ଉତ୍ତପ୍ତ ଅଞ୍ଚଳରେ ଅବାଧ ଗଛକଟା

ବାରିପଦା ଅଫିସ, ୨୩।୪: ମୟୂରଭଞ୍ଜ ଜିଲାରେ ଶିମିଳିପାଳ ଅଭୟାରଣ୍ୟ ଭଳି ଜୈବ ମଣ୍ଡଳ ଥିବା ବେଳେ ବାରିପଦା ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଅସହ୍ୟ ଗୁଳୁଗୁଳି ସହ ଆକାଶରୁ ଅଗ୍ନିବର୍ଷା ହେବାଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଅସନ୍ତୁଳିତ ପରିବେଶ ଓ ଅବାଧ ଗଛକଟା ଯୋଗୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। ଏନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିବା ସହ ଗଛକଟା ରୋକିବା ଏବଂ ଜିଲାରେ କରତକଳ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ସଂରକ୍ଷିତ ବନକ୍ଷେତ୍ର ଭାବେ ଶିମିଳିପାଳ ଜୈବ ମଣ୍ଡଳ ପରିଗଣିତ। ଓଡ଼ିଶାର ସର୍ବବୃହତ ଜିଲା ମୟୂରଭଞ୍ଜର ଆୟତନ ୧୦,୪୧୮ ବର୍ଗ କି.ମି. ହୋଇଥିବା ବେଳେ ସେଥିମଧ୍ୟରୁ ଶିମିଳିପାଳ ଜୈବ ମଣ୍ଡଳ ୫୫୬୯ ବର୍ଗ କି.ମି. ପରିବ୍ୟାପ୍ତ। ୨୨୭୧.୭୮ ବର୍ଗ କି.ମି. ଶିିମିଳିପାଳ ସଂରକ୍ଷିତ ଅଭୟାରଣ୍ୟ ରହିଛି। ପରିବେଶବିତ୍‌ମାନଙ୍କ ମତରେ ହିମାଳୟ ପାଦଦେଶସ୍ଥିତ ଉତ୍ତର ପୂର୍ବ ଭାରତ ତଥା ଦକ୍ଷିଣ ଭାରତ ମଧ୍ୟରେ ଶିମିଳିପାଳ ଜୈବମଣ୍ଡଳ ପ୍ରାକୃତିକ ଭାରସାମ୍ୟ ରକ୍ଷାରେ ନିରବଚ୍ଛିନ୍ନ ଭୂମିକା ଗ୍ରହଣ କରିଆସିଛି। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଘଞ୍ଚ ସୁବଜ ବନାନିରେ ଭରପୂର ଶିମିଳିପାଳ ଚତୁଃପାର୍ଶ୍ୱରେ ଗ୍ରୀଷ୍ମର ତାତି ବଢ଼ିଚାଲିଛି। ୮ଦିନ ମଧ୍ୟରେ ଏହା ବୃଦ୍ଧି ପାଇ ୪୫ଡିଗ୍ରୀ ପାର ହେବାକୁ ବସିଛି। ବିଶ୍ୱର ତତଲା ସହର ଭାବେ ବାରିପଦା ରେକର୍ଡ ସୃଷ୍ଟି କରିଛି। ଜିଲାରେ ଦୁଇଟି ଲାଇସେନ୍ସପ୍ରାପ୍ତ କରତକଳ ରହିଥିବା ବେଳେ ଅନେକ ସ୍ଥାନରେ ବେଆଇନ କରତକଳ ଗଢ଼ି ଉଠିଛି। କିଛି ଅସାଧୁ ବ୍ୟକ୍ତି ଶିମିଳିପାଳ ତଥା ଆଖପାଖ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି କରତକଳକୁ ଯୋଗାଇ ଚାଲିଛନ୍ତି ବୋଲି ସଞ୍ଜୟ କୁମାର ବେହେରା, ଜଗନ୍ନାଥ ପରିଡ଼ା, ସୁବାସ ରାଉତ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଗତ ୧୦ବର୍ଷ ମଧ୍ୟରେ କରତକଳ ଦ୍ୱାରା ସହର ତଥା ଆଖପାଖ ଅଞ୍ଚଳ ବୃକ୍ଷଶୂନ୍ୟ ହୋଇପଡ଼ିଥିବା ରାଧାନାଥ ସିଂ, ମନୋଜ ସିଂ ଓ କୁମୁଦ ଦାସ କହିଛନ୍ତି। ଏହି କରତକଳରେ ଦିନରାତି କାଠଚିରା ହୋଇ ଟ୍ରକ୍‌ ଯୋଗେ ପଡ଼ୋଶୀ ରାଜ୍ୟକୁ ଚୋରାଚାଲାଣ କରାଯାଉଛି। ସେହିପରି ସରକାରୀ କିମ୍ବା ବେସରକାରୀ ଜମିରୁ ବିନା ଅନୁମତିରେ ଗଛ କାଟି ସଫା କରାଯାଉଛି। ଏହିଭଳି ଗଛକଟା ଜାରି ରହିଲେ ୫ବର୍ଷ ପରେ ଜିଲାରେ ତାପମାତ୍ରା ୫୦ଡିଗ୍ରୀ ପାର ହେବ ବୋଲି ସହରବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଜଙ୍ଗଲ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri