ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ

ଭୁବନେଶ୍ୱର,୧୫।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ ଲାଲଚାନ୍ଦ୍‌ ଜୁଏଲର୍ସ ବ୍ରହ୍ମପୁର ଶୋ’ରୁମ୍‌ର ୩ ଗ୍ରାହକ ଭାଗ୍ୟଶାଳୀ ବିଜେତା ଭାବେ ଇ-ସ୍କୁଟର ଜିତିଛନ୍ତି। ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ପୂର୍ଣ୍ଣବାସୀ ହୋତା , ଜେ. ସନ୍ତୋଷ ରାଓ ଏବଂ ମାଲକାନଗିରିର ଇପାରୀ ସୁବର୍ଣ୍ଣମାଳା ପାତ୍ର ଇଲେକ୍ଟ୍ରିକ୍‌ ସ୍କୁଟର ଜିତିଛନ୍ତି। ଏହି ପରିପ୍ରେକ୍ଷୀରେ ଲାଲଚାନ୍ଦ୍‌ ଜୁଏଲର୍ସ ବ୍ରହ୍ମପୁର ପକ୍ଷରୁ ଶନିବାର ବ୍ରହ୍ମପୁର ଧର୍ମନଗର ନିକଟସ୍ଥ ଶୁଭମ୍‌ ସେଲିବ୍ରେସନ୍‌ସଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାଙ୍କ ନାମ ଘୋଷଣା ସହ ଭାଗ୍ୟଶାଳୀ ବିଜେତାଙ୍କୁ ଇ-ସ୍କୁଟର ପୁରସ୍କାର ସ୍ବରୂପ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ର ପ୍ରଥମ ବାର୍ଷିକ ଉତ୍ସବ ଏବଂ ଚଳିତ ବର୍ଷର ଅକ୍ଷୟ ତୃତୀୟା ଅବସରରେ ଏକ ଡବଲ ଧମାକା ଅଫର ଘୋଷଣା କରାଯାଇଥିଲା। ଉକ୍ତ ଅଫର ୨୦୨୩ ଏପ୍ରିଲ ୯ ରୁ ୩୦ ପର୍ଯ୍ୟନ୍ତ ଉପଲବ୍ଧ ଥିଲା। ବିଶେଷକରି ଉକ୍ତ ଡବଲ ଧମାକା ଅଫର ପାଇଁ ଏହି ଲକି ଡ୍ର’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଅଫର ଜରିଆରେ ସର୍ବନିମ୍ନ ୨୦,୦୦୦ ଟଙ୍କା ମୂଲ୍ୟର ଗହଣା କ୍ରୟ କରିଥିବା ଗ୍ରାହକଙ୍କୁ ଏକ ଲକି ଡ୍ର’ କୁପନ ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାନର ପୂର୍ବ ଘୋଷଣା ମୁତାବକ ପୁରସ୍କାର ସ୍ବରୂପ ୩ ଜଣ ଭାଗ୍ୟବାନ୍‌ ବିଜେତାଙ୍କୁ ଇ-ସ୍କୁଟର ପ୍ରଦାନ କରାଯାଇଛି ା
ଏ ସମ୍ପର୍କରେ ଲାଲଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଗତ ଏକ ବର୍ଷ ମଧ୍ୟରେ ବ୍ରହ୍ମପୁରବାସୀ ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପ୍ରତି ଯଥେଷ୍ଟ ଭରସା ଦେଖାଇଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ। ଏପରିକି ଉକ୍ତ ଶୋ’ରୁମ୍‌ର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ଲାଲଚାନ୍ଦ୍‌ ପକ୍ଷରୁ ଆୟୋଜିତ ମେଗା ଲକି ଡ୍ର’ରେ ଇ-ସ୍କୁଟର ଜିତିଥିବା ଭାଗ୍ୟଶାଳୀ ଗ୍ରାହକଙ୍କୁ ଶୁଭେଚ୍ଛା ଜଣାଉଛୁ। ବିଶେଷକରି ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ରେ ଆମେ ବିଭିନ୍ନ ଡିଜାଇନ୍‌ର ଅଳଙ୍କାର ସବୁବର୍ଗର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଇପାରିଛୁ। ସେହିଭଳି ଆଗାମୀ ଦିନରେ ମଧ୍ୟ ଏହିପରି ଅନେକ ଆକର୍ଷଣୀୟ ଅଫର ଆଣିବା ପାଇଁ ଲାଲଚାନ୍ଦ୍‌ ଜୁଏଲର୍ସ ପ୍ରୟାସ ଜାରି ରଖିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ, ଲାଲଚାନ୍ଦ୍‌ ଜୁଏଲର୍ସର ସମସ୍ତ ଅଳଙ୍କାରର ଗଢ଼ା ମୂଲ୍ୟ ଅନ୍ୟ ଜୁଏଲର୍ସଙ୍କ ତୁଳନାରେ କମ୍‌ ହୋଇଥିବା ବେଳେ ଅଳଙ୍କାରଗୁଡିକରେ ମଧ୍ୟ ଶୁଦ୍ଧତାକୁ ଗୁରୁତ୍ୱ ଦେବା ସହ ଏଚ୍‌ୟୁଆଇଡି ହଲ୍‌ମାର୍କ ସୁନା ବିକ୍ରୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri