Posted inଖେଳ

ଡି. ଗୁକେଶ ଲଗାତାର ପଞ୍ଚମଥର ପାଇଁ ମାଗନସ୍ କାର୍ଲସେନଙ୍କୁ ହରାଇଲେ, କଲେ ବଡ ରେକର୍ଡ

ନୂଆଦିଲ୍ଲୀ,୪।୭: ଭାରତୀୟ ଚେସ୍‌ ବିଶ୍ୱ ଚାମ୍ପିଅନ୍‌ ଡି. ଗୁକେଶ କ୍ରୋଏସିଆର ଜାଗ୍ରେବରେ ଚାଲିଥିବା ଗ୍ରାଣ୍ଡ ଚେସ୍ ଟୁର୍‌ର ସୁପରଇଉନାଇଟେଡ୍‌ ରାପିଡ୍‌ ଓ ବ୍ଲିଟ୍ଜ ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ନମ୍ବର ଓଲ୍‌ ଖେଳାଳି ମାଗନସ୍ କାର୍ଲସେନଙ୍କୁ ପୁଣିଥରେ ପରାସ୍ତ କରି ଚମକ ସୃଷ୍ଟି କରିଛନ୍ତି। ଏହା ତାଙ୍କର କ୍ରମାଗତ ପଞ୍ଚମ ବିଜୟ ଏବଂ ଦ୍ୱିତୀୟ ଦିନ ଶେଷରେ ସେ ୧୦ ପଏଣ୍ଟ ସହ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଅଗ୍ରଣୀ ଭାବେ ଉଭା ହୋଇଛନ୍ତି।

ଷଷ୍ଠ ରାଉଣ୍ଡରେ ଗୁକେଶ କଳା ଗୋଟି ନେଇ ଖେଳିଥିବା ଏହି ମୁକାବିଲାରେ କାର୍ଲସେନଙ୍କୁ ୪୯ ଚାଲରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ନରୱେ ଚେସ୍‌ ୨୦୨୫ରେ ମଧ୍ୟ ଗୁକେଶ କାର୍ଲସେନଙ୍କୁ ହରାଇଥିଲେ, ଯାହା ତାଙ୍କ ପାଇଁ ଏକ ବଡ଼ ସଫଳତା ଥିଲା। ଏହି ବିଜୟ ଗୁକେଶଙ୍କୁ କେବଳ ଟୁର୍ଣ୍ଣାମେଣ୍ଟରେ ଆଗରେ ରଖିନାହିଁ, ବରଂ କାର୍ଲସେନଙ୍କର ପ୍ରାଧାନ୍ୟକୁ ପ୍ରଶ୍ନବାଚୀ କରିଛି, ଯେଉଁଥିପାଇଁ ଚେସ୍‌ ଲିଜେଣ୍ଡ ଗ୍ୟାରି କାସ୍ପାରୋଭ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, “ଏବେ ଆମେ ମାଗନସ୍‌ଙ୍କ ଆଧିପତ୍ୟକୁ ପ୍ରଶ୍ନ କରିପାରିବା।”

ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କାର୍ଲସେନ ଗୁକେଶଙ୍କୁ “ଟୁର୍ଣ୍ଣାମେଣ୍ଟର ସମ୍ଭାବ୍ୟ ଦୁର୍ବଳ ଖେଳାଳିମାନଙ୍କ ମଧ୍ୟରୁ ଜଣେ” ବୋଲି ମନ୍ତବ୍ୟ ଦେଇଥିଲେ। କିନ୍ତୁ ଗୁକେଶ ଏହି ମନ୍ତବ୍ୟର ଦମଦାର ଜବାବ ଦେଇ ପ୍ରଥମ ଦିନରେ ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଲିରେଜା ଫିରୋଜା ଓ ପ୍ରଜ୍ଞାନନ୍ଦଙ୍କୁ ହରାଇ କାର୍ଲସେନଙ୍କ ସହ ଯୁଗ୍ମ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଦ୍ୱିତୀୟ ଦିନରେ ସେ କାର୍ଲସେନଙ୍କୁ ପରାସ୍ତ କରି ଏକ ୨ ପଏଣ୍ଟର ଅଗ୍ରଣୀ ପାଇଁ ଏକାକୀ ଶୀର୍ଷରେ ପହଞ୍ଚିଛନ୍ତି।

ଏହି ବିଜୟ ଗୁକେଶଙ୍କ ରାପିଡ୍‌ ଓ ବ୍ଲିଟ୍ଜ ଫର୍ମାଟରେ ସାମର୍ଥ୍ୟକୁ ପ୍ରମାଣ କରିଛି, ଯେଉଁଥିରେ କାର୍ଲସେନ ପୂର୍ବରୁ ତାଙ୍କୁ ଦୁର୍ବଳ ବୋଲି ଭାବିଥିଲେ। ଏହା ଗୁକେଶଙ୍କ କ୍ୟାରିଅରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯିଏକି ନିକଟରେ ନରୱେ ଚେସ୍‌ରେ ମଧ୍ୟ କାର୍ଲସେନଙ୍କୁ ପ୍ରଥମଥର ପାଇଁ କ୍ଲାସିକାଲ ଫର୍ମାଟରେ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪ା୨: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri