Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ
ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହେବେ। କଳା, ସାହିତ୍ୟ, ସଂସ୍କୃତି ଓ ରଚନାତ୍ମକ କାମରେ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି ।
ବୃଷ
ବୃଷ
ନିଜ କାମକୁ ପଛରେ ପକାଇ ବନ୍ଧୁ ଓ ପରିଜନମାନଙ୍କ କାର୍ଯ୍ୟରେ ସାମିଲ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନ୍ସନ ବୃଦ୍ଧି ପାଇପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ ।
ମିଥୁନ
ମିଥୁନ
ବିବାହଯୋଗ୍ୟା ସନ୍ତାନଙ୍କ ପ୍ରସ୍ତାବକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ। କୌଣସି ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅନ୍ୟମାନଙ୍କର କାନକୁହା କଥା ଶୁଣି ଉପର ଅଧିକାରୀ ଖପ୍ପା ହୋଇପାରନ୍ତି। ଭୁଲ୍‌ବୁଝାମଣାରୁ ସହକର୍ମୀଙ୍କ ପ୍ରତ୍ୟେକ କଥା ଓ କାମକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପୂର୍ବ ବିବାଦୀୟ ପରିସ୍ଥିତିକୁ କେନ୍ଦ୍ରକରି କୌଣସି ଅଭିଯୋଗ ଆସିପାରେ। ଅନ୍ତରଙ୍ଗ ବନ୍ଧୁଟି ଅଭିଯୋଗର ବିଚାରରେ ସାମିଲ ଥିଲେ ମଧ୍ୟ ସାହାଯ୍ୟ କରି ନ ଥିବାର ଶୁଣି ଦୁଃଖ ପ୍ରକାଶ କରିବେ। ଆର୍ଥିକ ସ୍ଥିତି ଏବଂ ପାରିବାରିକ ପରିସ୍ଥିତିରେ ସାମାନ୍ୟ ଉନ୍ନତି ଯୋଗୁ ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ପିଲାଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇ ଗୁରୁତ୍ୱପୂର୍ଣ୍ଣ କାମକୁ ଅବହେଳା କରିବେ। ଆର୍ଥିକ ସ୍ବଚ୍ଛଳତା ଥିଲେ ମଧ୍ୟ ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ରରେ ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରି କାମଟିକୁ ବଢ଼ାଇ ନେଇ ପାରନ୍ତି।
କନ୍ୟା
କୌଣସି କଥାକୁ କେନ୍ଦ୍ରକରି ପରସ୍ପର ବାଦାନୁବାଦ ବକ୍ତବ୍ୟଜନିତ ପାରିବାରିକ ସମ୍ପର୍କ ବିବାଦୀୟ ହେବ। ସହକର୍ମୀଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ଆଲୋଚନା ପରିସରରେ ସାଧାରଣ କଥା ଜଟିଳ ହୋଇପାରେ। ଆଜିର ଦୂରଯାତ୍ରା, ଉଚ୍ଚଶିକ୍ଷା, ବନ୍ଧୁସମ୍ପର୍କ ଓ ବ୍ୟବସାୟିକ ସ୍ଥିତି ପ୍ରାୟତଃ ମନ୍ଦ ହେବନାହିଁ।
ତୁଳା
ତୁଳା
ସ୍ବାସ୍ଥ୍ୟସମସ୍ୟା କେତେକାଂଶରେ ନିୟନ୍ତ୍ରଣାଧୀନ ରହିବାରୁ କର୍ମକ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା ଦେଖାଦେବ। ସ୍ବାତୀ ନକ୍ଷତ୍ର କିନ୍ତୁ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ଖୁସି ରହିବେ। କାବ୍ୟ, ସାହିତ୍ୟ, କଳା, କାରିଗରି କାମରେ ଅର୍ଥ ଓ ସମ୍ମାନ ଲାଭ କରିବାର ସୁଯୋଗ ଆସିପାରେ।
ବିଛା
ବିଛା
ଶାରୀରିକ ସୁସ୍ଥତା, ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ପାରିବାରିକ ସୌହାର୍ଦ୍ଦ୍ୟଜନିତ ମାନସିକଶାନ୍ତି ଅନୁଭବ କରିବେ। ସଭାସମିତିରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଲାଭବାନ ହେବା ସାଙ୍ଗକୁ ନୂତନ ଯୋଜନାରମ୍ଭ ଫଳପ୍ରଦ ହେବ।
ଧନୁ
ଧନୁ
ସମସ୍ତ ସୁବିଧା ଥାଇ ମଧ୍ୟ କର୍ମହାନି ଓ ଏକାଧିକ ସମସ୍ୟା ବିବ୍ରତ କରାଇପାରେ। ବନ୍ଧୁଙ୍କ ସହ ତିକ୍ତତା ଯୋଗୁ ମନସ୍ତାପ କରିପାରନ୍ତି। ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥ ପାଇବେ। ପାରିବାରିକ ସୁସମ୍ପର୍କ, ବ୍ୟବସାୟିକ ଉନ୍ନତି ସହ ଆନୁଷ୍ଠାନିକ କାମରେ ସହଯୋଗଜନିତ ଦୁଃଖକୁ ସାମୟିକ ଭାବେ ଭୁଲିଯାଇପାରନ୍ତି।
ମକର
ମକର
କୌଣସି ଦୂରାଗତ ବନ୍ଧୁଙ୍କ ଆଗମନୀ ବାର୍ତ୍ତାରେ ଖୁସି ହେବେ। ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକତା ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ଆଦୃତିଲାଭର ସୁଯୋଗ ଜୁଟିବ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର କଥା କହିବେ। ସଭାସମିତିରେ,ବନ୍ଧୁଗହଣରେ, ଆଲୋଚନା ପରିବେଶରେ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କାର୍ଯ୍ୟହାସଲର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ପୂରଣ ପାଇଁ ବନ୍ଧୁଙ୍କ କଥା ଓ କାମରେ ବିସ୍ମୟ ପ୍ରକାଶ କରିପାରନ୍ତି। ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ କିନ୍ତୁ କିଛି କହିପାରିବେ ନାହିଁ। ବିବାଦୀୟ ସ୍ଥିତିର ସମାଧାନ ସକାଶେ ସମ୍ପର୍କୀୟ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆଶ୍ୱସ୍ତିଲାଭ କରିବେ। ପରିବାରର ମତାମତ ନ ନେଇ କୌଣସି କାମ କଲେ ଅସୁବିଧା ଭୋଗିବେ। ବନ୍ଧୁ ସମ୍ପର୍କ, ମକଦ୍ଦମା, କ୍ରୟବିକ୍ରୟ, ଯାତ୍ରା ଓ ବାଣିଜ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହେବ। ଦୂର ଭ୍ରମଣ ସାଙ୍ଗକୁ ସୁସ୍ବାଦୁ ଭୋଜନର ବ୍ୟବସ୍ଥାରେ ଆତ୍ମବିଭୋର ହୋଇପାରନ୍ତି ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri