। ଆନୁଷ୍ଠାନିକ କାମରେ…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri