Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୨୩ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଲାଗି ରହିବ। କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିପାରେ। ଆର୍ଥିକ ସଂକଟ ରହିଥିଲେ ମଧ୍ୟ ସରକାରୀ ସ୍ତରରୁ ସାହାଯ୍ୟ ନିଶ୍ଚିତ ପାଇବେ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ବିବାଦଗ୍ରସ୍ତ ହୋଇପାରନ୍ତି।
ବୃଷ
ବୃଷ
ଶୁକ୍ରଙ୍କ ଅଶୁଭ ସଂସ୍ଥାନ ହେତୁ ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବ। ରବିଙ୍କ ଦୁର୍ବଳତା ପାରିବାରିକ ଆବଶ୍ୟକତା ପୂରଣ ପାଇଁ ଚିନ୍ତିତ କରାଇବ। ପ୍ରତ୍ୟେକ ସ୍ତରରେ ପ୍ରତିବନ୍ଧକକୁ ହଟାଇବାରେ ବନ୍ଧୁଙ୍କ ସହଯୋଗ ନିଶ୍ଚିତ ପାଇବେ। ସାମାଜିକ ସ୍ତରରେ ସମ୍ମାନ ପାଇବେ ଏବଂ ଚେଷ୍ଟା କରୁଥିବା କାମରେ କିଛିଟା ଅଗ୍ରଗତି ଘଟିବାର ସୂଚନା ରହିଛି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କାମରେ ସଫଳତା ପାଇବେ। ବନ୍ଧୁମାନେ ପ୍ରଥମେ ଦୂରେଇ ରହୁଥିଲେ ମଧ୍ୟ ଠିକ୍‌ ସମୟରେ କାମରେ ସାହାଯ୍ୟ କରିବେ। କିଛି ନ ଦେଲେ ମଧ୍ୟ ପଡ଼ୋଶୀ ଆନୁଷଙ୍ଗିକ ପ୍ରେରଣା ଯୋଗାଇପାରନ୍ତି। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
କର୍କଟ
କର୍କଟ
ମଙ୍ଗଳଙ୍କ କୁପ୍ରଭାବରୁ ଟିକିଏ ଟିକିଏ କଥାରେ ଚିଡ଼ିଚିଡା କିମ୍ବା ବିରକ୍ତି ଲାଗିବ। ଅନ୍ୟମାନଙ୍କ କଥାକୁ ଭିନ୍ନାର୍ଥରେ ଗ୍ରହଣ କରି ଅଶାନ୍ତ ରହିପାରନ୍ତି। କିନ୍ତୁ ଅର୍ଥ ସମ୍ପର୍କ, ସହକମର୍ର୍ୀଙ୍କ ସହଯୋଗ, ଉପରିସ୍ଥ କର୍ମଚାରୀଙ୍କ ସହ ଆଲୋଚନାଦି ମନ୍ଦ ହେବନାହିଁ। ଅଶ୍ଳେଷା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସମସ୍ୟା ପରେ ସମସ୍ୟା ମୁଣ୍ଡ ଟେକିବ। ପାରିବାରିକ ସ୍ତରରୁ ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ସୃଷ୍ଟି ଆଶଙ୍କା ରହିଛି। ସମ୍ପର୍କୀୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି। ବାଣିଜ୍ୟ, ସାମ୍ବାଦିକତା ତଥା ପ୍ରଶାସନ, ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
କନ୍ୟା
କାମ ହାସଲ ଲକ୍ଷ୍ୟ ନେଇ ଅନ୍ୟମାନଙ୍କୁ ମନେଇ ନେବାରେ ଗ୍ରହାନୁକୂଳ ରହିଛି। ଆର୍ଥିକ ଦିଗଟି ଭଲ ରହିବା କାରଣରୁ କୌଣସି କାମ ଅଟକିବ ନାହିଁ। ସାଧାରଣ କଥାରେ କ୍ରୋଧ ପ୍ରକାଶ କଲେ ପରିସ୍ଥିତି ବିଗିଡ଼ିଯିବାର ଆଶଙ୍କାକୁ ଏଡ଼ି ହେବନାହିଁ। ଅଜଣା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କରିବା ଠିକ୍‌ ହେବନି।
ତୁଳା
ତୁଳା
ପରିସ୍ଥିତିକୁ ଦେଖି କାମ କରିଜାଣିଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ ଜନିତ ମନସ୍ତାପ କରିପାରନ୍ତି। ଠିକ୍‌ କଥା କହିଲେ ମଧ୍ୟ ତାହା ବନ୍ଧୁମାନଙ୍କୁ ଖୁସି କରାଇବା ବଦଳରେ ଓଲଟା ପ୍ରତିକ୍ରିୟା ସୃଷ୍ଟି କରିବ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ଅତୀତର ବିବାଦୀୟ କଥା, ଦୂରେଇ ଯାଉଥିବା ବନ୍ଧୁ, ପାଇବାକୁ ଥିବା ଅର୍ଥ ଆଜିର ମୁଖ୍ୟ ଚିନ୍ତା ହୋଇପାରେ। ଅବଶ୍ୟ ସକାଳୁ ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଶନିଙ୍କ ପ୍ରଭାବରୁ ଶିଥିଳ ମନ ଓ ଶରୀର ନେଇ ଦିନଟି ଅତିବାହିତ କରିବେ। ଯାହା ଚିନ୍ତା କରୁଥିବେ ତାହାର ଓଲଟା କାମ ମନକୁ ଭାରାକ୍ରାନ୍ତ କରିପାରେ। ଅବଶ୍ୟ ମନ ମୋହିଲା ଭଳି କଥା ଓ ସୁନ୍ଦର ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି।
ମକର
ମକର
ବହୁତ ଦିନରୁ ଦେଖିନଥିବା କୌଣସି ବନ୍ଧୁ କିମ୍ବା କଥା କହୁନଥିବା ଅନ୍ତରଙ୍ଗଟି ପାଇଁ ମନ ଛଟପଟ ହୋଇପାରେ। କଠିନ ଶ୍ରମ ଓ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, କଳା, ସାହିତ୍ୟ, ସାମ୍ବାଦିକତା, ପରିବହନରେ ଏବଂ ପରିବାର ଭିତରେ କୌଣସି ଅସୁବିଧା ହେବନାହିଁ।
କୁମ୍ଭ
କୁମ୍ଭ
ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧା ଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଚିନ୍ତା କରିବେ। ପାରିବାରିକ ଶୃଙ୍ଖଳା ରକ୍ଷାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡ଼ିପାରେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ, ଯାହାକି ଅଶାନ୍ତ ସ୍ଥିତି ସୃଷ୍ଟି କରିବ।
ମୀନମୀନ

କର୍ମକ୍ଷେତ୍ରରେ ଅସୁବିଧା ଦେଖାଦେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଆପଣଙ୍କୁ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଅଫିସ୍‌ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି କାରଣରୁ ସାମୟିକ ମାନସିକ ସୁସ୍ଥତା ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ବ୍ୟସ୍ତ ବିବ୍ରତ ନ ହୋଇ କାମ କରିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri