Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ
ଆଜିର ଗୁରୁଚାନ୍ଦ୍ରୀ ଯୋଗ ଆପଣଙ୍କୁ ଭାବୁକ ବନାଇ ଦେଇପାରନ୍ତି। ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ। କିନ୍ତୁ ମଙ୍ଗଳଙ୍କ ପ୍ରତି ଶନିଙ୍କ ଷଡାଷ୍ଟକ ସ୍ଥିତି ସ୍ବାସ୍ଥ୍ୟ ସମ୍ପର୍କୀୟ ଚିନ୍ତା ସୃଷ୍ଟି କରିବ। ଆନୁଷ୍ଠାନିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ ପୁରାତନ ବନ୍ଧୁଙ୍କ ସାହାଯ୍ୟ ମିଳିବ।
ବୃଷ
ବୃଷ
କୌଣସି କାମ ହାସଲ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ଚେଷ୍ଟା କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ଆପଣଙ୍କ ମତ ଓ ମନ୍ତବ୍ୟର ବିରୋଧ କରିପାରେ। ଜମିଜମା ସମ୍ବନ୍ଧୀୟ ବିବାଦୀୟ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ। ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଅର୍ଥାଭାବ ଅନୁଭବ କରି ଚିନ୍ତିତ ରହିବେ।
ମିଥୁନ
ମିଥୁନ
ଆର୍ଥିକ ଅନଟନ ଲାଗି ରହିବା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଅବହେଳା ଯୋଗୁ ଦୀର୍ଘଦିନରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବେ। ବନ୍ଧୁଙ୍କ ସହିତ ପ୍ରାତଃଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
କର୍କଟ
କର୍କଟ
ଯାହା ଭାବୁଛନ୍ତି ତାହାକୁ ବାସ୍ତବତାରେ ପରିଣତ କରିବା ସକାଶେ କୌଣସି ଅସୁବିଧା ରହିବ ନାହିଁ। ମାତ୍ର କେତେକ କ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ କରିପାରନ୍ତି। ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ସହକର୍ମୀଙ୍କ ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ସି˚ହ
ସି˚ହ
ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ। ପରୋକ୍ଷରେ ବିରୁଦ୍ଧାଚରଣ କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ବ୍ୟବସାୟିକ ଦୃଷ୍ଟିକୋଣରୁ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିଥିବା କାରଣରୁ ଅସୁବିଧା ସମୟରେ ସହଯୋଗ ପାଇପାରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡ଼ିପାରେ।
ତୁଳା
ତୁଳା
ବିଶେଷ ଭ୍ରମଣ ଓ କଠିନ ଶ୍ରମ ହେତୁ ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବା ଠିକ୍‌ ହେବନାହିଁ। ବହୁତ ଦିନହେଲା ଚେଷ୍ଟା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ପ୍ରଶାସନ, ପ୍ରକାଶନ, ଆଇନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ହତୋସତ୍ାହିତ ନ ହୋଇ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। ଜମା ଭଲ ସମ୍ପର୍କ ନ ଥିବା ଆମତ୍ୀୟମାନଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡପୂରାଇ ସମସ୍ୟାକୁ ଡାକି ଆଣିପାରନ୍ତି।
ଧନୁ
ଧନୁ
ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ଉପରିସ୍ଥ କର୍ମଚାରୀଙ୍କ ସହିତ ଅତ୍ୟଧିକ ଭ୍ରମଣ ଯୋଗୁ କ୍ଲାନ୍ତି ଅନୁଭବ କରିପାରନ୍ତି। ବାରମ୍ବାର କରଜଦାତାଙ୍କ ଚାପରେ ଅତିଷ୍ଠ ହୋଇ ଋଣ ପରିଶୋଧ ଚିନ୍ତାରେ ଦୁଶ୍ଚିନ୍ତାଗ୍ରସ୍ତ ହେବେ। ଆଜିର ଯାତ୍ରା,ବାଣିଜ୍ୟ,ବ୍ୟବସାୟ ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
ମକର
ମକର
ପ୍ରତ୍ୟେକ ସମୟରେ ନିଜ ପାଖରେ ରହୁଥବା କର୍ମଚାରୀଟିର ମନୋଭାବ ବଦଳିଯାଇପାରେ। ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ। ଭାବୁଥିବା ବିଷୟଟିକୁ ଉପରିସ୍ଥ ଅଧିକାରୀଙ୍କ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ସନ୍ତାନଙ୍କ ବୈବାହିକ ସମ୍ପର୍କ ସ୍ଥାପନ ପାଇଁ ଆଲୋଚନା କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ବିଭିନ୍ନ ସମସ୍ୟାମୂଳକ କାମରେ ଅନୁପ୍ରବେଶ କରି ପଶ୍ଚାନ୍ତେ ଅନୁତାପ କରିପାରନ୍ତି। ବନ୍ଧୁମିଳନ ଅବକାଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ନୂତନ କାର୍ଯ୍ୟାରମ୍ଭ ସକାଶେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିପାରନ୍ତି। ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ

କଳା,ସାହିତ୍ୟ କ୍ଷେତ୍ରରେ ଲାଗି ରହିଥିବା ବିବାଦୀୟ ସମସ୍ୟା ସମାଧାନ ହୋଇପାରିବ। ଭାବପ୍ରବଣବଶତଃ ଆଲୋଚନା କ୍ଷେତ୍ରରେ ଭିନ୍ନ ପ୍ରକାରର କଥାବାର୍ତ୍ତାକରି ଅପଦସ୍ଥ ହେବେ। ଭଲ ସମ୍ପର୍କ ଥିବା ବନ୍ଧୁ ନିଜର ସୁବିଧା ହାସଲ କରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି। ସହନଶୀଳତା ଆଚରଣ ପୂର୍ବକ ଅନ୍ୟମାନଙ୍କର ସେବାରେ ମନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri