ଭୁବନେଶ୍ୱର,୨୬।୯(ସୁନିତ୍ ମିଶ୍ର): ପୂଜା ପୂର୍ବରୁ ରାଜ୍ୟର ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ସରକାର ଖୁସି ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟର ସରକାରୀ ଉଦ୍ୟୋଗ(ଷ୍ଟେଟ୍ ପିଏସ୍ୟୁ)ର କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା ୫୩ରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡ଼ା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଦିନତମାମ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୫ ଜାନୁଆରୀ ପହିଲାରୁ ଲାଗୁହେବ।