Posted inRasifala

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ
ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହେବା କଷ୍ଟକର ହେବ। ଅବଶ୍ୟ ଆପଣଙ୍କ ଅର୍ଥନୀତି, ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ବାଣିଜ୍ୟ ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ।
ବୃଷ
ବୃଷ
ନିଜର ସହଜାତ ଗୁଣଧର୍ମାନୁଯାୟୀ ବନ୍ଧୁ ମାଧ୍ୟମରେ କର୍ମକ୍ଷେତ୍ରକୁ ହଲ୍‌ଚଲ କରିପାରନ୍ତି। ରୋହିଣୀ ନକ୍ଷତ୍ରର ଆଜି ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବନାହିଁ। ଅଫିସ୍‌ର କାର୍ଯ୍ୟବ୍ୟସ୍ତତା ଯୋଗୁ ଘରୋଇ କାମ ବାଧାପ୍ରାପ୍ତ ହୋଇପାରେ। ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ, ବାଣିଜ୍ୟ, ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଆଲୋଚନାର ଶେଷ ପର୍ଯ୍ୟାୟର ବିବାଦୀୟ ସ୍ଥିତି ସଫଳତାକୁ ସ୍ଥଗିତ ରଖି ଦେଇପାରେ। ଗ୍ରହସ୍ଥିତିର ଦୁର୍ବଳତା କାରଣରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ଆଜିର ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି ଓ ଆନୁଷ୍ଠାନିକ କ୍ଷେତ୍ର ଭଲ ରହି ନ ପାରେ। ମୃଗଶିରା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଲାଭ କରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ମନ ଯେମିତି ଚାହୁଁଛି ତଦନୁଯାୟୀ କାମ ସମ୍ପନ୍ନ ହୋଇ ନ ପାରେ। କୌଣସି ବିଜାତୀୟ ବ୍ୟକ୍ତି ପରିସ୍ଥିତିକୁ ଓଲଟପାଲଟ କରିଦେଇପାରନ୍ତି। ପୁଷ୍ୟା ନକ୍ଷତ୍ରର ଆର୍ଥିକ ଅନଟନ ରହିଥିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟ, ପରିସ୍ଥିତିକୁ ସମ୍ଭାଳି ନେଇପାରିବ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇ ଉଚ୍ଚସମ୍ମାନ ପାଇବେ।
ସି˚ହ
ସି˚ହ
ଉତ୍ତରାଫାଲଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ବ୍ୟବସାୟ କ୍ଷେତ୍ରରୁ ଅଂଶଧନ ହିସାବରେ ଅଧିକ ଧନ ପାଇ ଖୁସି ହେବେ। ପଦାଧିକାରୀଙ୍କ ଆଦେଶପତ୍ରାନୁଯାୟୀ ଦୂରଯାତ୍ରା କରିପାରନ୍ତି। ବନ୍ଧୁ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ଦୀର୍ଘ ଦିନର ଆଶା ପୂରଣ ଦିଗରେ ସହକର୍ମୀଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ହସ୍ତା ନକ୍ଷତ୍ର ନୂତନ କର୍ମସସ୍ଥାନ ପାଇଁ ମନ ବଳାଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଭାଇଙ୍କ ଆରୋଗ୍ୟଲାଭ ପାଇଁ ଦେବାର୍ଚ୍ଚନକୁ ମାଧ୍ୟମ ରୂପେ ଗ୍ରହଣ କରିବେ। ପାରିବାରିକ, ଆର୍ଥିକ, ସାମାଜିକ ଓ ରାଜନୈତିକ ପତିଆରା ବୃଦ୍ଧି ପାଇବ।
ତୁଳା
ତୁଳା
ନୂତନ ଯୋଜନାରମ୍ଭରେ ବନ୍ଧୁବର୍ଗଙ୍କ ସହାନୁଭୂତି ପାଇ ଖୁସି ହେବେ। କିନ୍ତୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ କିମ୍ବା ଆଲୋଚନା ପରିସରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସ୍ଵାତୀ ନକ୍ଷତ୍ର ସହକର୍ମୀଙ୍କ ସାହାଯ୍ୟ ଓ ସହାନୁଭୂତିରୁ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି।
ବିଛା
ବିଛା
ବିଭିନ୍ନ ସମସ୍ୟା ମଧ୍ୟରେ ଭାବୁଥିବା କଥାଟି ବନ୍ଧୁଙ୍କୁ କହିବାରେ ପଛେଇଯିବେ। ଫଳତଃ ପାଇବା ସକାଶେ ଅନୁକୂଳ ସ୍ଥିତି ଥିଲେ ମଧ୍ୟ ସୁଯୋଗ ହାତଛଡ଼ା ହୋଇପାରେ। ଅନୁରାଧା ନକ୍ଷତ୍ର ପରିବାରରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ, ନୂତନ ଯୋଜନା ତଥା ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସଫଳତା ପାଇବେ। ନିଜ ଲୋକ ସମାଲୋଚନା କରିପାରନ୍ତି। ପାରିବାରିକ, ବ୍ୟବସାୟିକ କ୍ଷେତ୍ର ଓ ନିର୍ମାଣାଧୀନ କାମ, ଚୁକ୍ତିପତ୍ର ସ୍ବାକ୍ଷରିତ ପାଇଁ ସମୟଟି ଅନୁକୂଳ। ମୂଳା ନକ୍ଷତ୍ର ସକାଶେ ଆଜିର ବନ୍ଧୁମିଳନ ସାଙ୍ଗକୁ ଆଳାପ ଆଲୋଚନାରେ ସମୟ କଟିବ।
ମକର
ମକର
ସମ୍ପର୍କୀୟଙ୍କ ସହଯାତ୍ରୀ ଭାବରେ ଆଜିର ଯାତ୍ରା ପ୍ରତିପ୍ରଦ ରହିବ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା ଦିଗରେ ସ୍ତ୍ରୀଙ୍କ ଆନ୍ତରିକ ଚେଷ୍ଟା ଅନୁକରଣୀୟ। କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିରୁ ଅଫିସ୍‌ରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଶ୍ରବଣା ନକ୍ଷତ୍ର ମୁହଁରେ କିଛି ନକହି ପାରିଲେ ମଧ୍ୟ ବନ୍ଧୁଙ୍କ କାର୍ଯ୍ୟରେ ଅସନ୍ତୋଷ ଅନୁଭବ କରିବେ।
କୁମ୍ଭ
କୁମ୍ଭ
ସରକାରୀ ସ୍ତରରୁ ଆଶା କରିଥିବା ଖବରଟି ପଡ଼ୋଶୀଙ୍କଠାରୁ ପାଇ ଖୁସି ହେବେ। ପୂର୍ବଭାଦ୍ର ନକ୍ଷତ୍ର ସକାଶେ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଆଜିର କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଯାତ୍ରା, ବାଣିଜ୍ୟ, ଲେଖାପଢ଼ା, ସାହିତ୍ୟାଦିରେ ଅଗ୍ରଗିତ କରିବେ।
ମୀନମୀନ
ଅତୀତର ଅନାଲୋଚିତ ଘଟଣାବଳୀ ମନକୁ ଆନ୍ଦୋଳିତ କରିପାରେ। ଭାଗୁଆଳିଙ୍କ ଉପରେ ସନ୍ଦେହ ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ସୃଷ୍ଟି ହେବ। ଅଧୈର୍ଯ୍ୟ ନ ହୋଇ ସମୟକୁ ଅପେକ୍ଷା କଲେ କାର୍ଯ୍ୟ ସାଧିତ ହେବ। ଉତ୍ତରଭାଦ୍ର ନକ୍ଷତ୍ରର ସଭାସମିତିରେ ନୂତନ ଯୋଜନା ସମ୍ପର୍କୀୟ ଆଲୋଚନା ଫଳପ୍ରଦ ହେବ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ,…

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ…

ରାଶିଫଳ: ବୁଧବାର, ଫେବୃଆରୀ ୨୫ ତାରିଖ – Daily Horoscope

ମେଷ ଆଜି ରାହୁଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ। ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନିକଟତର…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୨୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ ସଫଳତା ପାଇବେ। କୃତ୍ତିକା ନକ୍ଷତ୍ର ସକାଶେ ପଡ଼ୋଶୀଙ୍କ ପ୍ରତିବାଦ କାରଣରୁ ନିର୍ମାଣାଧୀନ କାମ ଅଟକିବ। ବିବାଦୀୟ କଥାରେ…

ରାଶିଫଳ: ସୋମବାର, ଫେବୃଆରୀ ୨୩ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତିର ସୁପ୍ରଭାବରେ ପ୍ରତ୍ୟେକ କାମ ସମ୍ପନ୍ନ କରିପାରିବେ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। କର୍ମକ୍ଷେତ୍ରରୁ ସହକର୍ମୀଙ୍କ ସାହାଯ୍ୟରେ ଆଶା…

ରାଶିଫଳ: ରବିବାର, ଫେବୃଆରୀ ୨୨ ତାରିଖ – Daily Horoscope

ମେଷ ଆଜି ଜନ୍ମ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ, କିନ୍ତୁ ଟିକିଏ ସମସ୍ୟା ମଧ୍ୟ ରହିବ। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ…

ରାଶିଫଳ: ଶନିବାର, ଫେବୃଆରୀ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ଦଶମ ସ୍ଥାନରେ ଆପଣଙ୍କୁ କର୍ମୋନ୍ନତି ଓ ବକେୟା ଅର୍ଥ, ସାମାଜିକ ସମ୍ମାନ ପ୍ରଦାନ କରିବେ। ଚତୁର୍ଥାଧିପତି ଶନିଙ୍କ ସହ ଦୁଃସ୍ଥାନରେ ଥିବାରୁ ପରିବାରରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୦ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ଏକ ମନ ହୋଇଯିବେ। ଦ୍ୱିଜା ନକ୍ଷତ୍ର ସକାଶେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri