ବାତ୍ୟା ‘ମୋନ୍ଥା’: ୬୭ ପଞ୍ଚାୟତର ୧୧୭ ଗ୍ରାମ ପ୍ରଭାବିତ ଆଶଙ୍କା

ଭବାନୀପାଟଣା,୨୭ା୧୦(ଉତ୍ତମ କୁମାର ଦାଶ ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ମୁକାବିଲା କରିବା ପାଇଁ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ସୋମବାର ଅପରାହ୍ନରେ ଭବାନୀପାଟଣାସ୍ଥିତ ଓସୱାନ ହଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ପାୱାର ସଚିନ ପ୍ରକାଶ ସବିଶେଷ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲା ପାଇଁ ସୋମବାର, ମଙ୍ଗଳବାର ଅରେଞ୍ଜ ୱାର୍ନିଂ ଓ ବୁଧବାର ରେଡ଼ ୱାର୍ନିଂ ରହିଛି। ତେବେ ବାତ୍ୟା ମୁକାବିଲା କରିବା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ପ୍ରଭାବିତ ଆଶଙ୍କା ଥିବା ୬୭ ପଞ୍ଚାୟତର ୧୧୭ ଗ୍ରାମ ଚିହ୍ନଟ କରାଯାଇଛି। ଜିଲାରେ ୯୬ଟି ଆଶ୍ରୟସ୍ଥଳୀ ଓ ୪ଟି ଏକାଧିକ ବ୍ୟବସ୍ଥା ଥିବା ଆଶ୍ରୟସ୍ଥଳୀ କରାଯାଇଛି। ସେଠାରେ ପାନୀୟ ଜଳ, ବିଦ୍ୟୁତ୍‌ କରଣ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଜରୁରିକାଳୀନ ସେବା ପାଇଁ ବ୍ଲକ, ବିଜ୍ଞାପିତ ଅଞ୍ଚଳ ଓ ପୌରପାଳିକାକୁ ଡିଜି ସେଟ, ହେଣ୍ଡପମ୍ପ, ଜେସିବି ରଖିବା ପାଇଁ କୁହାଯାଇଛି। ଜିଲାରେ ଆସନ୍ତା ୧୦ ଦିନରେ ମଧ୍ୟରେ ୩୬୭ ଗର୍ଭବତୀ ମହିଳାଙ୍କର ପ୍ରସୂତୀ ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୬ ମହିଳାଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଅବଶିଷ୍ଟଙ୍କୁ ମଙ୍ଗଳବାର ସକାଳୁ ସ୍ଥାନାନ୍ତର କରାଯିବ। ଆବଶ୍ୟକ ଅନୁଯାୟୀ ଔଷଧ ମହଜୁଦ ରହିଛି। ଜିଲା ମୁଖ୍ୟାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡିଜି ସେଟ କାର୍ଯ୍ୟକାରୀ ହେଉଛି। ଜିଲା କଣ୍ଟ୍ରୋଲ ରୁମ ଦିବାରାତ୍ର ସହାୟତା ପାଇଁ ଖୋଲା ରହିବ। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ୨୨ ଟିମ ସବୁବେଳେ ପ୍ରସ୍ତୁତ ରହିଛନ୍ତି। ବିଦ୍ୟୁତ୍‌ ସମସ୍ୟା ହେଲେ ଟିପିଡବ୍ଲ୍ୟୁଓଡିଲ୍‌ ପକ୍ଷରୁ ୪୮ ଟିମ ସଜାଗ ରହିଛନ୍ତି। ଇଞ୍ଜିନିୟର ଏବଂ ବୈଷୟିକ କର୍ମଚାରୀଙ୍କ ସମେତ ୫,୨୦୦ରୁ ଅଧିକ କର୍ମଚାରୀଙ୍କୁ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟରେ ନିୟୋଜିତ କରାଯାଇଛି। ଜିଲାର ବିଭିନ୍ନ ସବଷ୍ଟେଶନୟରେ ୫୨ଟି ପୋଲ ମାଷ୍ଟର ଏବଂ ୧୨୦୦ କର୍ମଚାରୀଙ୍କୁ ନେଇ ଗଠିତ ରାପିଡ ରେସ୍‌ପନ୍ସ ଟିମ୍‌ ୨୪ ଘଣ୍ଟା କାର୍ଯ୍ୟ ତଦାରଖ ଏବଂ କ୍ଷେତ୍ର କାର୍ଯ୍ୟକୁ ସମର୍ଥନ କରିବା ପାଇଁ ମୁତୟନ କରାଯାଇଛି। ସେହିପରି ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୫୦ରୁ ଅଧିକ ଉପଯୋଗୀ ଯାନ, କ୍ରେନ ଓ ଟ୍ରେଲର ନିୟୋଜିତ କରାଯାଇଛି। ୩ଟି ଓଡ୍ରାଫ ନିୟୋଜିତ ରହିଥିବାବେଳେ ଏହା ଥୁଆମୂଳ ରାମପୁର, ଭବାନୀପାଟଣା ଓ ଧର୍ମଗଡ଼ରେ ମୁତୟନ ହେବେ। ଗୋଟିଏ ଟିମରେ ୧୨ ଜଣ ସଦସ୍ୟ ରହିଛନ୍ତି। କୌଣସି ଜରୁରୀ କାମ ନ ଥିଲେ ଘର ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ସମ୍ପର୍କିତ ସୂଚନା ଥିଲେ ତୁରନ୍ତ ବ୍ଲକ, ତହସିଲ କିମ୍ବା ଜିଲା କଣ୍ଟ୍ରୋଲ ରୁମକୁ ଜଣାଇବାକୁ ଜିଲାପାଳ କଳାହାଣ୍ଡିବାସୀଙ୍କୁ ନିବେଦନ କରିଛନ୍ତି। ଏହା ପୂର୍ବରୁ ଜିଲାପାଳ ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ବିନା ଅନୁମତିରେ କେହି ମୁଖ୍ୟାଳୟ ନ ଛାଡିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ନାମା ମାଧ୍ୟମରେ ଜିଲାପାଳ ଅବଗତ କରିଛନ୍ତି। ଯଦି ଏହାର ଅବମାନନା କରନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ସେହିପରି ବାତ୍ୟା ପାଇଁ ଜିଲାର ସମସ୍ତ ସ୍କୁଲ ମଙ୍ଗଳବାରଠାରୁ ୩୦ ଯାଏ ବନ୍ଦ ରହିବ। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ବୈତାରୁ ଦୀପ ଓ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟମୟ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri