ଆଇନର ସାମ୍ପ୍ରତିକ ମୂଲ୍ୟବୋଧ

ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ସରକାର କହୁଛନ୍ତି ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ, ପୋଲିସ କହୁଛି ନିରପେକ୍ଷ ତଦନ୍ତ ହେବ। ଏଇଭଳି ଲୋମହର୍ଷଣକାରୀ ଘଟଣା ଓଡ଼ିଶାରେ ନୂଆ ନୁହେଁ। ଅତୀତ ଛବିରାଣୀ, ଅଞ୍ଜନା, ପରୀ, ପିହୁ, ମମିତା, ଇତିଶ୍ରୀ, ବେବିନା, ସସ୍ମିତା, ରୁଚିକା, ସ୍ମିତାରାଣୀ, ମାଧବୀଲତାଙ୍କ ମୃତ୍ୟୁ ଜନ ମାନସରୁ ଉଭେଇ ଯାଇଛି। ଏହିସବୁ ଘଟଣା ସାରା ଓଡ଼ିଶା କାହିଁକି ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏବେ ସେହିଭଳି ଏକ ମର୍ମନ୍ତୁଦ ଘଟଣା ଆମ ହୃଦୟକୁ ବିଦାରିତ କରିପକାଉଛି। ସମ୍ବେଦନଶୀଳ ଗୋଷ୍ଠୀ ଚିନ୍ତା କରିବା କଥା ଜଣକ ମୃତ୍ୟୁ ପରେ ଆଉ ଏଭଳି ଘଟଣାର ପୁନରାବୃତ୍ତି ନ ହେଉ। କିନ୍ତୁ କାହିଁକି ଏକାଧିକ ସମ୍ଭବ ହୋଇପାରିଲା? ଏହାର ନିରାକରଣ ଦିଗରେ ଯଦି ଚିନ୍ତା କରାଯାଇ ପାରିଥାଆନ୍ତା ତେବେ ଆଜି ଏଭଳି ମର୍ମନ୍ତୁଦ ଘଟଣା ଘଟି ନ ଥାଆନ୍ତା। ଆମ୍ଭେମାନେ ଗୋଟିଏ ପଟେ ଆଇନ ଓ ଆଇନର ରକ୍ଷକ, ଅନ୍ୟପଟେ ଆଜିର ସମାଜରେ ବଡ଼ପଣିଆ ଅର୍ଜନ କରିଥିବା ବହୁ ବ୍ୟକ୍ତିଙ୍କଠାରେ ମଣିଷପଣିଆର ଅଭାବ। ଭାବ ଓ ସମ୍ବେଦନାରେ ପରିପୂର୍ଣ୍ଣ ବ୍ୟକ୍ତି ହିଁ ଏହି ରୀତିନୀତିକୁ ବୁଝନ୍ତି। ଆମ ସମାଜରେ ଉଦ୍ଦୀପ୍ତ ବାସନା, ଅନିୟନ୍ତ୍ରିତ ତୃଷ୍ଣା ବହନ କରିଚାଲୁଥିବା ଗୋଟିଏ ବଡ଼ମଣିଷ ସମାଜ ରହିଛି। ସେମାନେ ସବୁ କ୍ଷେତ୍ରରେ କିଛି ଶକ୍ତି ଆହରଣ କରି ଭଦ୍ରମୁଖା ତଳେ ବଞ୍ଚିଛନ୍ତି। ଏହିଭଳି ଗୋଟିଏ ଗୋଷ୍ଠୀ ଶିକ୍ଷା, ସ୍ବାସ୍ଥ୍ୟ, ଶାସନ, ପ୍ରଶାସନ, ରାଜନୀତି ଓ ସାମାଜିକ ସ୍ତରରେ ବହୁ ଦିନରୁ ପ୍ରତିପତ୍ତି ବିସ୍ତାର କରିଆସିଛନ୍ତି। ଏମାନେ ସବୁପ୍ରକାର ବେଆଇନ କାର୍ଯ୍ୟ, ପ୍ରତିଶୋଧର ବାଟ ତିଆରି କରିଥାଆନ୍ତି। ଦୁର୍ନୀତି କିପରି କରାହୁଏ ଏମାନେ ତା’ର କୌଶଳ ତିଆରି କରି ଶୋଷକମାନଙ୍କୁ ବାଟ ବତାଇ ଦିଅନ୍ତି। ଏମାନେ ହେଉଛନ୍ତି ଅଦୃଶ୍ୟ ଇଲାକାର ଅଦୃଶ୍ୟ ରାଜା। ଅଦ୍ୟାବଧି ଏମାନଙ୍କ ପାଖକୁ ଆଇନ ଯାଇ ପାରିନାହିଁ, କି ସ୍ପର୍ଶ କରିପାରିନାହିଁ।
ଦୁଃଖର କଥା ନିର୍ଦ୍ଦୋଷ ନାରୀ ସତ୍ୟ ପ୍ରତିଷ୍ଠା କରିବାକୁ ଚାହୁଁଥିବା ବେଳେ ସମାଜରେ ନିର୍ଯାତନାର ଶିକାର ହେଉଛନ୍ତି। ଏଥିପାଇଁ ଆମ ବ୍ୟବସ୍ଥା ଦାୟୀ ନୁହେଁ ତ? ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀକୁ ଧରିଦେଇ ପାରନ୍ତି। କିନ୍ତୁ ଏପରି ଯେ ଆଉ ନ ହେବ ସେଥିପାଇଁ ଗ୍ୟାରେଣ୍ଟି ଦେଇ ପାରିବେ କି? ସବୁ କ୍ଷେତ୍ରରେ ଏକ ସତ୍ୟ ପ୍ରତିଷ୍ଠା କରିପାରିବେ କି? ଆଜି ଆମ ସମାଜରେ ସତ୍ୟର ପ୍ରତିଷ୍ଠା ପାଇଁ ବିବେକୀମାନେ ଉଦ୍ୟମ କରୁଛନ୍ତି କିନ୍ତୁ ତାହା ପ୍ରତିଷ୍ଠା ହୋଇ ପାରୁ ନାହିଁ କାହିଁକି?
ପ୍ରଥମେ ଦେଖିବା ଆମ ଆଇନଗତ ଦିଗ। ଆମ ଆଇନରେ ଅଛି ”ହଜାରେ ଦୋଷୀ ବରଂ ଖସି ଯାଆନ୍ତୁ କିନ୍ତୁ ଜଣେ ହେଲେ ନିର୍ଦ୍ଦୋଷ ଦଣ୍ଡ ନ ପାଆନ୍ତୁ“। ତେବେ ଏହି ଆଇନର ପରିବର୍ତ୍ତନର ଆବଶ୍ୟକତା ରହିଛି। ଏଭଳି ଏକ ସନ୍ଦେହାତ୍ମକ ପ୍ରଶ୍ନବାଚୀ ଏବେ ଆଇନରେ ସୃଷ୍ଟି ନ ହେବା ପାଇଁ ଆଇନ ବିଶେଷଜ୍ଞମାନେ ନିଜ ଗବେଷଣା ଦ୍ୱାରା ସାବ୍ୟସ୍ତ କରି ଆଉ ଏକ ନୂତନ ଆଇନ ବା ଜନତାଙ୍କ ପାଇଁ ଆଶା ଭରସା ଯଦି ସୃଷ୍ଟି କରନ୍ତେ ତେବେ ସମାଜରେ ଠିକ୍‌ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠା ହୋଇପାରନ୍ତା। ଆଉ ଏକ ଆଇନଗତ ଦ୍ୱନ୍ଦ୍ୱ ରହିଛି, ତା’ହେଲା ହତ୍ୟା, ବଳାତ୍କାର କ୍ଷେତ୍ରରେ ‘ଆଇ ଓ୍ବିଟ୍‌ନେସ’ ବା ସ୍ବଚକ୍ଷୁରେ ଦେଖିଥିବା ସାକ୍ଷୀ ବିହୁନେ ଦଣ୍ଡ ବ୍ୟବସ୍ଥା ଆଇନରେ ନାହିଁ। ଏହା ବିଗତ ଶତାବ୍ଦୀରେ ଆବଶ୍ୟକ ଥିଲା। କିନ୍ତୁ ଏବେ ନାଗରିକମାନଙ୍କ ଚରିତ୍ର ଯେତେବେଳେ ବଦଳି ଯାଇଛି, ଯାବତୀୟ କୁକର୍ମକୁ ଚାପିଦିଆଯିବା ପାଇଁ ଶକ୍ତିଗୁଡ଼ିଏ ସୃଷ୍ଟି ହୋଇଗଲେଣି। ଏ କ୍ଷେତ୍ରରେ ରାଜନୀତି ଯେତେବେଳେ ନିଜ ଦଳ ଓ ଦଳୀୟ କର୍ମୀଙ୍କ ସୁରକ୍ଷା ପାଇଁ କାମ କରୁଥିବା ଦେଖାଗଲାଣି, ସେତେବେଳେ ଜଣେ ବଳାତ୍କାରୀ ଯଦି ତାଙ୍କ ଦଳର ହୋଇଥିବେ ତେବେ ସେମାନେ ତା’ ପଛରେ ଏକ ଶକ୍ତିରୂପେ ଠିଆ ହେବେ ନାହିଁ କି? ଏପରି କ’ଣ ଓଡ଼ିଶା କାହିଁକି ସାରା ଭାରତବର୍ଷରେ ଉଦାହରଣର ଅଭାବ ରହିଛି? ଅତୀତରେ ଓଡ଼ିଶାରେ ମମିତା ମେହେରଙ୍କ ଭଳି ଲୋମଟାଙ୍କୁରା ଘଟଣାରେ ଅଦୃଶ୍ୟ ଶକ୍ତିମାନେ କ’ଣ କେହି ଦଣ୍ଡ ପାଇଲେ? ଏଠାରେ ଅନୁଭୂତ ହେଲା ଯେ ନ୍ୟାୟିକ ବ୍ୟବସ୍ଥାରେ ଅଭାବନୀୟ ସ୍ଥିତି ଲାଗି ରହିଛି।
ଆମେ ଜାଣୁ ଆମ ଦେଶରେ ବିଚାରପତିମାନେ ଆଇନରେ ବନ୍ଧା। ସେମାନେ ପ୍ରକୃତରେ ଦୋଷୀ କିଏ ଜାଣୁଥିଲେ ହେଁ ତାଙ୍କୁ ବିନା ସାକ୍ଷୀ ପ୍ରମାଣରେ କାଠଗଡ଼ାରେ ଠିଆ କରାଇବା କ୍ଷମତା ବା ସ୍ବାଧୀନତା ସମ୍ବିଧାନରେ ଦିଆଯାଇ ନାହିଁ। ଏବେ ବେଳ ଆସିଛି ଭାରତ ସରକାର ୧୮୬୦ର ଆଇନକୁ ଯେଭଳି ଗୋଟିଏ ଗୋଟିଏ ପରିବର୍ତ୍ତନ କରି ଚାଲିଛନ୍ତି ସେହିଭଳି ସମ୍ବିଧାନରେ ଥିବା ନ୍ୟାୟିକ ବ୍ୟବସ୍ଥାକୁ ସୁଦୂରପ୍ରସାରୀ କରିବା ପାଇଁ ଅପରାଧ ଆଉ ବୃଦ୍ଧି ନ ଘଟିବା ଲାଗି ସମ୍ବିଧାନ ପରିବର୍ତ୍ତନ ନ କରି ଆଇନର ଧାରାରେ ଏଥିପାଇଁ ସଂଯୁକ୍ତ କରାଯାଇ ପାରିବ। ମୋଟ ଉପରେ କହିବାକୁ ଗଲେ ତାଟିତଳେ ରହି ଗୁଳି ମାରୁଥିବା, ହିଂସାକୁ ଭିଆଉଥିବା, ସମର୍ଥନ ଓ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିର ମୁଖା ଖୋଲିଦେବା ପାଇଁ ସିଏ ଯିଏ ହେଉନା କାହିଁକି ତାଙ୍କୁ ଯେତେବେଳେ ଆଇନର କାଠଗଡ଼ାକୁ ଅଣାଯାଇପାରିବ ସେତେବେଳେ ସବୁଠି ନ୍ୟାୟ ପ୍ରତିଷ୍ଠା ହୋଇପାରିବ। ଆମେ ଦେଖୁଛେ ଆମ ଦେଶରେ ନ୍ୟାୟ ପ୍ରତିଷ୍ଠା ପାଇଁ ବହୁ ମହିଳା, ଯୁବକ, ସାମ୍ବାଦିକ, ସାମାଜିକ କର୍ମୀ, ମାନବାଧିକାର କର୍ମୀ ରାଜନୈତିକ ଆକ୍ରୋଶର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼େନି। ଏଭଳି ଏକ ବ୍ୟବସ୍ଥା ହୁଅନ୍ତା ଯେଉଁଥିରେ ହିଂସା ଭିଆଉଥିବା ଅଦୃଶ୍ୟ ଶକ୍ତିକୁ ସହଜରେ ଦୋଷୀ ବୋଲି ସାବ୍ୟସ୍ତ କରଯାଇ ପାରନ୍ତା। ଦେଖନ୍ତୁ ହିଂସା, ଅପରାଧ ଭଳି କାର୍ଯ୍ୟର ଅନୁସନ୍ଧାନ କରି ନ୍ୟାୟ ଦେବା ପାଇଁ ଆମ ଦେଶରେ ପୋଲିସ ବିଭାଗ, କ୍ରାଇମ ବ୍ରାଞ୍ଚ ବିଭାଗ, ଆହୁରି ଅନେକ ବିଭାଗ ଗଠନ କରାଯାଇଛି। କିନ୍ତୁ ଏମାନେ କ’ଣ ମାନବିକ ଦୃଷ୍ଟିକୋଣରୁ ବିଚାର କରି ନିରପେକ୍ଷ ନା ଅନୁରକ୍ତ ହୋଇ ଥାଆନ୍ତି? କିନ୍ତୁ ତ୍ୱରିତ ଦଣ୍ଡଦେବା ବ୍ୟବସ୍ଥା ଦିଗରେ ଆଇନର ବାଟ ସିଧା ନ ଥାଏ। ତେବେ ଏକବିଂଶ ଶତାବ୍ଦୀରେ ଆଇନର ଉପଧାରାଗୁଡିକ ପରିବର୍ଦ୍ଧିତ ହେବା ଆବଶ୍ୟକ କରୁ ନାହିଁ କି? ବର୍ତ୍ତମାନର ଆଇନ ସମ୍ପର୍କରେ ପଣ୍ଡିତ ମହେଶ୍ୱର କହିଛନ୍ତି ଯେ, ଆଇନ ବର୍ତ୍ତମାନ ବହୁରୂପୀ ଏଣ୍ଡୁଅରେ ରୂପାନ୍ତରିତ। ସାର୍ବଭୌମ ସାମାଜିକ ଜୀବନର ଅନ୍ତରାୟ। ରାଜା ମହାରାଜା ଦୁଇଟି ଆଇନ ପ୍ରଣୟନ କରିଥିଲେ ଗୋଟିଏ ହେଉଛି କଚ୍ଚିମାହାଲ ଓ ଅନ୍ୟଟି ହେଉଛି ପକ୍କିମାହାଲ। ପ୍ରଥମଟି ହେଉଛି ରାଜକର୍ମଚାରୀମାନେ ବିଚାର କରି ଦଣ୍ଡ ଦେବାର ବ୍ୟବସ୍ଥା ଓ ଅନ୍ୟଟି ହେଉଛି ରାଜା ନିଜେ ବିଚାର କରି ଦଣ୍ଡଦେବା। ବର୍ତ୍ତମାନ ଆଇନ ଦରବାରୀ ନଚେତ୍‌ ରାଜନୈତିକ ଦଳର ଇସ୍ତାହାର ବୋଲି ସେ ଆଖ୍ୟା ଦେଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଦଣ୍ଡ ବ୍ୟବସ୍ଥା ଦୃଷ୍ଟାନ୍ତମୂଳକ ହୋଇ ପାରୁ ନ ଥିବାରୁ ତାହା ଅପରାଧୀଙ୍କୁ ସଚେତନ କରି ପାରୁନାହିଁ। ଜନଚରିତ୍ର ଏଭଳି ହୋଇ ଯାଇଛି ଯେ ତାହା ବଦଳାଇବା ଖୁବ୍‌ କଷ୍ଟକର। ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ପ୍ରବେଶ କରିଥିବା ସମସ୍ୟା, ଅବାଞ୍ଛନୀୟତା,ବିଡ଼ମ୍ବନା ଏଥିପାଇଁ ଦୋଷ କାହାକୁ ଦେବା? ପ୍ରତ୍ୟକ୍ଷବାଦ ପୃଷ୍ଠଭୂମିରେ ଜନ୍ମ ନେଇଥିବା ଭୌତିକବାଦ ପ୍ରାୟ ସମସ୍ତ ନୈତିକ ମୂଲ୍ୟର ଉପଯୋଗିତା ଆବଶ୍ୟକତାକୁ ମାନିବା ପାଇଁ ରାଜି ନୁହେଁ। ଆଇନ ଅଛି କିନ୍ତୁ ସେ ଅଦୃଶ୍ୟ ଶକ୍ତିକୁ ଭେଦ କରି ସେମାନଙ୍କୁ ଦଣ୍ଡିତ କରି ପାରୁନାହିଁ। ଏଠି ବିଷକୁ ଅମୃତ ମାନ୍ୟତା, କ୍ଷତିକୁ ଲାଭ ବୋଲି ମନେକରି ତାକୁ ପାଇବା ପାଇଁ ସମସ୍ତେ ଲାଳାୟିତ। ଯାହାଫଳରେ ଆଇନ ଆଖିରେ ଲୁହ ନୁହେଁ ତା’ ପରିବର୍ତ୍ତେ ଲହୁ ଝରୁଛି। ନ୍ୟାୟକୁ ଠିକ୍‌ ଏବଂ ଅଦୃଶ୍ୟ ଜାଗାରେ ପହଞ୍ଚାଇବା ପାଇଁ, ଆଇନ ବିଶାରଦ ଓ ଆଇନ ଗବେଷକମାନେ ଗବେଷଣା ଉପଲବ୍ଧ ଜ୍ଞାନକୁ ପ୍ରସାରିତ କରବା ଉଚିତ।

ହରେକୃଷ୍ଣ ପଣ୍ଡା

ସୟଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri