ଆସୁଛି ବାତ୍ୟା: ସରକାର ପ୍ରସ୍ତୁତ ଥିବା କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୧: ନଭେମ୍ବର ଶେଷ ଆଡ଼କୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ମନ୍ତ୍ରୀ ପୂଜାରୀ ରବିବାର ଗଣମାଧ୍ୟମକୁ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଏବଂ ଅଧିକାରୀଙ୍କ ବହୁ ଅଭିଜ୍ଞତା ରହିଛି। ଓଡ଼ିଶା ଉପରେ ବାତ୍ୟାର କେତେ ପ୍ରଭାବ ପଡିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାସତ୍ତ୍ୱେ  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରିଛନ୍ତି। ଏନେଇ ସଜାଗ ରହିବାକୁ ରାଜସ୍ବ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ସମୀକ୍ଷା ବୈଠକରେ କୁହାଯାଇଛି।