କଟକ ଦଶହରା ଗଣ୍ଡଗୋଳ: ଆଉ ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୯ା୧୦: କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ତେବେ ଆଗକୁ ଆଉ ଅଧିକଙ୍କୁ ଗିରଫ କରାଯାଇପାରେ ବୋଲି ସେ କହିଛନ୍ତି।

ହାତୀପୋଖରୀ ଓ କଦମ ରସୁଲ ଅଞ୍ଚଳରେ କମିଶନରେଟ୍‌ ପୋଲିସ କଡ଼ା ଯାଞ୍ଚ କରୁଛି। ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଘର ଘର ବୁଲି କେନ୍ଦ୍ରୀୟ ଫୋର୍ସ ସହ କମିଶନରେଟ ପୋଲିସ ଯାଞ୍ଚ କରୁଛି।

Dharitri – Odisha’s No.1, Most Trusted Odia Daily

Share