Posted inRasifala

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ଶାରୀରିକ ଓ ମାନସିକ ସ୍ଥିତିରେ ସମତା ରକ୍ଷା କରିପାରିବ ନାହିଁ। ଆଲୋଚନାର ଶେଷ ପର୍ଯ୍ୟାୟରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବାର ଆଶଙ୍କା ମଧ୍ୟ ରହିଛି। ଅନ୍ତରଙ୍ଗ ବନ୍ଧୁଙ୍କ ସାହାଯ୍ୟର ହାତ ଆପଣଙ୍କ ନିକଟକୁ ଲମ୍ବି ଆସିପାରେ।
ବୃଷ
ବୃଷ
ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭିନ୍ନ ମାର୍ଗରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ସ୍ନାୟବିକ ଦୁର୍ବଳତା ଲାଗିରହିବା କାରଣରୁ ହାତ ଓ ପାଦରେ ଯନ୍ତ୍ରଣା ଅନୁଭଭ କରିବାର ସୂଚନା ରହିଛି। ଅବଶ୍ୟ ମୃଗଶିରା ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ।
ମିଥୁନ
ମିଥୁନ
ଆପଣଙ୍କ କୃପଣତା ପ୍ରତି ଅନ୍ୟମାନଙ୍କ ଟାହିଟାପରା ମନକୁ ବାଧିପାରେ। ପୁନଶ୍ଚ ଅଜୀର୍ଣ୍ଣ କିମ୍ବା ମଧୁମେହଜନିତ ଅସୁସ୍ଥତା ମଧ୍ୟ ଅନୁଭବ କରିପାରନ୍ତି। କାମ ହାସଲରେ ନିଜ ଲୋକମାନେ ପ୍ରତିବନ୍ଧକ ସୃଷ୍ଟିଜନିତ ଅସୁବିଧାରେ ପକାଇପାରନ୍ତି। ଆଜି ପୁନର୍ବସୁ ନକ୍ଷତ୍ରର ସାଙ୍ଗସାଥୀମାନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି।
କର୍କଟ
କର୍କଟ
ଆକସ୍ମିକ କୌଣସି ଲୋଭନୀୟ ସୁଯୋଗକୁ ହାତଛଡ଼ା କରିପାରିବେ ନାହିଁ। କିନ୍ତୁ ପରକ୍ଷଣରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଅଶ୍ଳେଷା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
ସି˚ହ
ସି˚ହ
କଥା ଓ କାମରେ ତାଳମେଳ ନ ରହିବା ହେତୁ ସମାଲୋଚନାର ସ୍ବର ଶୁଣିବାକୁ ପାଇ ପାରନ୍ତି। ମଘା ନକ୍ଷତ୍ରର ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ଆଜି ଆପଣଙ୍କ କାମରେ ବନ୍ଧୁ ଅବଶ୍ୟ ସହଯୋଗ କରିବେ। ସାମାଜିକ ସ୍ତରରେ ଛୋଟ ବଡ଼ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ରହିବ ନାହିଁ।
କନ୍ୟା
ଆଜି ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କିନ୍ତୁ ସଭାସମିତି କିମ୍ବା ଆଲୋଚନା କାଳରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡ଼ିବେ। ଈର୍ଷା ଓ ଅସୂୟା କାରଣରୁ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଚିତ୍ରା ନକ୍ଷତ୍ରର ମାଲିମକଦ୍ଦମାରେ ବିଜୟପ୍ରାପ୍ତି ଘଟିବ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ପରିବାର ବିଷୟରେ ଏକାନ୍ତ ଅନୁରକ୍ତି ଜାଗ୍ରତ ହୋଇପାରେ। ଅନ୍ୟର ଘରୋଇ ସମସ୍ୟା ପ୍ରତି କର୍ଣ୍ଣପାତ କରିବାରେ ଅନିଚ୍ଛା ପ୍ରକାଶ କରିପାରନ୍ତି। ଯାତ୍ରା ସମୟରେ କୌଣସି ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ବିଛା
ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିବା କ୍ଷେତ୍ରରୁ ଆଶାଜନକ ଫଳ ପାଇବେ। ଆଜିର ପାରିବାରିକ ଖର୍ଚ୍ଚ ପରିମାଣ ଦୁଇଗୁଣା ହୋଇପାରେ। କିନ୍ତୁ ସାୟାହ୍ନେ ଏକ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଜ୍ୟେଷ୍ଠା ନକ୍ଷତ୍ର ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିଭିନ୍ନ ବିବାଦୀୟ ଘଟଣା ଅଶାନ୍ତ ବାତାବରଣ ସୃଷ୍ଟି କରିପାରେ। ପରିବାରଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। କର୍ମକ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ସୁଯୋଗ ପାଇ କାର୍ଯ୍ୟ ହାସଲ କରିବେ। ପୂର୍ବାଷାଢ଼ା ନକ୍ଷତ୍ର ବନ୍ଧୁଙ୍କ ଅଭିଯୋଗ, ଉଚ୍ଚ ପଦାଧିକାରୀଙ୍କ ଚାପରୁ ଚିନ୍ତିତ ହେବେ।
ମକର
ମକର
ଆଜିର ସପ୍ତମସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ଉଚ୍ଚ ସମ୍ମାନ ପ୍ରଦାନରେ ସହାୟକ ହେବ। କଳା, ସାହିତ୍ୟ, ରଚନାତ୍ମକ କାର୍ଯ୍ୟକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ପାଇପାରନ୍ତି। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ରତର ହେବାର ଅନୁଭବ କରିବେ।
କୁମ୍ଭ
କୁମ୍ଭ
ସମସ୍ୟା ବିଜଡ଼ିତ ପରିସ୍ଥିତି ମଧ୍ୟରେ ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। ଆଜି ପୂର୍ବଭାଦ୍ରପଦ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆଲୋଚନା ସମୟରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଆକସ୍ମିକ ସ୍ଥାନାନ୍ତର ସୂଚନାକୁ ସହଜରେ ଗ୍ରହଣ କରିପାରିବେ ନାହିଁ।
ମୀନମୀନ

ଆପଣଙ୍କ ଶାଣିତ ବାକ୍ୟକୁ ସାମନା କରିବାରେ ପ୍ରତିପକ୍ଷ ଦୂରେଇ ରହିବେ। ଲେଖାପଢ଼ା, ସାହିତ୍ୟାଲୋଚନା, କଳା, କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରୁ ସୁନାମ ମିଳିବ। ଉତ୍ତରଭାଦ୍ରପଦ ନକ୍ଷତ୍ରର ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି। ଯେକୌଣସି ପରିସ୍ଥିତିରେ ଆପଣ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri