ମେଷ

ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଘଟିବ। ପ୍ରତ୍ୟୁଷ ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନାମତ୍କ କାର୍ଯ୍ୟ ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ଲାଭ କରିପାରନ୍ତି।
ବୃଷ

ତୃତୀୟାଧିପଙ୍କ ଶୁଭ ସମ୍ପର୍କରୁ ବନ୍ଧୁବର୍ଗଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରିବ। ଆନୁଷ୍ଠାନିକ କାର୍ଯ୍ୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କିଛି ଜିନିଷ ହଜାଇବା କାରଣରୁ ବିରସ ରହିବେ। ବାଣିଜ୍ୟ, ବ୍ୟବସାୟ, ବିବାଦୀୟ ପରିସ୍ଥିତି ଓ ଯାତ୍ରା କେତେକାଂଶରେ ସୁଫଳଦାୟୀ ହୋଇପାରେ।
ମିଥୁନ

ରବି ଓ ବୁଧଙ୍କ ସଂଯୋଗରୁ ବନ୍ଧୁତା ରହିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇନେବେ। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଚେଷ୍ଟା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ।
କର୍କଟ

ବ୍ୟୟାଧିପତି ବୁଧ ସପ୍ତମସ୍ଥ ଯୋଗୁ ବ୍ୟବସାୟରେ ପୁଞ୍ଜିଲଗାଣ ସକାଶେ ଅର୍ଥବ୍ୟୟ କରିପାରନ୍ତି। କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କେତେକ ଭୁଲ୍ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବ, କିନ୍ତୁ ପରିସ୍ଥିତି ପ୍ରତି ସଜାଗ ରହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ।
ସି˚ହ

ଆଜିର ଗ୍ରହପ୍ରଭାବରୁ ଜଣେ ମହିଳାଙ୍କ ସାହାଯ୍ୟରେ ସ୍ଥଗିତ କାମକୁ ସମ୍ପୂର୍ଣ୍ଣ କରିବେ। ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ଚଳାଇନେବେ। ବ୍ୟବସାୟିକ କ୍ଷେତ୍ର, ମାଙ୍ଗଳିକ କାମ, ପ୍ରଶାସନ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ପୁରାତନ ପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି। ଫଳତଃ ଯାତ୍ରା ସ୍ଥଗିତ ରହିଯିବ।
କନ୍ୟା

ଲାଭାଧିପ ସ୍ବଗୃହୀ ଯୋଗୁ ବକେୟା ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ଅଫିସ୍ରେ କୌଣସି ଅତ୍ୟାବଶ୍ୟକ କାଗଜ ନ ପାଇ ବ୍ୟସ୍ତ ହେବେ। ସଭାସମିତିର ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଯାତ୍ରା କାଳରେ ସମଧର୍ମୀୟ ବ୍ୟକ୍ତି ସହ ସମ୍ପର୍କ ସ୍ଥାପନ ହିତକର ହେବ।
ତୁଳା

ବୃହସ୍ପତିଙ୍କ ସୁପ୍ରଭାବରୁ ଅଟକିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପଣାଛାଏଁ ସମାଧାନ ହୋଇଯିବ। ବିଭିନ୍ନ ଦିଗରୁ ସୁବିଧା, ସୁଯୋଗ ଜୁଟିବ ଏବଂ ଆବଶ୍ୟକତା ମଧ୍ୟ ପୂରଣ ହେବ। ବାଣିଜ୍ୟାରମ୍ଭ, ଶୁଭ କାର୍ଯ୍ୟ ସମ୍ପାଦନ, ସତ୍ସଙ୍ଗ, ମାନସିକ ସ୍ତରରେ ଆନନ୍ଦ ଅନୁଭବ କରାଇବ। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ।
ବିଛା

ପାପଗ୍ରହ ପ୍ରଭାବରେ ମନ ଏବଂ କୌଣସି କାର୍ଯ୍ୟ ଶୃଙ୍ଖଳିତ ରହିବନାହିଁ। ଫଳତଃ ଆପଣଙ୍କ ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ମଧ୍ୟ ବିଶୃଙ୍ଖଳିତ ରହିବ। ଆକସ୍ମିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ଚିନ୍ତିତ ରହିପାରନ୍ତି। କିନ୍ତୁ ବ୍ୟବସାୟ, ବାଣିଜ୍ୟ, ପରିବହନ, ପ୍ରକାଶନ, ନିର୍ମାଣାଦି କାର୍ଯ୍ୟ ଠିକ୍ଠାକ୍ ଚାଲିବ।
ଧନୁ

ଚତୁର୍ଥକେନ୍ଦ୍ରସ୍ଥ ବଳହୀନ ଶନିଙ୍କ ହେତୁ ବିରୋଧାତ୍ମକ ପରିବେଶରେ ଚଳିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ବାହାର କରିନେବେ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଏବଂ ଭୁଲ୍ ବୁଝାମଣା ଅଶାନ୍ତିର କାରଣ ହେବ। ସାହିତ୍ୟ, ଗବେଷଣା, କଳା-ସଂସ୍କୃତି, ବିଦେଶ ଯାତ୍ରା ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସ ହେବ।
ମକର

ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ କର୍ମ ଜଞ୍ଜାଳରେ ବ୍ୟସ୍ତ ରହି ବନ୍ଧୁଙ୍କ ଭିଡ଼ରେ ନିଜ ଲୋକଟିର କଥା ବୁଝିପାରିବେ ନାହିଁ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ, କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଳି ଉଠିବ। ଆତ୍ମୀୟଙ୍କ ଅଶ୍ରଦ୍ଧା, ବନ୍ଧୁଙ୍କ ରାଗରୁଷା, ସ୍ତ୍ରୀଙ୍କ ମୁହଁଫୁଲା, ଯାତ୍ରା ଓ ବାଣିଜ୍ୟରେ ସମସ୍ୟା ପ୍ରଭୃତିର ସାମ୍ନା କରିବାକୁ ପଡ଼ିପାରେ ।
କୁମ୍ଭ

ରାହୁଙ୍କ ପ୍ରଭାବରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଦୂରଯାତ୍ରା, ଅର୍ଥ କାରବାର, ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ। ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିପାରିବେ। କଳ, କାରଖାନା, ହୋଟେଲ ଶିଳ୍ପ, ମନୋରଞ୍ଜନ, ଯାତ୍ରା ଓ ଭ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।
ମୀନ
ଆତ୍ମୀୟଙ୍କ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଦ୍ୱାଦଶସ୍ଥ ପାପଗ୍ରହ ଯୋଗୁ ଖର୍ଚ୍ଚ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ସାମୟିକ ମନ ଉଦାସ ରହିପାରେ। ପଡ଼ୋଶୀଙ୍କ ସହ ଆଗାମୀ ଶୁଭକାର୍ଯ୍ୟ ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.