ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍‌

ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍‌ଠାରେ ଥିବା କରେନ୍ସି ନୋଟ୍‌ ପ୍ରେସ୍‌ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ ଟଙ୍କା ଛପା ୪ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଠାରେ କାର୍ଯ୍ୟକରୁଥିବା ୪୦ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ୨ ସପ୍ତାହ ମଧ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିବା କୁହାଯାଉଛି। କରେନ୍ସି ନୋଟ୍‌ ପ୍ରେସ୍‌ରେ ବିଭିନ୍ନ ମୂଲ୍ୟର ଟଙ୍କା ଛପା ହୋଇଥାଏ। ସେହିପରି ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌ରେ ଆଇଏସ୍‌ପି ରାଜସ୍ବ ଟିକଟ, ଷ୍ଟାମ୍ପ୍‌ ପେପର, ପାସପୋର୍ଟ ଏବଂ ଭିଜା ଆଦି ଛପା ହୋଇଥାଏ। କରେନ୍ସି ନୋଟ୍‌ ପ୍ରେସ୍‌ରେ ୨୩ ଶହ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌ରେ ୧୭ ଶହ ସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଗତ ୩ ମାସ ମଧ୍ୟରେ ଉଭୟ କାର୍ଯ୍ୟାଳୟର ୧୨୫ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା: ସ୍କୁଲରେ ଫଶିରହିଛନ୍ତିି ୩୫୦ ଛାତ୍ରୀଛାତ୍ର, ୫୦ ଶିକ୍ଷକ

ଜୟପୁର,୧୫।୯:ରାଜସ୍ଥାନର ଚିତୌଡଗଡରେ ଜିଲାରେ ଦୁଇଦିନ ହେଲା ଲଗାତାର ବର୍ଷା ହେଉଛି।ଫଳରେ ସେଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସ୍କୁଲ ଏବଂ ଅଫିସ୍‌ରେ ପାଣି ପଶିଯାଇଛି। ଫଳରେ ଜିଲାର...

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...

ଭାରତରେ ଭିଡ଼ହିଂସା, ଆମେରିକାରେ ବିକ୍ଷୋଭ: ସଂଖ୍ୟାଲଘୁଙ୍କୁ ନ୍ୟାୟ ମିଳୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧ା୭: ଗୋସୁରକ୍ଷା ନାମରେ ଓ ଜୋର୍‌ଜବରଦସ୍ତ ‘ଜୟ ଶ୍ରୀରାମ’ କୁହାଇବା ଲାଗି ଭାରତରେ ଭିଡ଼ହିଂସା ବଢ଼ିବାରେ ଲାଗିଛି। ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ତଥାକଥିତ...

ଜୁନ୍‌ ଚତୁର୍ଥ ପର୍ଯ୍ୟାୟର ସମୟ; ଜୀବିକାକୁ ରକ୍ଷା କରିବା ବେଳେ ଦେଖାଦେଇଛି ଅନୁଶାସନ କୋହଳର ଭୟ: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲାର ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା କିଛି ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତି ଏବଂ...

ଦିଲ୍ଲୀରେ ବସ୍‌, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି

ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା...

ରାହୁଲଙ୍କୁ ମୋଦିଙ୍କ କଡା ଜବାବ

ନୂଆଦିଲ୍ଲୀ,୬।୨: ବଜେଟ ଅଧିବେଶନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ନେତା ରାହୁଲ...

ଗୁପ୍ତଚର କାର୍ଯ୍ୟ ଲାଗି କଡ଼ା ଆଭିମୁଖ୍ୟ: ପାକିସ୍ତାନ ଦୂତାବାସରୁ ୫୦% କର୍ମଚାରୀ କମାଇବାକୁ କହିଲା ଭାରତ

ନୂଆଦିଲ୍ଲୀ,୨୩।୬: ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଭାରତ। ନିକଟରେ ଗୁପ୍ତଚର କାର୍ଯ୍ୟ ପାଇଁ ୨ ପାକ୍‌ ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ପଠାଯାଇଥିଲା। ଏବେ...

ରାଜସ୍ବ ହ୍ରାସ ନେଇ ହେବ ମାନସ ମନ୍ଥନ

ନୂଆଦିଲ୍ଲୀ,୧୮|୧୨ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଠାରେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ, ଟିକସ ଢାଞ୍ଚା...


Coronavirus Update

Archives

Model This Week

Why Dharitri