ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଏପରି କହିଥିବା ଅଭିଯୋଗ ଆଣିଛନ୍ତି ଚାଷୀମାନେ। ସଦର ବ୍ଲକ ରଣସାହି ପଞ୍ଚାୟତର କେତେକ ଚାଷୀ ଧାନ ବିକ୍ରି ସମସ୍ୟା ଜଣାଇବା ବେଳେ ଏହି ଅପ୍ରୀତିକର ସ୍ଥିତି ଦେଖାଯାଇଥିଲା ।
କାହିଁକି ଚାଷୀ ଭାଇଙ୍କୁ ଅଭଦ୍ର କୁହାଗଲା ତାର ଜବାବ ମାଗିଥିଲେ ସରପଞ୍ଚ। ମୁଖ୍ୟ ଯୋଗାଣ ଅଧିକାରୀ ଅଭିଯୋଗର ଜବାବ ନ ରଖିବାରୁ ଚାଷୀମାନେ ଧାରଣାରେ ବସି ପ୍ରତିବାଦ କରିଥିଲେ । ପରେ ଆପୋଷ ସମାଧାନ ହୋଇଥିଲା l ଧାରଣା ପ୍ରତ୍ୟାହୃତ ହୋଇଥିଲା।

Dharitri – Odisha’s No.1 Odia Daily

 

Share