Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୨୩ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଲାଗି ରହିବ। କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିପାରେ। ଆର୍ଥିକ ସଂକଟ ରହିଥିଲେ ମଧ୍ୟ ସରକାରୀ ସ୍ତରରୁ ସାହାଯ୍ୟ ନିଶ୍ଚିତ ପାଇବେ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ବିବାଦଗ୍ରସ୍ତ ହୋଇପାରନ୍ତି।
ବୃଷ
ବୃଷ
ଶୁକ୍ରଙ୍କ ଅଶୁଭ ସଂସ୍ଥାନ ହେତୁ ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବ। ରବିଙ୍କ ଦୁର୍ବଳତା ପାରିବାରିକ ଆବଶ୍ୟକତା ପୂରଣ ପାଇଁ ଚିନ୍ତିତ କରାଇବ। ପ୍ରତ୍ୟେକ ସ୍ତରରେ ପ୍ରତିବନ୍ଧକକୁ ହଟାଇବାରେ ବନ୍ଧୁଙ୍କ ସହଯୋଗ ନିଶ୍ଚିତ ପାଇବେ। ସାମାଜିକ ସ୍ତରରେ ସମ୍ମାନ ପାଇବେ ଏବଂ ଚେଷ୍ଟା କରୁଥିବା କାମରେ କିଛିଟା ଅଗ୍ରଗତି ଘଟିବାର ସୂଚନା ରହିଛି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କାମରେ ସଫଳତା ପାଇବେ। ବନ୍ଧୁମାନେ ପ୍ରଥମେ ଦୂରେଇ ରହୁଥିଲେ ମଧ୍ୟ ଠିକ୍‌ ସମୟରେ କାମରେ ସାହାଯ୍ୟ କରିବେ। କିଛି ନ ଦେଲେ ମଧ୍ୟ ପଡ଼ୋଶୀ ଆନୁଷଙ୍ଗିକ ପ୍ରେରଣା ଯୋଗାଇପାରନ୍ତି। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
କର୍କଟ
କର୍କଟ
ମଙ୍ଗଳଙ୍କ କୁପ୍ରଭାବରୁ ଟିକିଏ ଟିକିଏ କଥାରେ ଚିଡ଼ିଚିଡା କିମ୍ବା ବିରକ୍ତି ଲାଗିବ। ଅନ୍ୟମାନଙ୍କ କଥାକୁ ଭିନ୍ନାର୍ଥରେ ଗ୍ରହଣ କରି ଅଶାନ୍ତ ରହିପାରନ୍ତି। କିନ୍ତୁ ଅର୍ଥ ସମ୍ପର୍କ, ସହକମର୍ର୍ୀଙ୍କ ସହଯୋଗ, ଉପରିସ୍ଥ କର୍ମଚାରୀଙ୍କ ସହ ଆଲୋଚନାଦି ମନ୍ଦ ହେବନାହିଁ। ଅଶ୍ଳେଷା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସମସ୍ୟା ପରେ ସମସ୍ୟା ମୁଣ୍ଡ ଟେକିବ। ପାରିବାରିକ ସ୍ତରରୁ ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ସୃଷ୍ଟି ଆଶଙ୍କା ରହିଛି। ସମ୍ପର୍କୀୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି। ବାଣିଜ୍ୟ, ସାମ୍ବାଦିକତା ତଥା ପ୍ରଶାସନ, ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
କନ୍ୟା
କାମ ହାସଲ ଲକ୍ଷ୍ୟ ନେଇ ଅନ୍ୟମାନଙ୍କୁ ମନେଇ ନେବାରେ ଗ୍ରହାନୁକୂଳ ରହିଛି। ଆର୍ଥିକ ଦିଗଟି ଭଲ ରହିବା କାରଣରୁ କୌଣସି କାମ ଅଟକିବ ନାହିଁ। ସାଧାରଣ କଥାରେ କ୍ରୋଧ ପ୍ରକାଶ କଲେ ପରିସ୍ଥିତି ବିଗିଡ଼ିଯିବାର ଆଶଙ୍କାକୁ ଏଡ଼ି ହେବନାହିଁ। ଅଜଣା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କରିବା ଠିକ୍‌ ହେବନି।
ତୁଳା
ତୁଳା
ପରିସ୍ଥିତିକୁ ଦେଖି କାମ କରିଜାଣିଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ ଜନିତ ମନସ୍ତାପ କରିପାରନ୍ତି। ଠିକ୍‌ କଥା କହିଲେ ମଧ୍ୟ ତାହା ବନ୍ଧୁମାନଙ୍କୁ ଖୁସି କରାଇବା ବଦଳରେ ଓଲଟା ପ୍ରତିକ୍ରିୟା ସୃଷ୍ଟି କରିବ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ଅତୀତର ବିବାଦୀୟ କଥା, ଦୂରେଇ ଯାଉଥିବା ବନ୍ଧୁ, ପାଇବାକୁ ଥିବା ଅର୍ଥ ଆଜିର ମୁଖ୍ୟ ଚିନ୍ତା ହୋଇପାରେ। ଅବଶ୍ୟ ସକାଳୁ ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଶନିଙ୍କ ପ୍ରଭାବରୁ ଶିଥିଳ ମନ ଓ ଶରୀର ନେଇ ଦିନଟି ଅତିବାହିତ କରିବେ। ଯାହା ଚିନ୍ତା କରୁଥିବେ ତାହାର ଓଲଟା କାମ ମନକୁ ଭାରାକ୍ରାନ୍ତ କରିପାରେ। ଅବଶ୍ୟ ମନ ମୋହିଲା ଭଳି କଥା ଓ ସୁନ୍ଦର ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି।
ମକର
ମକର
ବହୁତ ଦିନରୁ ଦେଖିନଥିବା କୌଣସି ବନ୍ଧୁ କିମ୍ବା କଥା କହୁନଥିବା ଅନ୍ତରଙ୍ଗଟି ପାଇଁ ମନ ଛଟପଟ ହୋଇପାରେ। କଠିନ ଶ୍ରମ ଓ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, କଳା, ସାହିତ୍ୟ, ସାମ୍ବାଦିକତା, ପରିବହନରେ ଏବଂ ପରିବାର ଭିତରେ କୌଣସି ଅସୁବିଧା ହେବନାହିଁ।
କୁମ୍ଭ
କୁମ୍ଭ
ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧା ଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଚିନ୍ତା କରିବେ। ପାରିବାରିକ ଶୃଙ୍ଖଳା ରକ୍ଷାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡ଼ିପାରେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ, ଯାହାକି ଅଶାନ୍ତ ସ୍ଥିତି ସୃଷ୍ଟି କରିବ।
ମୀନମୀନ

କର୍ମକ୍ଷେତ୍ରରେ ଅସୁବିଧା ଦେଖାଦେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଆପଣଙ୍କୁ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଅଫିସ୍‌ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି କାରଣରୁ ସାମୟିକ ମାନସିକ ସୁସ୍ଥତା ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ବ୍ୟସ୍ତ ବିବ୍ରତ ନ ହୋଇ କାମ କରିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri