ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ

ଉଚ୍ଚଶିକ୍ଷିତ ସାଙ୍ଗକୁ ବ୍ୟବସାୟିକ ବାତାବରଣ ମଧ୍ୟରେ ଜୀବନ ଅତିବାହିତ କରିଥିବାବେଳେ ରେଭେନ୍‌ଶା ମହାବିଦ୍ୟାଳୟ (ବର୍ତ୍ତମାନର ବିଶ୍ୱବିଦ୍ୟାଳୟ)ରୁ ବାଣିଜ୍ୟରେ ସ୍ନାତକ ଏବଂ ସିମ୍ବୋସିସ୍‌ ପୁନେରୁ ସେ ଏମ୍‌ବିଏରେ ମ୍ୟାନେଜମେଣ୍ଟ ଶିକ୍ଷା ଶେଷ କରିଛନ୍ତି। ଏପରିକି ପାରିବାରିକ ବ୍ୟବସାୟ ଓ ପରିବାରର ଆବଶ୍ୟକତାକୁ ଆଖି ଆଗରେ ରଖି ସେ ୧୯୯୭ରେ ବାପାଙ୍କ ସହ ବ୍ୟବସାୟରେ ସହଯୋଗୀ ଭାବେ କାର୍ଯ୍ୟ କରି ଅନେକ ସଫଳତା ହାସଲ ସହିତ ଓଡ଼ିଶାର ଯୁବ ଉଦ୍ୟୋଗୀଙ୍କୁ ନୂଆ ଦିଶା ଦେଖାଇଥିବା ଯୁବ ଉଦ୍ୟୋଗୀ ତଥା ଓଡ଼ିଶା ପ୍ଲାଷ୍ଟୋ ପାଇପ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି କୌଶଲ୍‌ ପୋଦ୍ଦାରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ….

ପ୍ର-ଓଡ଼ିଶା ବଜାରରେ ବ୍ରାଣ୍ଡ୍‌ର ଚାହିଦା କିଭଳି ରହିଛି?
ଉ- ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ମଧ୍ୟ ବ୍ରାଣ୍ଡ୍‌ର ଚାହିଦା ଭଲ ରହିଛି। ବିଶେଷକରି ପିଭିସି ପାଇପ୍ସ ଉତ୍ପାଦନ କ୍ଷେତ୍ରରେ କମ୍ପାନୀ ୧୯୯୪ରେ ପାଦ ଥାପିଥିଲାବେଳେ ଦୀର୍ଘ ୩୦ ବର୍ଷ ହେବ ବ୍ରାଣ୍ଡ୍‌ ଗ୍ରାହକକୈନ୍ଦ୍ରିକ ଓ ଗୁଣବତ୍ତା ଉତ୍ପାଦ ପାଇଁ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଦିନତମାମ କାରଖାନାରୁ ପିଭିସି, ୟୁପିଭିସି, ଏସ୍‌ଡବ୍ଲ୍ୟୁଆର୍‌, ସିପିଭିସି, ପାଇପ୍ସ ଆଣ୍ଡ ଫିଟିଂ ସମେତ ଏଚ୍‌ଡିପିଇ ପାଇପ୍ସ ଏବଂ ଘରୋଇ, କୃଷି, ଶିଳ୍ପଭିତ୍ତିକ ଗାର୍ଡେନ ହୋସ ସାମଗ୍ରୀ ମଧ୍ୟ ଉତ୍ପାଦନ ହେଉଛି।
ପ୍ର-ବଜାରରେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତା
କ’ଣ ରହିଛି?
ଉ- ବ୍ରାଣ୍ଡ୍‌ର ସ୍ବତନ୍ତ୍ରତା ଆମର ବଜାର ଚାହିଦା ଓ ଗ୍ରାହକଙ୍କ ଆବଶ୍ୟକତାରୁ ମିଳିଥାଏ। କାରଣ ଆମେ ଗ୍ରାହକଙ୍କୁ ଗୁଣବତ୍ତା ସାମଗ୍ରୀ ଓ ଦୀର୍ଘସ୍ଥାୟୀ ଉତ୍ପାଦ ବଜାର ଉପଲବ୍ଧ କରାଇଥାଉ। ସେହିଭଳି ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ଓ ଶତପ୍ରତିଶତ ମେଡ୍‌ ଇନ୍‌ ଓଡ଼ିଶା ସାମଗ୍ରୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ଉତ୍ପାଦନ କରାଯାଉଛି।
ପ୍ର- କଞ୍ଚାମାଲଜନିତ ସମସ୍ୟାକୁ ଆପଣ କିଭଳି ସାମ୍ନା କରିଥାନ୍ତି?
ଉ- କଳକାରଖାନା ପରିଚାଳନା ପାଇଁ କଞ୍ଚାମାଲ ମୁଖ୍ୟ ଉପାଦାନ ହୋଇଥିବାବେଳେ ଉତ୍ପାଦନକାରୀ ହିସାବରେ ଆମେ ସର୍ବଦା ଆବଶ୍ୟକ ପରିମାଣଠାରୁ ଅଧିକ କଞ୍ଚାମାଲ ସଂଗ୍ରହ ସହିତ ବିଭିନ୍ନ ସ୍ବୀକୃତିପ୍ରାପ୍ତ ସଂସ୍ଥା (ସପ୍ଲାୟର ଓ ଡିଷ୍ଟ୍ରିବ୍ୟୁଟର) ସହିତ ବୁଝାମଣା କରି କାରବାର କରିଥାଉ। ଫଳରେ ବର୍ତ୍ତମାନ ସୁଦ୍ଧା କଞ୍ଚାମାଲଜନିତ ସମସ୍ୟା ଦେଖାଯାଇ ନାହିଁ, କିନ୍ତୁ ଯଦି ନୀତିନିୟମ ଓ ଆବଶ୍ୟକ ସାମଗ୍ରୀ (କଞ୍ଚାମାଲ)ର ଉପଯୁକ୍ତ ହିସାବପତ୍ର ସହିତ ପରିଚାଳନା ଠିକ୍‌ ନ ରହିବ ତାହାହେଲେ କଳକାରଖାନାଗୁଡ଼ିକରେ କଞ୍ଚାମାଲଜନିତ ସମସ୍ୟାରୁ ବିଭିନ୍ନ ପ୍ରକାରର ବାଧା ସୃଷ୍ଟି ହେବ, ଯାହା ବ୍ୟବସାୟକୁ ଏକ ଖରାପ ଦିଗକୁ ସୂଚିତ କରିବ।
ପ୍ର-ବ୍ରାଣ୍ଡ୍‌ର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନା କିଛି ରହିଛି କି?
ଉ- ବ୍ୟବସାୟରେ ଅଭିବୃଦ୍ଧି ପାଇଁ ନବକଳେବରର ଆବଶ୍ୟକତା ରହିଥାଏ। ବର୍ତ୍ତମାନ ଆମେ ଆମର ଜଗତପୁରସ୍ଥିତ କାରଖାନା(ୟୁନିଟ)ର ସମ୍ପ୍ରସାରଣ ସହିତ ନୂତନ ଉତ୍ପାଦ ଓ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ଆଉ ୨ଟି ଉତ୍ପାଦନ ସୁବିଧା ନିର୍ମାଣ କରିବାକୁ ଯୋଜନା କରିଛୁ। ୨୦୨୫ ସୁଦ୍ଧା ଆମେ ନୂଆ ଉତ୍ପାଦ ଓ ବଜାର ଆବଶ୍ୟକତା ସାମଗ୍ରୀ ନିର୍ମାଣ କରିବାକୁ ଯାଉଛୁ।
ପ୍ର-ଆଶାୟୀ ଯୁବୋଦ୍ୟୋଗୀଙ୍କ ସମ୍ପର୍କରେ କ’ଣ କହିବେ?
ଉ- ଉତ୍ପାଦନ ଶିଳ୍ପରେ ଅନେକ ସୁବିଧା ଓ କ୍ଷେତ୍ର ପଡ଼ିଥିବାବେଳେ କଠିନ ପରିଶ୍ରମ, ସାଧୁତା, ସହନଶୀଳତା ଏବଂ ସଚ୍ଚୋଟତା ଅବଲମ୍ବନ କରି ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସଫଳତା ସୁନିଶ୍ଚିତ ମିଳିଥାଏ।
ପ୍ର- ଗ୍ରାହକ ସନ୍ତୁଷ୍ଟିକୁ କିଭଳି ଗୁରୁତ୍ୱ ଦେଇଥାନ୍ତି?
ଉ- ବ୍ୟବସାୟରେ ଗ୍ରାହକ ଈଶ୍ୱର ହୋଇଥିବାବେଳେ ସଚ୍ଚୋଟତା, ଗୁଣାତ୍ମକ ଉତ୍ପାଦ ଓ ଉଚିତ ମୂଲ୍ୟ ଏବଂ ସମୟାନୁବର୍ତ୍ତିତା ସହ ଗ୍ରାହକ ସମ୍ପର୍କକୁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେଇଥାଉ।
ପ୍ର- ପ୍ରତିଯୋଗିତାମୂଳକ ବ୍ୟବସାୟକୁ ଆପଣ କିଭଳି ସମ୍ମୁଖୀନ କରୁଛନ୍ତି?
ଉ- ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱୀ ଓ ପ୍ରତିଯୋଗିତା ମୁଦ୍ରାର ଉଭୟ ପାର୍ଶ୍ୱ ଭଳି କାର୍ଯ୍ୟ କରିଥାଏ। ଆମେ ବ୍ୟବସାୟ କିଭଳି ଭଲ କରିପାରିବା ଓ ଗ୍ରାହକଙ୍କ ନିକଟତର ହେବା ପାଇଁ ଆବଶ୍ୟକ ନୀତି ନିୟମ ଓ ବଜାର ଚାହିଦାକୁ ଗୁରୁତ୍ୱ ଦେବା ସହିତ କାରବାରର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିଥାଉ।
ପ୍ର- ବ୍ରାଣ୍ଡ୍‌ର ବଜାର ଉପସ୍ଥିତି କିଭଳି ରହିଛି?
ଉ- ବର୍ତ୍ତମାନ ସମୟରେ ବ୍ରାଣ୍ଡ୍‌ର ଉପସ୍ଥିତି ସାରା ଓଡ଼ିଶା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ସହିତ ଅନ୍ୟ ରାଜ୍ୟରେ ମଧ୍ୟ କମ୍ପାନୀ ଉତ୍ପାଦ ଉପଲବ୍ଧ। ସେହିପରି ଓଡ଼ିଶାର ୩୦ ଜିଲାର ସବୁ ବର୍ଗର ବଜାରରେ କମ୍ପାନୀ ଉତ୍ପାଦଗୁଡ଼ିକ ଛୋଟ ହାର୍ଡଓ୍ବେର ଷ୍ଟୋରଠାରୁ ଆରମ୍ଭକରି ସର୍ବବୃହତ୍‌ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ରେ ମଧ୍ୟ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri