କର୍ଫ୍ୟୁ: ଇଦ୍‌ଗାରେ ହେବନାହିଁ ନମାଜପାଠ

ସମ୍ବଲପୁର,୨୧।୪: (ବ୍ୟୁରୋ) ସମ୍ବଲପୁର ସହରରେ ଉପୁଜିଥିବା ଅଶାନ୍ତ ପରିବେଶ ଯୋଗୁ କର୍ଫ୍ୟୁ ଲଗାଯାଇଥିବାବେଳେ ନେଟ୍‌ସେବା ବନ୍ଦ କରି ଦିଆଯାଇଛି। ୭ଦିନ ହେଲା ଜିଲାରେ ନେଟ୍‌ସେବା ବନ୍ଦ ହୋଇଥିବା ବେଳେ ଗୁରୁବାର କେବଳ ବ୍ରଡ୍‌ବ୍ୟାଣ୍ଡ ଓ ଲିଜ୍‌ଲାଇନ ଉପରେ ସାମୟିକ ଭାବେ କୋହଳ କରାଯାଇଛି। ହେଲେ ମୋବାଇଲ ନେଟ୍‌ସେବାକୁ ପ୍ରଶାସନ ପକ୍ଷରୁ ଆଉ ୪୮ଘଣ୍ଟା ବନ୍ଦ କରିଦିଆଯାଇଛି। ଏଭଳି ପରିସ୍ଥିତିରେ ମୁସଲମାନଙ୍କ ଇଦ୍‌-ଉଲ-ଫିତର ପର୍ବ ସମୟରେ ଭିଏସ୍‌ଏସ୍‌ ମାର୍ଗ ଇଦ୍‌ଗାହରେ ହେବାକୁ ଥିବା ସାମୂହିକ ନମାଜପାଠ ନ କରିବାକୁ ସମ୍ପ୍ରଦାୟକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ମହମ୍ମଦ ୟାସିନ ଅମନ କହନ୍ତି, ଜିଲାରେ ଦେଖାଦେଇଥିବା ପରିସ୍ଥିତିକୁ ନେଇ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏକାଠି ଗୋଟିଏ ସ୍ଥାନରେ ଭିଡ କରିବା ଉପରେ ପ୍ରଶାସନ ରୋକ ଲଗାଇଛନ୍ତି। ଏହାକୁ ସ୍ବାଗତ କରିବା ସହ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛୁ ବୋଲି ସେ କହିଥିଲେ। ଅନ୍ୟପଟେ ପରବେଜ ଅଲ୍ଲି ଖାନ କହିଥିଲେ, ପ୍ରଶାସନ ସହିତ ବୈଠକରେ ଇଦ୍‌ଗାହରେ ନମାଜ ପାଠ କରିବାକୁ ଅନୁରୋଧ କରିଥିଲୁ। ବର୍ଷବର୍ଷ ଧରି ନମାଜ ପାଠ ହୋଇଆସୁଥିଲା। ହେଲେ ପ୍ରଶାସନ ଆମକୁ ମନା କରିଦେଇଛନ୍ତି। ଦୁଃଖ ଲାଗୁଥିଲେ ବି ସହଯୋଗ କରିବା ପାଇଁ ଆମେ ରାଜି ହୋଇଛୁ। ଅନ୍ୟପଟେ ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ସହରରେ ଏବେ କର୍ଫ୍ୟୁ ଓ ୧୪୪ ଧାରା ଲାଗି ରହିଛି। ଗୋଟିଏ ସ୍ଥାନରେ ଏକାଧିକ ବ୍ୟକ୍ତି ଜମା ହୋଇପାରିବେ ନାହିଁ କି ସଭାସମିତି କରିପାରିବେ ନାହିଁ। ତେଣୁ ସାମୂହିକ ନମାଜ ପାଠ ଉପରେ ରୋକ ଲଗାଯାଇଛି। ପରିସ୍ଥିତିର ସୁଧାର ଆସିଲେ ସବୁ କଟକଣା ଉଠିଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri