ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ; ବ୍ରଡ୍ ବ୍ୟାଣ୍ଡ ସେବା ଆରମ୍ଭ, ମୋବାଇଲ ଇଣ୍ଟରନେଟ ସେବାରେ ରୋକ୍

ବାଲେଶ୍ଵର( ମାନସ ବିଶ୍ୱାଳ) ୨୨।୬: ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ଗତକାଲି ଠାରୁ କର୍ଫ୍ୟୁରୁ ଶିଳ୍ପାଞ୍ଚଳ ଥାନାକୁ ବାଦ ଦିଆଯାଇଥିବା ବେଳେ ଆଜି ସହଦେବଖୁଣ୍ଟା ଥାନା ଅଞ୍ଚଳର କର୍ଫ୍ୟୁ ସମୟକୁ ଆଧିକ କୋହଳ କରାଯାଇଥିବା ଉପରେ ଜିଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ଜିଲାପାଳ ଠାକରେଙ୍କ ପକ୍ଷରୁ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଗଲା ବୋଲି କହିଛନ୍ତି।

ଏଥିସହ ଟାଉନ ଥାନା ଅଞ୍ଚଳରେ ପୂର୍ବ ପରି କର୍ଫ୍ୟୁ କୋହଳ ସମୟ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବା ଉପରେ ସୂଚନା ଦେଇଛନ୍ତି। ସହରରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯିବା ସହ ଜନସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି। ଦ୍ବିତୀୟତଃ ଲ୍ୟାଣ୍ଡଲାଇନ ଜରିଆରେ ବ୍ରଡ୍ ବ୍ୟାଣ୍ଡ ଓ ୱାଇଫାଇ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି। ତେବେ ପରିସ୍ଥିତିକୁ ଓ ଗୁଜବକୁ ଲକ୍ଷ କରି ମୋବାଇଲ ଇଣ୍ଟରନେଟ ସେବା ଉପରେ ଅଙ୍କୁଶ ଜାରି ରହିଛି। ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଗୋଷ୍ଠୀ ସଂଘର୍ଷ ମାମଲାରେ ସମୁଦାୟ ୧୯ଟି ମାମଲା ରୁଜୁ କରାଯାଇ ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପୋଲିସ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଡ୍ରନ ସର୍ଭେ ଜରିଆରେ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ସାମାଜିକ ଗଣମାଧ୍ୟମରେ ଆସୁଥିବା ଗୁଜବ ଉପରେ ନଜର ରଖାଯାଇ ସାଇବର ପାଟ୍ରୋଲିଂ ଆରମ୍ଭ ହୋଇଛି। ରାଜ୍ୟର ଅଭିଜ୍ଞ ଅଧିକାରୀ ଓ ଜିଲ୍ଲା ସାଇବର ସେଲର ଅଧିକାରୀଙ୍କୁ ଏହି ପାଟ୍ରୋଲିଂରେ ସାମିଲ କରାଯାଇଛି। କୌଣସି ପ୍ରକାର ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଏସପି ନାଥ କହିଛନ୍ତି। ଗୁଜବ ସୃଷ୍ଟି କରୁଥିବା ଜଣେ ବ୍ୟକ୍ତିବିଶେଷଙ୍କୁ ଠାବ କରାଯାଇଛି। ଖୁବଶୀଘ୍ର ତାଙ୍କ ବିରୋଧରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

ଗୋଷ୍ଠୀ ସଂଘର୍ଷରେ ଅଧିକାଂଶ ନାବାଳକ ଥିବାରୁ ଏସପି ଉଦବେଗ ପ୍ରକାଶ କରିଛନ୍ତି। ତତସହିତ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ଗତିବିଧି ଓ ମିଶୁଥିବା ସାଙ୍ଗମାନଙ୍କ ଉପରେ ସେମାନଙ୍କର ଅଭିଭାବକ ତୀକ୍ଷଣ ନଜର ରଖିବାକୁ ଏସପି ପରାମର୍ଶ ଦେଇଛନ୍ତି। ଅଭିଭାବକମାନେ ସେମାନଙ୍କର ନାବାଳକଙ୍କ କାର୍ଯ୍ୟକଳାପ ଓ ଚାଲିଚଳନ ଉପରେ ସ୍ଵତନ୍ତ୍ର ଗୁରୁତ୍ୱ ଦେଲେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ଏସପି ଆଶା ପ୍ରକଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

IPLରୁ ବାଦ୍‌ ପଡ଼ିବା ପରେ ଚମକିଲା ମୁସ୍ତାଫିଜୁର ରହମାନଙ୍କ ଭାଗ୍ୟ

ନୂଆଦିଲ୍ଲୀ, ୫।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶରେ ବାଂଲାଦେଶର ଷ୍ଟାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ ରାଇଡର୍ସ ଦଳରୁ ମୁକ୍ତ କରାଯାଇଥିଲା। IPL…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri