ଲୋମ ଟାଙ୍କୁରି ଉଠିବ…ଟ୍ରେନ୍‌ରୁ ଉଠାଇ ନେଇ କରେଣ୍ଟ ଦେଲେ, ତେଲ ଢାଳି ଦିଆସିଲି ମାରିଦେଲେ ଦାଦନ…

ଖଡ଼ିଆଳ,୧୬ା୧: ( ସୁଜିତ କୁମାର ପ୍ରଧାନ) : ନୂଆପଡ଼ା ଜିଲା ଖଡ଼ଆଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।  ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଟ୍ରେନ୍‌ରୁ ଶ୍ରମିକକୁ ଉଠାଇ ନେଇ କରେଣ୍ଟ ଦେବା ପରେ କିଛି ତୈଳ ପଦାର୍ଥ ଦେହରେ ଢାଳି ଦିଆସିଲି ମାରିଦଇଥିବା ଅଭିଯୋଗ ହୋଇଛି । ଏଥିରେ ପୀଡ଼ିତଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି । ଏବେ ସେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଜୁନାପାଣି ଖଲିଆଭଟା ଗାଁର ବିଦ୍ୟାଧର ମାଝୀ (୫୦), ତାଙ୍କ ପୁଅ ଅଜୟ ମାଝୀ ଓ ଗାଁର ୫/୬ ଜଣ ବ୍ୟକ୍ତି ଅଗ୍ରିମ ଟଙ୍କା ନେଇ ୩ ମାସ ତଳେ ସ୍ଥାନୀୟ ଦଲାଲ ହିତେଶ କୁମାରଙ୍କ ଜରିଆରେ ଆନ୍ଧ୍ରପ୍ରଦେଶ ଅଲ୍ଲାନାମ ଅଞ୍ଚଳର ଏଆର୍ ମାଧବଙ୍କ ଇଟାଭାଟିରେ କାମ କରୁଥିଲେ। କିଛିଦିନ ତଳେ ବିଦ୍ୟାଧର ଇଟାଭାଟି ମାଲିକଙ୍କୁ ନକହି ଲୁଚି କରି ସିକନ୍ଦରାବାଦରୁ ଟ୍ରେନ୍‌ରେ ବିଶାଖାପାଟଣା ଆସୁଥିଲେ । ଇଟାଭାଟି ମାଲିକ ଜାଣିବା ପରେ ବିଦ୍ୟାଧରଙ୍କୁ ଧରି ଆଣିବା ପାଇଁ ତାଙ୍କ ସର୍ଦ୍ଦାର ସହ ୩-୪ ଜଣ ଯୁବକଙ୍କୁ ପଠାଇଥିଲେ।
ସମ୍ପୃକ୍ତ ଯୁବକମାନେ ବିଦ୍ୟାଧରଙ୍କ ପିଛା କରି ଶ୍ରୀକାକୁଲମ୍‌ ୧୦୦ କିମି ଦୂର ଏକ ଷ୍ଟେସନରୁ ତାଙ୍କୁ ଧରିଥିଲେ। ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ବିଦ୍ୟାଧର ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସମ୍ପୃକ୍ତ ଯୁବକମାନେ ତାଙ୍କୁ ଧରି ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପାଖକୁ ନେଇ କରେଣ୍ଟ ଦେଇଥିଲେ। ପରେ ଏକ ତୈଳ ଜାତୀୟ ପଦାର୍ଥ ତାଙ୍କ ଉପରେ ଢାଳି ଦିଆସିଲି ମାରି ଦେଇଥିଲେ । ବିଦ୍ୟାଧର ଚିତ୍କାର କରିବାରୁ ସେମାନେ ଫେରାର ହୋଇ ଯାଇଥିଲେ। ରେଳବାଇ ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶ୍ରୀକାକୁଲମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା।

ପରିବାର ଲୋକ ସେଠାରେ ପହଞ୍ଚିବା ପରେ ଡାକ୍ତର ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ । ତେବେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଅନ୍ୟ ବଡ଼ ଡାକ୍ତରଖାନାକୁ ନେଇ ନପାରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଖଡ଼ିଆଳ କଂଗ୍ରେସ ନେତା କମଳଚରଣ ତାଣ୍ଡି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଶ୍ରମିକଙ୍କୁ ଚିକିତ୍ସା ସହାୟତା, ଇଟାଭାଟି ମାଲିକ ଓ ସ୍ଥାନୀୟ ଦଲାଲଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ହତ୍ୟା ଘଟଣାର ଫିଟିଲା ଗୁମର: ବଡ଼ଭାଇ ସୁପାରି ଦେଇ…

ବଲାଙ୍ଗୀର,୧୭/୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଜାନୁଆରୀ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ...

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

ଦେବୀ ପ୍ରସାଦଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଛୁଟିଲା ଶୁଭେଚ୍ଛାର ସୁଅ

ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି।...

ଗୋମାଫିଆଙ୍କ ଘରେ ରେଡ୍‌: ବିଡ଼ା ବିଡ଼ା ଟଙ୍କା ଦେଖି ସମସ୍ତେ ତାଜୁବ

ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ...

ଅସହ୍ୟ ଜାଡ଼: ପାଣିରେ ହାତ ଦେବା ହୋଇପଡ଼ୁଛି କଷ୍ଟ

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri