Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ
ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା ଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଠିକ୍‌ ରହିବ ତଥାପି ଔଷଧ ସେବନର ଆବଶ୍ୟକତା ଅପରିବର୍ତ୍ତିତ ରହିବ।
ବୃଷ
ବୃଷ
ବନ୍ଧୁଙ୍କ ସମ୍ପର୍କହାନି, ଆତ୍ମୀୟଙ୍କ ବେପରୁଆ ଚାଲିଚଳଣି ସାଙ୍ଗକୁ କାମ ଧିମେଇ ଯାଉଥିବାରୁ ଚିନ୍ତିତ ରହିବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। କର୍ମକ୍ଷେତ୍ରରେ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ସାମାଜିକ ସ୍ତରରେ ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ସାମୟିକ ଖୁସି ରହିପାରନ୍ତି।
ମିଥୁନ
ମିଥୁନ
ଗ୍ରହମାନଙ୍କ ପ୍ରତିକୂଳ ପ୍ରଭାବରୁ ଯାହା କରନ୍ତୁନା କାହିଁକି ସନ୍ତୁଷ୍ଟ ହୋଇପାରିବେ ନାହିଁ। ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ ଏବଂ ପାରିବାରିକ ସ୍ଥିତି ମଧ୍ୟ ଠିକ୍‌ ରହିବାରେ କୌଣସି ବ୍ୟତିକ୍ରମ ହେବନାହିଁ। ଉପରିସ୍ଥଙ୍କ ସମ୍ମୁଖରେ ନିଜ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି।
କର୍କଟ
କର୍କଟ
ଗ୍ରହଙ୍କ ଶୁଭତ୍ୱ କାରଣରୁ ଦିନଟି ଭଲରେ ଅତିବାହିତ ହେବ। ଯାହା ଓ ଯେମିତି ଚାହୁଁଛନ୍ତି ତାହାତ ପାଇବେ ମାତ୍ର ମନଗଢ଼ା କଥା, ଅନ୍ୟମନସ୍କତା ପରିହାର ନ କଲେ ଅସୁବିଧାରେ ପଡ଼ିବେ। ନିର୍ମାଣାଧୀନ ଗୃହ, ରାସ୍ତାକାମ କିଛିଦିନ ସକାଶେ ଅଟକି ରହିଯାଇପାରେ। ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇପାରନ୍ତି।
ସି˚ହ
ସି˚ହ
ସର୍ବଦା ମନରେ ଅସ୍ଥିରତା ଲାଗି ରହୁଥିବାରୁ ମନ ଭଲ ରହିବ ନାହିଁ। କୌଣସି ଗୋଟିଏ ସ୍ଥାନରେ ବସିଥିଲେ ମଧ୍ୟ ଇଆଡୁ ସିଆଡୁ ବାରକଥା ଭାବି ଭାବି ଅନ୍ୟମନସ୍କ ରହିବେ। ଉଚ୍ଚସ୍ଥ ମଙ୍ଗଳଜନିତ ଗୃହ, ଜମିଜମା ବିଷୟରେ ଯୋଗାଯୋଗ କଲେ ଉପକୃତ ହେବେ। ସାଧାରଣ କଥାରେ ବନ୍ଧୁଙ୍କ ଉପରେ ଅଭିମାନ କରି ମନସ୍ତାପ କରିପାରନ୍ତି।
କନ୍ୟା
ରାହୁ ଯୁକ୍ତ ବୁଧଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ହେତୁ କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ୍ଚ ଓ ବିତର୍କ ଘଟିପାରେ। ଯାତ୍ରା, ବାଣିଜ୍ୟ, ନିର୍ମାଣ ଓ ଯୋଗାଯୋଗ କ୍ଷେତ୍ରରୁ ଉପକୃତ ହେବେ। ବାତବ୍ୟାଧି ଜନିତ କ୍ରନିକ ରୋଗରେ ପୀଡ଼ାନୁଭବ କରିପାରନ୍ତି। ବିଶୃଙ୍ଖଳିତ ସନ୍ତାନ କିମ୍ବା ନିକଟ ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଅସହନୀୟ ହୋଇପାରେ।
ତୁଳା
ତୁଳା
କାମଗୁଡ଼ିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ ସମ୍ପନ୍ନ ହେବ ନିଜ ପାଇଁ ସେହିଭଳି ହୋଇ ନ ପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଏଥିପାଇଁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ବନ୍ଧୁଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରି ପଶ୍ଚାତ୍ତାପ କରିପାରନ୍ତି।
ବିଛା
ବିଛା
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ରାସ୍ତାରେ ପାଦଥାପି ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ଆତ୍ମତୃପ୍ତି ଲାଭ କରିବେ। ଗୁରୁବର୍ଗଙ୍କ ପ୍ରେରଣାରେ ସତ୍‌ସଙ୍ଗ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ବନ୍ଧୁଙ୍କଠାରୁ ସହଯୋଗ ଲାଭକରି ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବାର ସୁଯୋଗ ପାଇବେ।
ଧନୁ
ଧନୁ
କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବାରେ ସଫଳତା ହାସଲ କରିପାରିବେ। କଚେରି ମାମଲାର ଟେନସନ କିମ୍ବା ବିବାଦୀୟ ଘଟଣା ମାନସିକ ଅଶାନ୍ତିର କାରଣ ହେବ। ପ୍ରକାଶନ, ଏଜେନ୍ସିପ୍‌, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇ ପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ।
ମକର
ମକର
ଅନ୍ୟମାନଙ୍କ ଶୁଭଚିନ୍ତକ ହିସାବରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ନିନ୍ଦା ଶୁଣିବେ। କର୍ମକ୍ଷେତ୍ରରୁ ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ଛୋଟଜାତିର ବ୍ୟକ୍ତିଙ୍କ ସହ କଳହ, ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ। ଛୋଟ ଘଟଣାକୁ ବଡ଼ ଚିନ୍ତା କରି ବୃଥାରେ ସମୟର ଅପଚୟ କରିପାରନ୍ତି।
କୁମ୍ଭ
କୁମ୍ଭ
ସମ୍ପର୍କୀୟଙ୍କ ସହଯୋଗରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡି ହେବ ନାହିଁ।
ମୀନମୀନ

ବାହାରେ ଯେତିକି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇବେ ଘରେ କିମ୍ବା ନିଜ ଲୋକମାନଙ୍କଠାରେ ତାହା ଦୁର୍ଲ୍ଲଭ ହୋଇପଡ଼ିବ। ପାରିବାରିକ କ୍ଷେତ୍ରରେ ଆଲୋଚନା କରି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି। ପରିବହନ, ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri