୪% ବୃଦ୍ଧି ପାଇଛି କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌

ନୂଆଦିଲ୍ଲୀ,୩୦।୧୨:ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ (ସିଏଡି) ବଢ଼ିଥିବା ଜଣାପଡିଛି। ବିଶେଷ କରି ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ସଦ୍ୟତମ ରିପୋର୍ଟ ଅନୁସାରେ ସିଏଡି ପୂର୍ବ ତ୍ରୈମାସଠାରୁ ୨%ରୁ ଅଧିକ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ସିଏଡି ବୃଦ୍ଧି ପାଇ ଜିଡିପିର ୪.୪%ରେ ପହଞ୍ଚତ୍ଛି। ଏପରିକି ଏହା ପୂର୍ବ ତ୍ରୈମାସରେ ସିଏଡି ହାର ୨.୨% ରହିଥିଲା। ସେହିଭଳି ଆର୍‌ବିଆଇ ଡେଟା ଅନୁସାରେ ଆର୍ଥିକ ବର୍ଷ ୨୦୨୨-୨୩ର ୨ୟ ତ୍ରୈମାସରେ ପ୍ରାୟ ୩୬.୪ ବିଲିୟନ ଆମେରିକୀୟ ଡଲାର (ଜିଡିପିର ୪.୪%) ହ୍ରାସ ପାଇଥିବା ରେକର୍ଡ ହୋଇଛି। ଅପରପକ୍ଷରେ ପ୍ରଥମ ତ୍ରୈମାସରେ ସିଏଡି ୧୮.୨ ବିଲିୟନ ଡଲାର (ଜିଡିପିର ୨.୨%) ରହିଥିଲା। ଏପରିକି ଗୋଟିଏ ବର୍ଷ ପୂବେ ଏହାର ପରିମାଣ ଭଲ ରହିଥିଲା। ବିଶେଷ କରି ୨୦୨୧ ସେପ୍ଟେମ୍ବର ବା ୨ ତ୍ରୈମାସର ପରିମାଣ ୯.୭ ବିଲିୟନ ଡଲାର (ଜିଡିପିର ୧.୩% ) ଥିଲା। ଉଲ୍ଲେଖଯୋଗ୍ୟ , ୨୦୨୨-୨୩ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ ବଢ଼ିବାର ପ୍ରମୁଖ କାରଣ ହେଉଛି ଉଚ୍ଚ ବାଣିଜି୍ୟକ କ୍ଷତି ଜାରି ରହିବା। ବସ୍ତୁଗୁଡିକର ବ୍ୟବସାୟିକ କ୍ଷତି ୨୦୨୨-୨୩ ର ପ୍ରଥମ ତ୍ରୈମାସରେ ୬୩ ବିଲିୟନ ଡଲାରରୁ ବଢି ଦ୍ୱିତୀୟ ତ୍ରୈମାସରେ ୮୩.୫ ବିଲିୟନ ଡଲାର ହୋଇଛି। ସୂଚନାଯୋଗ୍ୟ, ଉଚ୍ଚ ବାଣିଜି୍ୟକ କ୍ଷତି ଯୋଗୁ କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ ବଢିଥାଏ। ଏହା ଅର୍ଥନୀତ ଦୃଷ୍ଟିରୁ ଭଲ ଖବର ନୁହେଁ। ଏହା ଜରିଆରେ ଦେଶର ବାଣିଜ୍ୟ ଆକଳନ କରାଯାଇଥାଏ। ଦେଶରେ ରପ୍ତାନିଠାରୁ ଆମଦାନୀ ଅଧିକ ହେଲେ ସିଏଡି ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର, କମିଗଲା…

ନୂଆଦିଲ୍ଲୀ,୧୫।୧୨: ନଭେମ୍ୱର ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ନକାରାତ୍ମକ ହୋଇଗଲା, ଯାହା ବର୍ଷ ବର୍ଷ ଧରି 0.32% ହ୍ରାସ ପାଇଲା। ଏହି ହ୍ରାସ ମୁଖ୍ୟତଃ ଖାଦ୍ୟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri