ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ

ଭୁବନେଶ୍ୱର,୧୫।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ ଲାଲଚାନ୍ଦ୍‌ ଜୁଏଲର୍ସ ବ୍ରହ୍ମପୁର ଶୋ’ରୁମ୍‌ର ୩ ଗ୍ରାହକ ଭାଗ୍ୟଶାଳୀ ବିଜେତା ଭାବେ ଇ-ସ୍କୁଟର ଜିତିଛନ୍ତି। ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ପୂର୍ଣ୍ଣବାସୀ ହୋତା , ଜେ. ସନ୍ତୋଷ ରାଓ ଏବଂ ମାଲକାନଗିରିର ଇପାରୀ ସୁବର୍ଣ୍ଣମାଳା ପାତ୍ର ଇଲେକ୍ଟ୍ରିକ୍‌ ସ୍କୁଟର ଜିତିଛନ୍ତି। ଏହି ପରିପ୍ରେକ୍ଷୀରେ ଲାଲଚାନ୍ଦ୍‌ ଜୁଏଲର୍ସ ବ୍ରହ୍ମପୁର ପକ୍ଷରୁ ଶନିବାର ବ୍ରହ୍ମପୁର ଧର୍ମନଗର ନିକଟସ୍ଥ ଶୁଭମ୍‌ ସେଲିବ୍ରେସନ୍‌ସଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାଙ୍କ ନାମ ଘୋଷଣା ସହ ଭାଗ୍ୟଶାଳୀ ବିଜେତାଙ୍କୁ ଇ-ସ୍କୁଟର ପୁରସ୍କାର ସ୍ବରୂପ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ର ପ୍ରଥମ ବାର୍ଷିକ ଉତ୍ସବ ଏବଂ ଚଳିତ ବର୍ଷର ଅକ୍ଷୟ ତୃତୀୟା ଅବସରରେ ଏକ ଡବଲ ଧମାକା ଅଫର ଘୋଷଣା କରାଯାଇଥିଲା। ଉକ୍ତ ଅଫର ୨୦୨୩ ଏପ୍ରିଲ ୯ ରୁ ୩୦ ପର୍ଯ୍ୟନ୍ତ ଉପଲବ୍ଧ ଥିଲା। ବିଶେଷକରି ଉକ୍ତ ଡବଲ ଧମାକା ଅଫର ପାଇଁ ଏହି ଲକି ଡ୍ର’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଅଫର ଜରିଆରେ ସର୍ବନିମ୍ନ ୨୦,୦୦୦ ଟଙ୍କା ମୂଲ୍ୟର ଗହଣା କ୍ରୟ କରିଥିବା ଗ୍ରାହକଙ୍କୁ ଏକ ଲକି ଡ୍ର’ କୁପନ ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାନର ପୂର୍ବ ଘୋଷଣା ମୁତାବକ ପୁରସ୍କାର ସ୍ବରୂପ ୩ ଜଣ ଭାଗ୍ୟବାନ୍‌ ବିଜେତାଙ୍କୁ ଇ-ସ୍କୁଟର ପ୍ରଦାନ କରାଯାଇଛି ା
ଏ ସମ୍ପର୍କରେ ଲାଲଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଗତ ଏକ ବର୍ଷ ମଧ୍ୟରେ ବ୍ରହ୍ମପୁରବାସୀ ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପ୍ରତି ଯଥେଷ୍ଟ ଭରସା ଦେଖାଇଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ। ଏପରିକି ଉକ୍ତ ଶୋ’ରୁମ୍‌ର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ଲାଲଚାନ୍ଦ୍‌ ପକ୍ଷରୁ ଆୟୋଜିତ ମେଗା ଲକି ଡ୍ର’ରେ ଇ-ସ୍କୁଟର ଜିତିଥିବା ଭାଗ୍ୟଶାଳୀ ଗ୍ରାହକଙ୍କୁ ଶୁଭେଚ୍ଛା ଜଣାଉଛୁ। ବିଶେଷକରି ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ରେ ଆମେ ବିଭିନ୍ନ ଡିଜାଇନ୍‌ର ଅଳଙ୍କାର ସବୁବର୍ଗର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଇପାରିଛୁ। ସେହିଭଳି ଆଗାମୀ ଦିନରେ ମଧ୍ୟ ଏହିପରି ଅନେକ ଆକର୍ଷଣୀୟ ଅଫର ଆଣିବା ପାଇଁ ଲାଲଚାନ୍ଦ୍‌ ଜୁଏଲର୍ସ ପ୍ରୟାସ ଜାରି ରଖିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ, ଲାଲଚାନ୍ଦ୍‌ ଜୁଏଲର୍ସର ସମସ୍ତ ଅଳଙ୍କାରର ଗଢ଼ା ମୂଲ୍ୟ ଅନ୍ୟ ଜୁଏଲର୍ସଙ୍କ ତୁଳନାରେ କମ୍‌ ହୋଇଥିବା ବେଳେ ଅଳଙ୍କାରଗୁଡିକରେ ମଧ୍ୟ ଶୁଦ୍ଧତାକୁ ଗୁରୁତ୍ୱ ଦେବା ସହ ଏଚ୍‌ୟୁଆଇଡି ହଲ୍‌ମାର୍କ ସୁନା ବିକ୍ରୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri