ନୋଏଡା-ଗାଜିଆବାଦରେ କର୍ଫ୍ୟୁ

ନୂଆଦିଲ୍ଲୀ,୨।୫: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସାଧାରଣ ଜନତା ଓ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଗତ କିଛି ଦିନରୁ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ଦିଲ୍ଲୀ ଏନ୍‌ସିଆରରେ ଆସୁଥିବା ଉତ୍ତରପ୍ରଦେଶର ୨ଟି ଜିଲା ନୋଏଡା ଓ ଗାଜିଆବାଦରେ ପୁଣି ଥରେ କରୋନା କଟକଣା ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, ଉଭୟ ଜିଲାରେ ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି। ନୋଏଡାରେ ମେ ୩୧ ପର୍ଯ୍ୟନ୍ତ ଏବଂ ଗାଜିଆବାଦରେ ଜୁନ ୧୦ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲଗାଯାଇଛି। ଏହି ସମୟରେ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ପୂର୍ବ ପରି ଜାରି ରହିବ। ଏଥିସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ କୌଣସି ପ୍ରକାରର ଧର୍ମଘଟ ଏବଂ ପ୍ରଦର୍ଶନକୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ନେଇ ଗୌତମ ବୁଦ୍ଧ ନଗର କମିଶନରେଟ ସୂଚନା ଦେଇଛି। ଯଦି କେହି କୋଭିଡ ନିୟମ ଓ ଧାରା ୧୪୪ ଉଲ୍ଲଂଘନ କରନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିସହ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୨୭୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଗୌତମ ବୁଦ୍ଧ ନଗରରେ ୧୧୭, ଗାଜିଆବାଦରେ ୫୫, ଲକ୍ଷ୍ନୌରେ ୨୬ ଏବଂ ଆଗ୍ରାରେ ୧୫ଟି ମାମଲା ରୁଜୁ ହୋଇଛି। ଏଥିଯୋଗୁ ଗାଜିଆବାଦ ଓ ଗୌତମ ବୁଦ୍ଧ ନଗରରେ ଧାରା ୧୪୪ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri