ସିଏସ୍‌କେର ପ୍ଲେ-ଅଫ୍‌ ବାଟ ବନ୍ଦ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫.୧ ଓଭର ପୂର୍ବରୁ ୫ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ହରାଇ ଦେଇଛି। ଏହି ପରାଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇର ପ୍ଲେ-ଅଫ୍‌ ଆଶା ଶେଷ ହୋଇଛି। ଅନ୍ୟପକ୍ଷରେ ବିଜୟ ସତ୍ତ୍ୱେ ମୁମ୍ବାଇ ୬ ପଏଣ୍ଟ ସହିତ ୧୦ମ ସ୍ଥାନରେ ରହିଛି।
ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା। ତାଙ୍କ ନିଷ୍ପତ୍ତିକୁ ଡାନିଏଲ ସାମ୍ସ ପ୍ରଥମ ଓଭରରେ ଦୁଇ ଉଇକେଟ ନେଇ ଉଚିତ ସାବ୍ୟସ୍ତ କରିଥିଲେ। ଦ୍ୱିତୀୟ ବଲରେ ସିଏସ୍‌କେର ଇନ୍‌ ଫର୍ମ ଓପନର ଡେଭନ କନଓ୍ବେଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। କିନ୍ତୁ ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନ ଥିଲେ ମଧ୍ୟ ଡିଆର୍‌ଏସ୍‌ ବ୍ୟବହାର କରିପାରି ନ ଥିଲେ। କାରଣ ଫ୍ଲଡଲାଇଟ୍‌ରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଡିଆରଏସ୍‌ ଉପଲବ୍ଧ ନ ଥିଲା। ସେହି ଓଭରର ଚତୁର୍ଥ ବଲରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ ମୋଇନ ଅଲି। ଦ୍ୱିତୀୟ ଓଭରରେ ରବିନ ଉଥପ୍ପା(୧)ଙ୍କୁ ଆଉଟ୍‌ କରିଥିଲେ ଯଶପ୍ରୀତ ବୁମରା। ତା’ ପରେ ଋତୁରାଜ ଗାଏକ୍ୱାଡ (୭) ଓ ଅମ୍ବାତି ରାୟୁଡୁ (୧୦) ଆଉଟ୍‌ ହେବାରୁ ପ୍ଲାଓ୍ବରପ୍ଲେ ଶେଷ ସୁଦ୍ଧା ସିଏସ୍‌କେ ମାତ୍ର ୨୯ ରନ୍‌ରେ ଅଧା ଦଳକୁ ହରାଇ ସାରିଥିଲା। ସେଠାରୁ ଅଧିନାୟକ ଧୋନୀ ନିମ୍ନକ୍ରମର ବ୍ୟାଟର ଶିବମ ଦୁବେ(୧୨), ଡ୍ବେନ ବ୍ରାଭୋ(୧୨)ଙ୍କ ସହ ମିଶି ଦଳୀୟ ସ୍କୋରକୁ ୯୭ରେ ପହଞ୍ଚାଇଥିଲେ। ୧୫ତମ ଓଭରର ଅନ୍ତିମ ବଲରେ ଧୋନୀ ଉଇକେଟକିପର ଇଶାନ କିଷନଙ୍କ ହାତରୁ ଏକ ରନ୍‌ ଚୋରି କଲା ବେଳେ ମୁକେଶ ଚୌଧାରୀ (୪) ରନ୍‌ ଆଉଟ୍‌ ହୋଇଥିଲେ। ଫଳରେ ୧୬ ଓଭରରେ ୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ସିଏସ୍‌କେ। ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ପାଇଁ ୧୦୦ ତଳେ ଅଲଆଉଟ୍‌ ହୋଇଛି ଚେନ୍ନାଇ। ଅଧିନାୟକ ଧୋନୀ ୩୩ ବଲରେ ୩୬ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୨ ଛକା ସାମିଲ ଥିଲା। ଦଳକୁ ଅତିରିକ୍ତ ବାବଦରେ ୧୫ ରନ୍‌ ମିଳିଥିଲା। ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ରିଲେ ମେରେଡିଥ ଏବଂ କୁମାର କାର୍ତ୍ତିକେୟ ୨ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ମୁମ୍ବାଇକୁ ବି ଭଲ ଆରମ୍ଭ ମିଳି ନ ଥିଲା। ଦଳ ପ୍ରଥମ ଓଭରରେ କିଷନ (୪)ଙ୍କୁ ହରାଇଥିଲା। ଭଲ ବ୍ୟାଟିଂ କରୁଥିବା ଅଧିନାୟକ ରୋହିତ (୧୮ ରନ୍‌ ଓ ୪ ଚୌକା) ମଧ୍ୟ ବଡ଼ ଇନିଂସ ଖେଳିପାରି ନ ଥିଲେ। ଚତୁର୍ଥ ଓଭରରେ ଡାନିଏଲ ସାମ୍ସ (୧) ଓ ତ୍ରିସ୍ତାନ ଷ୍ଟବ୍ସ (୦)ଙ୍କୁ ପ୍ୟାଭିଲିଅନ ପଠାଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ ମୁକେଶ ଚୌଧାରୀ। କିନ୍ତୁ ତିଲକ ବର୍ମା ଏବଂ ହ୍ରିତିକ ଶୋକିନ(୧୮) ସିଏସ୍‌କେର କୌଣସି ବୋଲରଙ୍କୁ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ଦୁହେଁ ପଞ୍ଚମ ଉଇକେଟ ପାଇଁ ୪୮ ରନ୍‌ କରି ଚେନ୍ନାଇ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ମୁମ୍ବାଇ ୧୪.୫ ଓଭରରେ ମୁମ୍ବାଇ ୫ ଉଇକେଟ ରାଇ ୧୦୩ ରନ କରି ମ୍ୟାଚ୍‌ ଜିତି ନେଇଥିଲା।
ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପର କିଙ୍ଗ୍ସ: ୧୬ ଓଭରରେ ୯୭/ଅଲଆଉଟ୍‌(ମହେନ୍ଦ୍ର ସିଂ ଧୋନୀ-୩୬*, ଡ୍ବେନ ବ୍ରାଭୋ-୧୨, ଡାନିଏଲ ସାମ୍ସ-୩/୧୬, କୁମାର କାତ୍ତିକେୟ-୨/୨୨, ରିଲେ ମେରେଡିଥ୍‌-୨/୨୭, )।
ମୁମ୍ବାଇ ଇଣ୍ଡିଆନ୍ସ: ୧୪.୫ ଓଭରରେ ୧୦୩/୫ (ତିଲକ ବର୍ମା-୩୪*,ରୋହିତ ଶର୍ମା-୧୮, ହ୍ରିତିକ ଶୋକିନ-୧୮, ମୁକେଶ ଚୌଧାରୀ-୩/୨୩, ସିମରଜିତ ସିଂ-୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri