ଦାରିଙ୍ଗବାଡି, ୩ /୩ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ଜଣେ ଯୁବକଙ୍କ କେରଳ ରାଜ୍ୟର ରାଜଧାନୀ ଥିରୁଭାନନ୍ତପୁରମରେ ଶୁକ୍ରବାର ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ମୃତ ଯୁବକ ହେଲେ ବିନୟ ନାୟକ (୨୨ )। ପରିବାର ମୃତଦେହ ଆଣିବାକୁ ଚିନ୍ତା ପ୍ରକଟ କରିଥିଲେ। ତେବେ ବିନୟଙ୍କ ମୃତଦେହ ସୋମବାର ସନ୍ଧ୍ୟାରେ ଘରେ ପହଞ୍ଚିଥିବା ଓ ମୃତଦେହକୁ ଭୁବନେଶ୍ୱର ବିମାନ ଯୋଗେ ଅଣାଯିବା ସହ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିବା ଜଣାପଡିଛି।
Dharitri – Odisha’s No.1 Odia Daily

