ଭୁବନେଶ୍ୱର,୨୮।୧୦: ବାତ୍ୟା ପାଇଁ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ରେଳ ମଣ୍ଡଳ ଅନ୍ତର୍ଗତ ଅଞ୍ଚଳ ଏବଂ ସଂଯୁକ୍ତ ରୁଟ୍ରେ ଚଳାଚଳ କରୁଥିବା ବହୁ ଯାତ୍ରୀବାହୀ ଟ୍ରେନର ବାତିଲ, ପରିବର୍ତ୍ତନ ଏବଂ ସଂକ୍ଷିପ୍ତ ଅବଧି ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ୪୨ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଏପରିକି ୮ଟି ଟ୍ରେନ୍ର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି। ପ୍ରମୁଖ ଟ୍ରେନ ମଧ୍ୟରୁ ମଙ୍ଗଳବାର କୋଣାର୍କ ଏକ୍ସପ୍ରେସ ବାତିଲ କରାଯାଇଛି।
ପଲାସା, ଖୋର୍ଦ୍ଧା ରୋଡ, ଭୁବନେଶ୍ବର, ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡ, ଦୁଭାଡ଼ା ଏବଂ ରାୟଗଡ଼ାରେ ହେଲ୍ପ ଡେସ୍କ ଖୋଲାଯାଇଛି।