Posted inRasifala

ରାଶିଫଳ: ଶନିବାର , ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଅର୍ଥ ଲାଭ ସାଙ୍ଗକୁ ଶାରୀରିକ ସୁସ୍ଥତା ଅନୁଭବ କରିବା କାରଣରୁ ମନ ଖୁସି ରହିବ। ବିବାଦୀୟ କ୍ଷେତ୍ରରେ ମନ ବୁଝତ୍ଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, ସାହିତ୍ୟ, ସଙ୍ଗୀତ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ବୁଧ ପ୍ରଭାବରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହଁି। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି ା
ମିଥୁନ
ମିଥୁନ
ଆପଣ ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କରିବାକୁ ବାଧ୍ୟ ହେବେ। ଏହାର କୁପରିଣାମ ସ୍ବରୂପ ପରିବାର ମଧ୍ୟରୁ ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ ଓ ପ୍ରାଚୁର୍ଯ୍ୟ ପାଇବେ। ପୂର୍ବ ଶତ୍ରୁତାକୁ ନେଇ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।
କର୍କଟ
କର୍କଟ
ଶିଳ୍ପ, ବାଣିଜ୍ୟ ପାଇଁ ଦିନଟି ଭଲ ରହିବ। କେତେକ କ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ, ଯାହାଦ୍ୱାରା ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ।
ସି˚ହ
ସି˚ହ
ପ୍ରତ୍ୟେକ ସମସ୍ୟା ମଧ୍ୟରେ ନିଜକୁ ସମ୍ଭାଳି ନେଇ କାମ କରିବା ଦୁଷ୍କର ହେବ। ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସାହାଯ୍ୟ, ସହଯୋଗ ପାଇ ପାରିବେ। ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ଅତି ନିକଟରୁ ପାଇଯିବେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
କନ୍ୟା
ଅନ୍ୟମାନଙ୍କ ସମସ୍ୟାମୂଳକ ଅଭିଶାପ ଆଶୀର୍ବାଦରେ ପରିଣତ ହୋଇଯିବ। ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ସଦ୍‌ଭାବ ଅନୁଭବ କରିବେ। ଚିତ୍ରା ନକ୍ଷତ୍ରର କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ଅର୍ଥାଭାବରୁ କୌଣସି କାମ କରିବାରେ ପଛେଇ ଯାଇପାରନ୍ତି।
ତୁଳା
ତୁଳା
ମନେ ମନେ ଚିନ୍ତା କରିଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ନ ରହିଲେ ସମସ୍ୟା ଆସିପାରେ। ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ନିର୍ମାଣ ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ବିଛା
ବିଛା
ମନ ଅନୁଯାୟୀ କାମ ହାସଲ ନ ହେବା ସାଙ୍ଗକୁ ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। ବନ୍ଧୁଙ୍କୁ ଅନୁନୟ ବିନୟ କରି ଧାର କରଜ କରି ଆବଶ୍ୟକତା ଚଳାଇ ନେବେ ା କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା, କ୍ଷେତ୍ରରେ ସଫଳତା ମିଳିପାରେ। ସାମ୍ବାଦିକତାରେ ଉନ୍ନତି କରିବେ।
ଧନୁ
ଧନୁ
ପରିସ୍ଥିତି କେତେକାଂଶରେ ବଦଳି ଯିବାରୁ ମନ ହାଲୁକା ହୋଇଯିବ। ପାରିବାରିକ କ୍ଷେତ୍ର, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ୟରେ ସାମୟିକ କଳହ ଦେଖାଦେଇପାରେ। ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମକର
ମକର
କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖା ଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ। ସାମାଜିକ ସ୍ତରରେ ତଥା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ମଧ୍ୟ ପାଇବେ। ବୃତ୍ତି, ବାଣିଜ୍ୟ, ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ପରିବାରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କିଛି ଅସୁବିଧା ହେବ ନାହିଁ। କିନ୍ତୁ ସାମୟିକ ଭାବରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ମୀନମୀନ

ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ପାରନ୍ତି। ବ୍ୟବସାୟ, ପରିବହନ, ଯାତ୍ରା, ଆନୁଷ୍ଠାନିକ କାମରେ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ ଫଳରେ ଅଶାନ୍ତି ଲାଗିରହିବ। ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।

 

Get accurate and insightful horoscopes every day — only with 👉 Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri