ମେଷ

ଆଜି ଜନ୍ମ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ, କିନ୍ତୁ ଟିକିଏ ସମସ୍ୟା ମଧ୍ୟ ରହିବ। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିପାରେ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ଈର୍ଷାପରାୟଣ ମନୋଭାବ କାରଣରୁ ସମ୍ପର୍କୀୟମାନେ ଦୂରେଇଯାଇପାରନ୍ତି।
ବୃଷ

କର୍ମଭାବସ୍ଥ ଗ୍ରହ ପ୍ରଭାବରୁ ପ୍ରତ୍ୟେକ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷା କରି ସମାଲୋଚିତ ହେବେ। ମାଲିମକଦ୍ଦମା, ଆଇନ ଅଦାଲତ, ପ୍ରଶାସନ, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ମିଥୁନ

ବନ୍ଧୁଙ୍କ ପରାମର୍ଶରେ ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେବେ। ବୁଧ ପାପଗ୍ରହଯୁକ୍ତ ଯୋଗୁ ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଆବଶ୍ୟକତା ସମୟରେ ପାଖରେ ନଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ।
କର୍କଟ

ନୀଚାରୋହୀ ସପ୍ତମାଧିପତି ଫଳରେ ଆଜିର ପ୍ରତ୍ୟାବର୍ତ୍ତନ ପଥରେ କଷ୍ଟ ସ୍ବୀକାର କରିପାରନ୍ତି। ଆଜି ସକାଳୁ କର୍ମାରମ୍ଭ ସମସ୍ତଙ୍କ ସହଯୋଗ ଭିତରେ ପ୍ରୀତିପଦ ହେବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ସି˚ହ

ଆଜିର ଆନୁଷ୍ଠାନିକ କାମ ମଧ୍ୟରେ ବନ୍ଧୁଙ୍କ ସାକ୍ଷାତ୍ରୁ ଉପକୃତ ହେବେ। ଏକାଧିକ ଗ୍ରହ ସପ୍ତମସ୍ଥ ଯୋଗୁ ମାତ୍ରାଧିକ ଭ୍ରମଣ କଷ୍ଟ ଦେବ। ଉଚ୍ଚାରୋହୀ କର୍ମାଧିପ ପ୍ରଭାବରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। କେତୁଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ରଜନିତ ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
କନ୍ୟା

ଆଜିର ଦ୍ୱାଦଶସ୍ଥ ପାପଗ୍ରହ ପ୍ରଭାବରେ ଖର୍ଚ୍ଚବହୁଳ ଯାତ୍ରା ଓ କାର୍ଯ୍ୟ ମନସ୍ତାପର କାରଣ ହେବ। କୁମ୍ଭସ୍ଥ ଏକାଧିକ ଗ୍ରହ ଯୋଗୁ ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। କାନକୁହା କଥା ଶୁଣି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯାଇପାରେ। ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ରାଶ୍ୟାଧିପ ହେତୁ ସ୍ବାସ୍ଥ୍ୟରେ ଉନ୍ନତି ହେବ।
ତୁଳା

ବିଗତ ଦିନମାନଙ୍କରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍ ସମାଧାନ ହୋଇଯିବ। ନୀଚାରୋହୀ ଚତୁର୍ଥାଧିପ ଯୋଗୁ ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଆଜିର କର୍ମକ୍ଷେତ୍ର କିମ୍ବା ଦିନଚର୍ଯ୍ୟା ମଧ୍ୟରେ ବାଧ୍ୟ ବାଧକତାରେ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନାଗୁଡ଼ିକ ଠିକ୍ ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।
ବିଛା

ଆଜି ଶୁଭ ଭାବରେ ରବି ଓ ଚନ୍ଦ୍ରଙ୍କ ସ୍ଥିତି ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ। ରଚନାମତ୍କ କାର୍ଯ୍ୟ, କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସାମାଜିକ ସ୍ତରରେ ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଉଚ୍ଚାରୋହୀ କର୍ମାଧିପଙ୍କ ପ୍ରଭାବରେ ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ।
ଧନୁ

ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ତୃତୀୟସ୍ଥ ରାଜଯୋଗ ହେତୁ ପଡ଼ୋଶୀଙ୍କ ସହାୟତାରେ ବକେୟା ଆଦାୟରେ ସକ୍ଷମ ହେବେ। କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡ଼ିବେ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ।
ମକର

ଆଜିର ଚନ୍ଦ୍ର କବନ୍ଧଗ୍ରହ ନକ୍ଷତ୍ରସ୍ଥ ଯୋଗୁ ଆପଣଙ୍କ ମାନସିକ ସ୍ଥିତିକୁ ଦ୍ୱନ୍ଦ୍ୱଯୁକ୍ତ କରାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି ନ ଚଳିଲେ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ, ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି ।
କୁମ୍ଭ

ପାରିବାରିକ ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁମାନଙ୍କ ସାହାଯ୍ୟ ଦରକାର ପଡ଼ିପାରେ। କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଶନି କ୍ଷେତ୍ରସ୍ଥ ମଙ୍ଗଳଜନିତ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ସହକର୍ମୀଙ୍କ ପାରିବାରିକ କ୍ଷେତ୍ରର ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ ।
ମୀନ
ଦ୍ୱାଦଶସ୍ଥ ରବିଙ୍କ ପ୍ରଭାବରୁ ସରକାରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଶୁକ୍ରଜନିତ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରିବେ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବାର ଆଶଙ୍କା ରହିଛି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.