୪% ବୃଦ୍ଧି ପାଇଛି କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌

ନୂଆଦିଲ୍ଲୀ,୩୦।୧୨:ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ (ସିଏଡି) ବଢ଼ିଥିବା ଜଣାପଡିଛି। ବିଶେଷ କରି ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ସଦ୍ୟତମ ରିପୋର୍ଟ ଅନୁସାରେ ସିଏଡି ପୂର୍ବ ତ୍ରୈମାସଠାରୁ ୨%ରୁ ଅଧିକ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ସିଏଡି ବୃଦ୍ଧି ପାଇ ଜିଡିପିର ୪.୪%ରେ ପହଞ୍ଚତ୍ଛି। ଏପରିକି ଏହା ପୂର୍ବ ତ୍ରୈମାସରେ ସିଏଡି ହାର ୨.୨% ରହିଥିଲା। ସେହିଭଳି ଆର୍‌ବିଆଇ ଡେଟା ଅନୁସାରେ ଆର୍ଥିକ ବର୍ଷ ୨୦୨୨-୨୩ର ୨ୟ ତ୍ରୈମାସରେ ପ୍ରାୟ ୩୬.୪ ବିଲିୟନ ଆମେରିକୀୟ ଡଲାର (ଜିଡିପିର ୪.୪%) ହ୍ରାସ ପାଇଥିବା ରେକର୍ଡ ହୋଇଛି। ଅପରପକ୍ଷରେ ପ୍ରଥମ ତ୍ରୈମାସରେ ସିଏଡି ୧୮.୨ ବିଲିୟନ ଡଲାର (ଜିଡିପିର ୨.୨%) ରହିଥିଲା। ଏପରିକି ଗୋଟିଏ ବର୍ଷ ପୂବେ ଏହାର ପରିମାଣ ଭଲ ରହିଥିଲା। ବିଶେଷ କରି ୨୦୨୧ ସେପ୍ଟେମ୍ବର ବା ୨ ତ୍ରୈମାସର ପରିମାଣ ୯.୭ ବିଲିୟନ ଡଲାର (ଜିଡିପିର ୧.୩% ) ଥିଲା। ଉଲ୍ଲେଖଯୋଗ୍ୟ , ୨୦୨୨-୨୩ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ ବଢ଼ିବାର ପ୍ରମୁଖ କାରଣ ହେଉଛି ଉଚ୍ଚ ବାଣିଜି୍ୟକ କ୍ଷତି ଜାରି ରହିବା। ବସ୍ତୁଗୁଡିକର ବ୍ୟବସାୟିକ କ୍ଷତି ୨୦୨୨-୨୩ ର ପ୍ରଥମ ତ୍ରୈମାସରେ ୬୩ ବିଲିୟନ ଡଲାରରୁ ବଢି ଦ୍ୱିତୀୟ ତ୍ରୈମାସରେ ୮୩.୫ ବିଲିୟନ ଡଲାର ହୋଇଛି। ସୂଚନାଯୋଗ୍ୟ, ଉଚ୍ଚ ବାଣିଜି୍ୟକ କ୍ଷତି ଯୋଗୁ କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ ବଢିଥାଏ। ଏହା ଅର୍ଥନୀତ ଦୃଷ୍ଟିରୁ ଭଲ ଖବର ନୁହେଁ। ଏହା ଜରିଆରେ ଦେଶର ବାଣିଜ୍ୟ ଆକଳନ କରାଯାଇଥାଏ। ଦେଶରେ ରପ୍ତାନିଠାରୁ ଆମଦାନୀ ଅଧିକ ହେଲେ ସିଏଡି ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri