ସମାଜରେ ବଡ଼ ବିପଦ ସୃଷ୍ଟି କରିଛି ସାଇବର ଠକେଇ, ଏଥିରୁ ରକ୍ଷା ପାଇବା ପାଇଁ…

ଜି.ଉଦୟଗିରି,୨୯/୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଅତ୍ୟାଧୁନିକ ଯୁଗରେ ସମାଜ ପାଇଁ ସାଇବର ଠକେଇ ନାମରେ ଏକ ବଡ଼ ବିପଦ ସୃଷ୍ଟି ହୋଇଛି ଯାହା ଦ୍ୱାରା ସାଧାରଣ ଜନତାଙ୍କ ଧନ, ଜୀବନ ଓ ସମ୍ମାନ ହାନି ହେଉଛି। ବିଭିନ୍ନ ଉପାୟରେ ସାଇବର ଠକମାନେ ନିରୀହ ଲୋକଙ୍କ କ୍ଷତି କରୁଥିବା ନେଇ ପ୍ରତିଦିନ ବିଭିନ୍ନ ଥାନାରେ ଏତଲା ପଞ୍ଜୀକୃତ ହେଉଛି। ସ୍ଥାନୀୟ ଆଦର୍ଶ ଥାନା ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ସ୍ଥାନୀୟ ସମନିତ କାର୍ଯ୍ୟାଳୟ ଓ ବ୍ଲକ ପ୍ରେକ୍ଷାଳୟଠାରେ ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ବୁଧବାର ଏକ ସଚେତନତା କାର୍ଯ୍ୟକ୍ରମରେ ଫୁଲବାଣୀ ସାଇବର ଥାନା ମହିଳା ଅଧିକାରୀ ଗେଲି ସାହୁ, ତହସିଲଦାର ରଞ୍ଜନ କୁମାର ସାହୁ, ଏସ୍‌ଡିପିଓ ବିଜୟ କୁମାର ବିଶି, ଏନ୍‌ଏସି ଇ.ଓ ଆଶୁତୋଷ ଗୌରବ କର, ବିଡିଓ ଶରତ ଚନ୍ଦ୍ର ମଲ୍ଲିକ, ମହିଳା ଆଇଆଇସି ରଞ୍ଜିତା ବେହେରା, ଏଇଇ ଅସିତ୍‌ ସେଠୀ ଯୋଗ ଦେଇ ସାଇବର ଅପରାଧକୁ ନେଇ ସଚେତନତା ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମରେ ସାଇବର ଥାନା ମହିଳା ଅଧିକାରୀ ସାଇବର ଠକେଇର ପ୍ରମୁଖ ମାଧ୍ୟମ ନିତ୍ୟ ବ୍ୟବହାର୍ଯ୍ୟ ‘ମୋବାଇଲ’ ବୋଲି କହିବା ସହ ଠକେଇର ବିଭିନ୍ନ ମାଧ୍ୟମ ବିଷୟରେ ଅବଗତ କରାଇଥିଲେ । ତା’ସହ ସାଇବର ଠକେଇରୁ ବଞ୍ଚିବା ପାଇଁ ସତର୍କତା ଉପାୟ ଯଥା ମୋବାଇଲରେ ଜଟିଳ ପାସଓ୍ବାର୍ଡ ବ୍ୟବହାର, ଅନ୍‌ଲାଇନ୍‌ ଆର୍ଥିକ କାରବାର, କଓ୍ବୋଇସି ଅପଡେଟ୍‌,ମୋବାଇଲରେ ସର୍ଚ୍ଚ ଇଞ୍ଜିନ ବ୍ୟବହାର, ଚାକିରି ଦେବା ପାଇଁ ଠକେଇ, ବିଭିନ୍ନ ପ୍ରକାରର ଲୋନ ଆପ, ମାଟ୍ରିମୋନି ଆପ୍‌, ଅନଲାଇନ କ୍ରୟ ବିକ୍ରୟ, ଅନ୍‌ନୋନ୍‌ କଲ୍‌, ଟାୱାର ସ୍ଥାପନ, ଅନଲାଇନ ଶପିଂ,ସୋସିଆଲ ମିଡିଆ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ସହ ଠକେଇରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ଉପାୟ ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ମହିଳା ପୁରୁଷ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri