ଓଡିଏମ୍‌ରେ ସାଇବର ସୁରକ୍ଷା ଅଭିଯାନ ରଥ

ଭୁବନେଶ୍ୱର, ୬।୧୦:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଓଡିଏମ୍‌ ପବ୍ଲିକ୍‌ ସ୍କୁଲ’ ପଟିଆ ଭୁବନେଶ୍ୱର ପରିସରରେ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପୋଲିସର ‘ସାଇବର ସୁରକ୍ଷା ଅଭିଯାନ’ ଓଡ଼ିଶା-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏପରିକି ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ ଏବଂ ବନିତା ମହାରଣା ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅର୍ଥ ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ ଓଡିଏମ୍‌ ପରିସରରେ ସାଇବର ସୁରକ୍ଷା ଅଭିଯାନ ରଥକୁ ସ୍ବାଗତ ଜଣାଇଥିଲେ।
ଆଇଆଇସି ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଆଜିର ଡିଜିଟାଲ ଯୁଗରେ ଲୋକେ ଯେତିକି ଅତ୍ୟାଧୁନିକ ହୋଇଛନ୍ତି, ସେତେ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତଙ୍କୁ ସଚେତନ ହେବା ସହ ଏହାକୁ ଦୂରକରିବା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ।
କୋମଳମତି ପିଲାମାନେ ଏଥିପ୍ରତି ସଚେତନ ହେବା ସହ ସୋସିଆଲ ମିଡିଆକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେବା ସହ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ କୁଇଜ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କମିଶନରେଟ ପୋଲିସର ନରେନ୍ଦ୍ର କୁମାର ପାଲ୍‌, ଜିତେନ୍ଦ୍ର ବେହେରା, ଚନ୍ଦନ କୁମାର ଗିରି,ଅଜୟ କୁମାର ଲେଙ୍କାଙ୍କ ସମେତ ବିଦ୍ୟାଳୟ ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଆସନ୍ତାକାଲିଠୁ Flipkart Freedom Sale ଆରମ୍ଭ: ଜାଣନ୍ତୁ ୫ ଧମାକାଦାର ଡିସ୍‌କାଉଣ୍ଟ, କରନ୍ତୁ ନାହିଁ ମିସ୍‌

ନୂଆଦିଲ୍ଲୀ, ୭।୮: Flipkart Freedom Sale ୨୦୨୬ ଆସନ୍ତାକାଲି ଅର୍ଥାତ୍‌ ୮ ଅଗଷ୍ଟରୁ ଆରମ୍ଭ ହେଉଛି। ଯଦି ଆପଣ ଏହି ସେଲ୍‌ରେ ନୂଆ ଫୋନ କିଣିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri