Posted inRasifala

ରାଶିଫଳ: ଶନିବାର, ମେ ୪ ତାରିଖ – Daily Horoscope

ମେଷ
ଆଜି ବନ୍ଧୁ ସମ୍ପର୍କହାନି, ସନ୍ତାନଙ୍କ ପାଇଁ ଦୁଶ୍ଚିନ୍ତା ଏବଂ କାମରେ ପ୍ରତିବନ୍ଧକ ଜନିତ ମନ ଅଶାନ୍ତ ରହିବ। ପୂର୍ବପ୍ରତିଷ୍ଠା, ସାମାଜିକ ସ୍ଥିତି, ଆତ୍ମୀୟଙ୍କ ସମର୍ଥନ ପରିସ୍ଥିତିକୁ ସହଜ କରିପାରେ। ଅର୍ଥ ଓ ଦ୍ରବ୍ୟ ଦେବା ନେବାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ ବିବାଦ ବଢ଼ିପାରେ। ଅସୁସ୍ଥତା ବଶତଃ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟା କଲେ ମଧ୍ୟ ପରିସ୍ଥିତି ଓ ପରିବେଶ ତାହା କରାଇ ଦେଇ ନ ପାରେ। ଆଜି ଆର୍ଥିକ ସମସ୍ୟା ଦୂର ହେବାରେ ପଡ଼ୋଶୀଙ୍କ ଅବଦାନକୁ ଭୁଲି ହେବନି। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ପ୍ରିୟଜନମାନଙ୍କ ସହ ବନ୍ଧୁ ମିଳନ ସାଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି।
ମିଥୁନ
ମିଥୁନ
ନିଜ ଲୋକଙ୍କ ପକ୍ଷପାତିତା ଓ ବୈମାତୃକ ମନୋଭାବ ଆଜିର ମାନସିକ ଅଶାନ୍ତିର ମୂଳ କାରଣ ହେବ। ତଥାପି ଶୁଭଗ୍ରହଙ୍କ ସମ୍ପର୍କ କାରଣରୁ ପ୍ରତ୍ୟେକ କାମକୁ ଅନୁକୂଳ ବାତାବରଣ ମଧ୍ୟରେ ସମ୍ପନ୍ନ କରିପାରିବେ। ସାଧାରଣ କଥାକୁ କେନ୍ଦ୍ରକରି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ।
କର୍କଟ
କର୍କଟ
ଆକସ୍ମିକ ସ୍ବାସ୍ଥ୍ୟହାନି କିମ୍ବା ମାନସିକ ଅଶାନ୍ତିଜନିତ ଯାତ୍ରା ସ୍ଥଗିତ ରହିପାରେ। ବନ୍ଧୁବର୍ଗ କିମ୍ବା ବୁଦ୍ଧିଜୀବୀଙ୍କ ସଦିଚ୍ଛା କାରଣରୁ ପ୍ରତିଷ୍ଠା କ୍ଷୁଣ୍ଣ ହେବନାହିଁ। ସତର୍କତା ଅଭାବରୁ ଧନହାନି ଘଟିବାର ଆଶଙ୍କା ରହିଛି। ଭିଜିଲାନ୍‌ସ କିମ୍ବା କଚେରି ମାମଲାରେ ଅଥବା ସରକାରୀ ସ୍ତରରେ ଅର୍ଥଦଣ୍ଡର ମଧ୍ୟ ସାମନା କରିବାକୁ ପଡିପାରେ।
ସି˚ହ
ସି˚ହ
କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାପନ୍ତରିଆ ରହିଯାଇପାରେ। ଗୋଟିଏ ସ୍ଥାନରେ ଦୀର୍ଘସମୟ ରହିବାର ସୁଯୋଗ ପାଇ ନ ପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ କିନ୍ତୁ ଯାହାଙ୍କର କଥାଟି କଥାରେହିଁ ରହିଯିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ଅସ୍ଥିରତା କେତେକାଂଶରେ ଦୂର ହେବ।
କନ୍ୟା
ନିଜ ଲୋକଙ୍କ ବିରୁଦ୍ଧାଚରଣ ହେତୁ କାମଗୁଡ଼ିକ ଓଲଟା ହେବାର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଏବଂ ବିଜ୍ଞ ବ୍ୟକ୍ତିଙ୍କ ପ୍ରଶଂସାଭାଜନ ହେବେ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ପାରଷ୍ପରିକ ସୁବୁଝାମଣା ହେତୁ ପରିବାରରେ ଅଶାନ୍ତ ଦୂର ହେବ।
ତୁଳା
ତୁଳା
ଦୃଢ଼ ମନୋବଳ ଓ ସମସ୍ତ ସାମର୍ଥ୍ୟ ଥାଇ ମଧ୍ୟ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଅର୍ଥ ସଂକଟ କାରଣରୁ ଚାହୁଁଥିବା ଜିନିଷ ପାଇବେ ନାହିଁ। ପ୍ରତ୍ୟେକ କ୍ଷେତ୍ର୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରିବା ବୁଦ୍ଧିମାନର କାମ ହେବ ନତୁବା ଠକିଯାଇପାରନ୍ତି। ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣ କରିବାର ସୂଚନା ପାଇପାରନ୍ତି।
ବିଛା
ବିଛା
ଆପଣଙ୍କ ବିଚାରବୋଧ, କାର୍ଯ୍ୟଶୈଳୀ ଓ ପାରିବାରିକ ସୁଖ, ଶାନ୍ତି ଅକ୍ଷୁଣ୍ଣ ରହିବ। ଯାହାକୁ ଅତି ବିଶ୍ୱାସ କରୁଥିବେ ସେ ନିଜର ସୁବିଧା ପାଇଁ ଠିକଣା ସମୟରେ ପାଖ ମାଡ଼ିବ ନାହିଁ। ବେଳେ ବେଳେ ଧୈର୍ଯ୍ୟଚ୍ୟୁତି ଘଟିବା ସହ ବିକ୍ଷିପ୍ତ ମାନସିକତା ସୃଷ୍ଟି ସମ୍ଭାବନା ରହିଛି। ବ୍ୟବସାୟ, ଲୋକସମ୍ପର୍କ ତଥା ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ଧନୁ
ଧନୁ
ଶନିଙ୍କ ପ୍ରଭାବରୁ ମନରେ ସରସତା ରହିବ ନାହିଁ କି କୌଣସି କାମ ସୁବିଧାରେ ସମ୍ପନ୍ନ ହେବ ନାହିଁ। ହତୋତ୍ସାହିତ ନ ହୋଇ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ନିଶ୍ଚିତ ଉପକୃତ ହେବେ। ବନ୍ଧୁଙ୍କ ପରାମର୍ଶକ୍ରମେ ନୂଆ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କ ସହ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ମକର
ମକର
ଆଜି ଦିନଟି ସଂଘର୍ଷମୟ ସ୍ଥିତି ଉପତ୍ନ କରିପାରେ ତଥାପି ପରିଶେଷରେ ଆପଣଙ୍କ ବିଜୟପ୍ରାପ୍ତି ଅବଶ୍ୟମ୍ଭାବୀ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ସହ ଆର୍ଥିକ ଦିଗଟି ମନ୍ଦ ହେବନି। ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବାରୁ ମନଦୁଃଖ ହୋଇପାରେ। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକ ଶୃଙ୍ଖଳିତ ହେବା କଷ୍ଟକର ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବା ସୂଚନା ରହିଛି। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଋଣ ପରିଶୋଧର ଯୋଜନା କରିପାରନ୍ତି। ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ମୀନମୀନ

ପୂର୍ବ ଶତ୍ରୁତା, କଚେରି ମାମଲା, ଆତ୍ମୀୟଙ୍କ ବିରୁଦ୍ଧାଚରଣ ସହ ନିଜ ଲୋକଙ୍କ ଶ୍ରଦ୍ଧା ଓ ଅନୁରାଗର ସ୍ବଳ୍ପତା ମନକୁ ନିରୁତ୍ସାହିତ କରିବ। ଦିନ ଭିତରେ ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri