ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର

ଦାରିଙ୍ଗବାଡ଼ି,୨୪ା୩(ଅରୁଣ ସାହୁ): ଶଙ୍କରଙ୍କ ଦର୍ଶନ ପାଇଁ ଶଙ୍କର ବାହାରିଛନ୍ତି ସେ ବି ସାଇକଲରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଲୋହରା ସାହିରେ। ଉକ୍ତ ସାହିର ବୈକୁଣ୍ଠନାଥ ସାହୁଙ୍କ ୨୩ ବର୍ଷୀୟ ସାନ ପୁଅ ଶଙ୍କର ସୋମବାର ପୂର୍ବାହ୍ନରେ ନିଜ ଗ୍ରାମରୁ ଚାରିଧାମ ଯାତ୍ରା ଆରମ୍ଭ କରିଛନ୍ତି। ସେ ମଧ୍ୟ ସାଇକେଲରେ ପ୍ରାୟ ୧୨ ହଜାର କିଲୋମିଟର ଯାତ୍ରା କରି ଭାରତର ଚାରିଦିଗ ପରିଭ୍ରମଣ କରି ଚାରିଧାମ ଦର୍ଶନ କରିବେ ନିଜ ପରିବାରର ବାପା, ମା’, ବଡ଼ ଭାଇଙ୍କ ପାଇଁ ସେ ଶଙ୍କରଙ୍କ ଦର୍ଶନ କରିବା ସହ ଶେଷରେ ଫେରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଘରକୁ ଫେରିବା କାର୍ଯ୍ୟକ୍ରମ ରହିଛି। ଏହି ଭ୍ରମଣର ଲକ୍ଷ ସମ୍ପର୍କରେ ଶଙ୍କର କୁହନ୍ତି ଯେ, ସେ ଦାରିଙ୍ଗବାଡ଼ିକୁ ସାରା ଭାରତ ବର୍ଷରେ ପରିଚୟ ସୃଷ୍ଟି କରିବା ପାଇଁ ପ୍ରଚାର ପ୍ରସାର କରିବା ସହ ଗଛ ଲଗାଇବାକୁ ଲୋକଙ୍କୁ ପରାମର୍ଶ ଦେବେ। ଏଥିସହ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ସହ ପରିବେଶକୁ ସୁରକ୍ଷା ଦେବା ଓ ଜଳବାୟୁ ପରିବର୍ତ୍ତନର କାରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ। ସେହିପରି କାମ ନ ଥିଲେ ବା ଛୋଟ ଛୋଟ କାର୍ଯ୍ୟ ପାଇଁ ନିକଟ ରାସ୍ତାକୁ ଯିବା ଆସିବା ପାଇଁ ସମସ୍ତେ କିଭଳି ଯାନ୍ତ୍ରିକ ୨ ଓ ୪ ଚକିଆ ଯାନ ବ୍ୟବହାର ନ କରି ସାଇକେଲ ବ୍ୟବହାର କରିବେ ସେ ନେଇ ସେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନିଜେ ହଜାର ହଜାର ମାଇଲ ବାଇକ୍‌ରେ ନ ଯାଇ ସାଇକେଲ ଯୋଗେ ଯାତ୍ରା କରୁଥିବା କହିଛନ୍ତି। ସାଇକେଲ ଚଳାଇବା ଦ୍ୱାରା ଶରୀର ସୁସ୍ଥ ରହିବ ନିଜେ ଫିଟ୍‌ ରହିଲେ ସମାଜକୁ ଫିଟ୍‌ ରଖିହେବ ବୋଲି ଶଙ୍କର କହିଛନ୍ତି। ଶଙ୍କର ଜଣେ ଯୁବକ ହୋଇ ଏହି ସମୟରେ ନିଜକୁ ଏତେ ସଚେତନ ହୋଇଛନ୍ତି ତେଣୁ ଦାରିଙ୍ଗବାଡ଼ିରେ ତାଙ୍କ ଯାତ୍ରା କଥା ଶୁଣି ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ଦାରିଙ୍ଗବାଡ଼ି ଆଇଆଇସି କନକ କୁମାର ମାଝୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଇଆଇସି ତାଙ୍କୁ ଯାତ୍ରା ସମୟରେ କିଭଳି ଚାଲିବ ଓ ତାଙ୍କ ସହଯୋଗ ପାଇଁ ସେ ତାଙ୍କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶଙ୍କର ଏହି ଯାତ୍ରା ପୂର୍ବରୁ ଦାରିଙ୍ଗବାଡ଼ିର ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ବ୍ଲକ ଓ ଥାନାକୁ ଯାଇ ଆଇଆଇଆସିଙ୍କୁ ଭେଟିଥିଲେ। ଗ୍ରାମବାସୀ ତାଙ୍କୁ ଗାଁ ବାହାର ପର୍ଯ୍ୟନ୍ତ ବାଇକ୍‌ ଶୋଭାଯାତ୍ରାରେ ଛାଡ଼ିବାକୁ ବାହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri