Posted inRasifala

ରାଶିଫଳ: ଶନିବାର , ଜାନୁୟାରୀ ୬ ତାରିଖ – Daily Horoscope

ମେଷ
ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ଯୁଆଡେ ଯାଆନ୍ତୁ ଖାଲିହାତରେ ଫେରିବେ ନାହିଁ। ଗୁରୁଙ୍କ ଦୃଷ୍ଟିରୁ କାର୍ଯ୍ୟସିଦ୍ଧି, ସନ୍ତାନଙ୍କ ଉନ୍ନତି ଏବଂ ଫଳପ୍ରଦ ଆଲୋଚନା ମଧ୍ୟ କରିପାରନ୍ତି। କୌଣସି କାମ ସକାଶେ ସକାଳୁ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଲାଭ କରିବେ। କିନ୍ତୁ ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ।
ବୃଷ
ବୃଷ
ଚନ୍ଦ୍ରଙ୍କ କୋଣସ୍ଥାନରେ ଶନି ଥିବାରୁ ସନ୍ତାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବହାର କିମ୍ବା ଚାଲିଚଳଣରେ ବ୍ୟତିକ୍ରମ ଚିନ୍ତାଜନକ ହୋଇପାରେ। ବନ୍ଧୁ ଆବଶ୍ୟକତା ସମୟରେ ଦୂରେଇ ରହିବେ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ପରିବାରର ବ୍ୟୟବହୁଳତା ଦୁଶ୍ଚିନ୍ତାର କାରଣ ହୋଇପାରେ।
ମିଥୁନ
ମିଥୁନ
ଧନାଧିପ ଚନ୍ଦ୍ର ସପ୍ତମାଧିପତିଙ୍କ ଦୃଷ୍ଟି ପ୍ରଭାବରେ ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ସହ ଅର୍ଥଲାଭ ନିଶ୍ଚିତ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବେ। ଅସାବଧାନତା କିମ୍ବା ଅନ୍ୟମନସ୍କତା ପରିହାର କରି ଯାନବାହନରେ ସତର୍କତା ବିଧେୟ।
କର୍କଟ
କର୍କଟ
ଆଜି କଲ୍ୟାଣ ଚନ୍ଦ୍ର ହେତୁ ଲୋକସମ୍ପର୍କ ବୃଦ୍ଧି, କାର୍ଯ୍ୟ ସିଦ୍ଧି ଓ ମାନସିକ ଶାନ୍ତି ଅନୁଭବ କରିବେ। ପଡ଼ୋଶୀଙ୍କ ସହ ସମ୍ପର୍କରେ ଶିଥିଳତା ପରିଲକ୍ଷିତ ହେବାରୁ ବିରସମନା ରହିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବା ଯୋଗୁ ନୈରାଶ୍ୟତା ଦୂରହେବ।
ସି˚ହ
ସି˚ହ
ତୃତୀୟଚନ୍ଦ୍ର ଓ ବୃହସ୍ପତିଙ୍କ ପ୍ରଭାବରୁ ମନ ବୁଝିଲାଭଳି କଥା କହି ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ଯୋଡ଼ି ପାରିବେ। କିନ୍ତୁ ପରିବାରରେ ସାଧାରଣ କଥାକୁ କେନ୍ଦ୍ର୍ରକରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଘଟିପାରେ। ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
କନ୍ୟା
ବୃହସ୍ପତିଙ୍କ ବ୍ୟତୀତ ରାହୁ ଓ କେତୁଙ୍କ ମଧ୍ୟସ୍ଥ ସମସ୍ତ ଗ୍ରହଙ୍କ କୁପ୍ରଭାବରୁ କାର୍ଯ୍ୟ ଶୃଙ୍ଖଳିତ ହେବନାହିଁ , ଫଳରେ ମନ ବିଚଳିତ ହେବ। କଠୋର କଥା କହି ବନ୍ଧୁଙ୍କ ରୋଷର ଶିକାର ହୋଇପାରନ୍ତି। ଘରର ବରାଦାନୁଯାୟୀ ଜିନିଷ କ୍ରୟ କରି ଖର୍ଚ୍ଚାନ୍ତ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।
ତୁଳା
ତୁଳା
ଅନୁକୂଳଗ୍ରହସ୍ଥିତି ହେତୁ ଅଭିଳାଷ ପୂରଣ ହେବ ଏବଂ ମାନସିକ ଅସ୍ଥିରତା ଦୂର ହୋଇଯିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସହକର୍ମୀଙ୍କ ସହ ପାଇବାକୁ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବା ସାଙ୍ଗକୁ ଦୁଶ୍ଚିନ୍ତା ବୃଦ୍ଧିପାଇବ।
ବିଛା
ବିଛା
ଆଜି ମନ ଚାହୁଁଥିଲେ ମଧ୍ୟ ନିରୁତ୍ସାହିତଜନିତ କାମଟି ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ। ସାମାଜିକ ସ୍ତରରେ ସମ୍ପର୍କୀୟଙ୍କ ସହ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପରିବାରରେ ସନ୍ଦେହଜନିତ କେତେକ ବିଶୃଙ୍ଖଳା ଦେଖାଯିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ।
ଧନୁ
ଧନୁ
ଗ୍ରହମାନଙ୍କ ଅନୁକୂଳ ଅବସ୍ଥିତିରୁ ସୁଯୋଗର ସଦ୍‌ବ୍ୟବହାର କରିପାରିବେ। ମୂଳା ନକ୍ଷତ୍ର ସକାଶେ ନିକଟସ୍ଥ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ରହିବ। ଆର୍ଥିକ ପରିସ୍ଥିତି, ବ୍ୟବସାୟିକ ସ୍ଥିତି ଏବଂ ପାରିବାରିକ ସମ୍ପର୍କରେ ମଉଳି ଯାଇଥିବା ଆଶା କଅଁଳି ଉଠିବ। ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।
ମକର
ମକର
କେନ୍ଦ୍ରସ୍ଥ ଗୁରୁ ଓ ଚନ୍ଦ୍ରଙ୍କ ଲାଗି ଅସଜଡ଼ା ପରିସ୍ଥିତିକୁ ଉପସ୍ଥିତ ବୁଦ୍ଧି ଯୋଗୁ ସଜାଡ଼ିନେବେ। ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିମାନେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିଚାଲିବେ। ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି।
କୁମ୍ଭ
କୁମ୍ଭ
ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି କାମକୁ ବିବାଦୀୟ କରିବା ସହ ଅସମ୍ପୂର୍ଣ୍ଣ ରଖିଦେଇପାରେ। ବନ୍ଧୁମାନଙ୍କ ପରାମର୍ଶକ୍ରମେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କିନ୍ତୁ ସାମୟିକ ଆର୍ଥକ ଅନଟନ ଋଣ ପରିଶୋଧକୁ ବିଳମ୍ବିତ କରିପାରେ। ପରୋକ୍ଷ ଶତ୍ରୁତା, କାର୍ଯ୍ୟହାନି, ବନ୍ଧୁରେ କଳହ ମାନସିକ ଦୁଶ୍ଚିନ୍ତାର କାରଣ ହେବ।
ମୀନମୀନ

ଚନ୍ଦ୍ର ଏବଂ ରାହୁ ଷଡ଼ାଷ୍ଟକ ସ୍ଥିିତିରେ ରହିଥିବାରୁ ମନରେ ଏବଂ ଶରୀରରେ ଅସୁସ୍ଥତା ଅନୁଭବ କରିପାରନ୍ତି। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଅବଶ୍ୟ ସ୍ଥଗିତ କାମକୁ ପୂରା କରିବେ ଓ ବ୍ୟବସାୟିକ ଦିଗଟି ସନ୍ତୋଷଜନକ ରହିବ। ପରକଥାରେ ପଡ଼ି ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri