ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅବାଧ ଗଛକଟା

କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଜ୍ୟବସ୍ତୁ, ଯାନବାହନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଉଛି। ଏହିକ୍ରମରେ ଭାରତ ସରକାର ବୃକ୍ଷରୋପଣଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଉଛନ୍ତି। ଅନୁରୂପ ଭାବେ ପ୍ରତି ରାଜ୍ୟ ସରକାର ମଧ୍ୟ ପରିବେଶ ସୁରକ୍ଷା ଉପରେ ଦାୟିତ୍ୱବାନ ଥିବାବେଳେ ପ୍ରତ୍ୟେକ ଜିଲାରେ ବିଶ୍ୱ ପରିବେଶ ଦିବସବରେ ଏସବୁ ଉପରେ ବିସ୍ତୃତ ଆଲୋଚନା ସହ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଉଛି। ବିଶ୍ୱ ପରିବେଶ ଦିବସ ପାଳନ ବେଳେ ଗଛ ନ କାଟି ବହୁ ପରିମାଣରେ ଗଛ ଲଗାଇ ପରିବେଶକୁ ସୁରକ୍ଷା ରଖିବାକୁ ସଚେତନ କରାଯାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଥିବା ୪ ଫୁଟ ଗୋଲେଇ ୨ଟି ପୁରୁଣା ଗଛକୁ ୧୩ ତାରିଖରେ କାଟି ଜଣେ ବ୍ୟକ୍ତିକୁ ବିକ୍ରି କରିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ମାତ୍ର ଏହାର ୭ ଦିନ ପରେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପରିସର ସରକାରୀ ଜମିରୁ ପ୍ରାୟ ୫୦ ବର୍ଷର ପୁରୁଣା ବଡ଼ ୨ଟି ଦେବଦାରୁ ଗଛକୁ କରତ ଲଗାଇ ନିର୍ଭୟରେ କାଟି ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ସେପରି କୌଣସି ଅନୁମତି ତହସିଲ ଅଫିସରୁ ଯାଇନାହଁି। ତେବେ ସରକାରୀ ଜାଗାରୁ କିପରି ସେମାନେ ଏତେବଡ଼ ଗଛକୁ କାଟିବାକୁ ସାହସ ଜୁଟାଇଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ସ୍ଥାନରୁ ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ଜରୁରୀ। ଏହାବାଦ୍‌ ସରକାରୀ ଜମିରୁ ଯେଉଁ ଗଛ କଟା ହେବ, ତାହାକୁ ତହସିଲଦାର ନିଲାମ କରିବେ। ମାତ୍ର ତହସିଲଦାର ଏ ବିଷୟରେ ଜାଣି ନ ଥିବା ବେଳେ କିପରି ସେମାନେ ବିନା ଅନୁମତିରେ ଗଛ କାଟି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।
ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛିଦିନ ହେବ କାଠ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ୨୦୨୨ ଅକ୍ଟୋବର ୨୩ରେ ତହସିଲଦାରଙ୍କ କ୍ୱାର୍ଟର୍ସ ନିକଟରୁ ୫ରୁ ଅଧିକ ମୂଲ୍ୟବାନ ଶିଶୁଗଛ ଦୁର୍ବୃତ୍ତ କାଟି ନେଇଥିଲେ। ଏହି କାଠର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହେବ। ସେହିଭଳି ବାଲିପାଟଣା ପଞ୍ଚାୟତ ଖଡ଼ିପାଳ ରାସ୍ତାରେ ପ୍ରାୟ ୫୦୦ରୁ ଅଧିକ ତାଳଗଛ ଦୁର୍ବୃତ୍ତ କାଟି ନେଇଗଲେ। ସେହିପରି ମାର୍ଚ୍ଚ ୩୦ରେ ବାଇପାସ୍‌ ନିକଟରୁ ବିଶାଳ ଚାକୁଣ୍ଡା ଗଛ କଟା ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ବନ ଓ ରାଜସ୍ବ ବିଭାଗ ଚୁପ ବସିଛନ୍ତି। ମଙ୍ଗଳବାର ୧୩ ତାରିଖରେ ଦୁଇଟି ବିଶାଳକାୟ ଦେବଦାରୁ ଗଛ କଟାହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଗଛକଟାକୁ ନେଇ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏ ବିଷୟରେ ମୁଁ ଅବଗତ ନାହଁି, ମାତ୍ର ସ୍ଥାନୀୟ ରେଞ୍ଜରଙ୍କୁ ପଠାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଦିନକୁ ଦିନ ଜଙ୍ଗଲ କ୍ଷୟ ସାଙ୍ଗକୁ ଅବାଧ ଗଛକଟାକୁ ନେଇ ପରିବେଶବିତ୍‌ ବିଭୂତି ମହାପାତ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନିକଟରେ ପରିବେଶ ଦିବସ ଯାଇଛି। ହେଲେ ଏଠାରେ ଯେଉଁଭଳି ବେଧଡ଼କ ଗଛକଟା ଚାଲିଛି ତାହା ପରିବେଶକୁ ବିପଦରେ ପକାଇବ। ଏତେ ପରିମାଣର ଗଛ କଟା ଯାଉଥିଲେ ସୁଦ୍ଧା ବନ ବିଭାଗ ଚୁପ୍‌ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri