Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି ଦଶମ ଚନ୍ଦ୍ର ହେତୁ ଯାହା ଚାହୁଁଛନ୍ତି ତାହା ବନ୍ଧୁଙ୍କ ସାନ୍ନିଧ୍ୟରୁ ପାଇପାରିବେ। ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ କେତେକ ଆକସ୍ମିକ ସମସ୍ୟା କାରଣରୁ ସ୍ଥଗିତ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଟିକିଏ ନରମି ମୁଣ୍ଡ ନୁଆଁଇଲେ ସମସ୍ୟାର ସରଳ ସମାଧାନ ହୋଇଯିବ।
ବୃଷ
ବୃଷ
କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ ସୁଖ, ସୌଭାଗ୍ୟ ପ୍ରାପ୍ତି ଯୋଗୁ ଖୁସି ରହିବେ। ଆପଣ ଯାହା ପାଇଁ ବହୁତ କଷ୍ଟ ସ୍ବୀକାର କରି ସାହାଯ୍ୟ କରିଥିଲେ, ସେହି ବ୍ୟକ୍ତି ହିଁ ଶତ୍ରୁତା କରିବ। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦଢ଼ତାର ସହ ସମ୍ମୁଖୀନ ହୋଇ କାମ କରିପାରନ୍ତି। ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ
ମିଥୁନ
ରବି ଓ ବୁଧ ରାଶିକୁ ଦେଖୁଥିବାରୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଉପଭୋଗ୍ୟ ହେବ। ସହକର୍ମୀ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟାକରି ଅପଦସ୍ଥ ହେବେ। ପରିବାର ଭିତରେ ପୁରୁଣା କଥାର ଆଲୋଚନା ହିଁ କଳହର କାରଣ ହୋଇପାରେ। ଧାତୁ ଅଳଙ୍କାରାଦି କ୍ରୟ, ବିକ୍ରୟ ପାଇଁ ଦିନଟି ବହୁତ ଭଲ। ଦୂରଯାତ୍ରା ଯୋଗ ଅନୁକୂଳ।
କର୍କଟ
କର୍କଟ
ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ରଜନିତ ସ୍ବାସ୍ଥ୍ୟ ଭଲ ରହିବା ସହ ବ୍ୟବସାୟ ମଧ୍ୟ ଭଲ ରହିବ। ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟୁ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହେବ। ବନ୍ଧୁର ଅଭିମାନଭରା କଥା ଆପଣଙ୍କୁ ଦୁଃଖ ଦେଇପାରେ।
ସି˚ହ
ସି˚ହ
ସ୍ବଗୃହୀ ମଙ୍ଗଳ ଯୋଗୁ ଆଜି ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ ଏବଂ ଆଶା ଅପୂରଣ ରହିବ ନାହିଁ। ପ୍ରିୟ ବନ୍ଧୁଙ୍କ ସାକ୍ଷାତ୍‌ରୁ କିଛି ପରିମାଣରେ ଉପକୃତ ହୋଇ ପାରନ୍ତି। ଆଜି ମାତ୍ରାଧିକ ଭ୍ରମଣ ଓ କାମର ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ।
କନ୍ୟା
କେତୁ ରାଶିରେ ଥିବାରୁ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। କୌଣସି ଗୃହୋପକରଣ କିଣିବା ସକାଶେ ଯୋଜନା କରି ଶେଷ ସମୟରେ ନିରାଶ ହେବାକୁ ପଡ଼ିପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ଶିଳ୍ପ, ବାଣିଜ୍ୟ, ପରିବହନ, ମାଲି ମକଦ୍ଦମାରେ ଉନ୍ନତି କରିବେ।
ତୁଳା
ତୁଳା
ଆଜି କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ ପ୍ରତ୍ୟେକ କାର୍ଯ୍ୟ ସହଜରେ ହାସଲ କରିପାରିବେ। ବନ୍ଧୁଙ୍କ ପାଇଁ ଯେତେ ଭଲ କାମ କଲେ ହେଁ ସେ ଅନ୍ୟର କାନକୁହା କଥା ଶୁଣି ଭଲ ପାଇବେ ନାହିଁ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ଗୃହ, ଗାଡ଼ି, ଧାତୁ ଅଳଙ୍କାର ତଥା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇପାରନ୍ତି।
ବିଛା
ବିଛା
ସ୍ବଗୃହୀ ମଙ୍ଗଳ ଯୋଗୁ ବିଭିନ୍ନ କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି। ସାହିତ୍ୟ, ସଂଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ବିଶ୍ୱାସର ସହ କାମ କରି ଚାଲନ୍ତୁ, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଅଟକି ରହିଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ।
ଧନୁ
ଧନୁ
ଦେବଗୁରୁଙ୍କ ଦିବ୍ୟଦୃଷ୍ଟିରୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଆଗାମୀ ମାଙ୍ଗଳିକ କାମର ପ୍ରସ୍ତୁତି କରି ବିଚଳିତବୋଧ କରିପାରନ୍ତି। ବିବାଦୀୟ ଘଟଣାରେ ନୀରବ ରହିଯିବା ଏକ ପ୍ରକାର ଭଲ ହେବ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ନିଜ ନିଜ ଭିତରେ ଟଣାଓଟରା ଲାଗିପାରନ୍ତି।
ମକର
ମକର
ଚନ୍ଦ୍ର ପ୍ରଭାବରୁ ସାହାଯ୍ୟ ସହଯୋଗ ପାଇ କାମ ଆଗକୁ ବଢ଼ାଇବାରେ ସମର୍ଥ ହେବେ। ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ଚର୍ଚ୍ଚା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ଯୋଗୁ ମାନସିକ ଶାନ୍ତି ମିଳିବ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବ, କିନ୍ତୁ କର୍ମକ୍ଷେତ୍ରରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କଷ୍ଟ ସ୍ବୀକାର କରିବେ। ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଧୈର୍ଯ୍ୟ ଧରିଲେ ଉପକୃତ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ।
ମୀନମୀନ

ପରିସ୍ଥିତିର ଗୁରୁତ୍ୱକୁ ଦେଖି ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିବା ଦ୍ୱାରା ଅଫିସ୍‌ କାମର ଜଞ୍ଜାଳ ବୃଦ୍ଧି ପାଇପାରେ। ରବି ଓ ବୁଧଜନିତ ବ୍ୟସ୍ତତା ପରିହାର କରି ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ପ୍ରଯନତ୍ କରିବା ଭଲ ହେବ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁ ସମ୍ପର୍କରେ ଆଶାଜନକ ଫଳ ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri