ଭୁବନେଶ୍ୱର,୨୮।୧୦: ଭୀଷଣ ବାତ୍ୟାର ରୂପ ନେଇ ମୋନ୍ଥା ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆଜି ସଂଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଉପକୂଳ ନିକଟତର ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ । ବାତ୍ୟା ‘ମୋନ୍ଥା’ର ଅବସ୍ଥିତି ଓ ଏହାର ପ୍ରଭାବ ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଏହି ବଡ଼ ଅପଡେଟ୍ ଦେଇଛନ୍ତି ।
ତେବେ ମୋନ୍ଥାର ଆଖିକୁ ନେଇ ଆସିଛି ବଡ଼ ସୂଚନା। ମନୋରମା କହିଛନ୍ତି, ଆଖି ସୃଷ୍ଟି ହୋଇନି। ଭୀଷଣ ବାତ୍ୟାର ରୂପ ନେଇସାରିଛି। ହେଲେ ମୋନ୍ଥାର ଆଖି ଏଯାଏଁ ଦେଖାଯାଇନି।