ସିଏସ୍‌କେର ପ୍ଲେ-ଅଫ୍‌ ବାଟ ବନ୍ଦ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫.୧ ଓଭର ପୂର୍ବରୁ ୫ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ହରାଇ ଦେଇଛି। ଏହି ପରାଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇର ପ୍ଲେ-ଅଫ୍‌ ଆଶା ଶେଷ ହୋଇଛି। ଅନ୍ୟପକ୍ଷରେ ବିଜୟ ସତ୍ତ୍ୱେ ମୁମ୍ବାଇ ୬ ପଏଣ୍ଟ ସହିତ ୧୦ମ ସ୍ଥାନରେ ରହିଛି।
ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା। ତାଙ୍କ ନିଷ୍ପତ୍ତିକୁ ଡାନିଏଲ ସାମ୍ସ ପ୍ରଥମ ଓଭରରେ ଦୁଇ ଉଇକେଟ ନେଇ ଉଚିତ ସାବ୍ୟସ୍ତ କରିଥିଲେ। ଦ୍ୱିତୀୟ ବଲରେ ସିଏସ୍‌କେର ଇନ୍‌ ଫର୍ମ ଓପନର ଡେଭନ କନଓ୍ବେଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। କିନ୍ତୁ ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନ ଥିଲେ ମଧ୍ୟ ଡିଆର୍‌ଏସ୍‌ ବ୍ୟବହାର କରିପାରି ନ ଥିଲେ। କାରଣ ଫ୍ଲଡଲାଇଟ୍‌ରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଡିଆରଏସ୍‌ ଉପଲବ୍ଧ ନ ଥିଲା। ସେହି ଓଭରର ଚତୁର୍ଥ ବଲରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ ମୋଇନ ଅଲି। ଦ୍ୱିତୀୟ ଓଭରରେ ରବିନ ଉଥପ୍ପା(୧)ଙ୍କୁ ଆଉଟ୍‌ କରିଥିଲେ ଯଶପ୍ରୀତ ବୁମରା। ତା’ ପରେ ଋତୁରାଜ ଗାଏକ୍ୱାଡ (୭) ଓ ଅମ୍ବାତି ରାୟୁଡୁ (୧୦) ଆଉଟ୍‌ ହେବାରୁ ପ୍ଲାଓ୍ବରପ୍ଲେ ଶେଷ ସୁଦ୍ଧା ସିଏସ୍‌କେ ମାତ୍ର ୨୯ ରନ୍‌ରେ ଅଧା ଦଳକୁ ହରାଇ ସାରିଥିଲା। ସେଠାରୁ ଅଧିନାୟକ ଧୋନୀ ନିମ୍ନକ୍ରମର ବ୍ୟାଟର ଶିବମ ଦୁବେ(୧୨), ଡ୍ବେନ ବ୍ରାଭୋ(୧୨)ଙ୍କ ସହ ମିଶି ଦଳୀୟ ସ୍କୋରକୁ ୯୭ରେ ପହଞ୍ଚାଇଥିଲେ। ୧୫ତମ ଓଭରର ଅନ୍ତିମ ବଲରେ ଧୋନୀ ଉଇକେଟକିପର ଇଶାନ କିଷନଙ୍କ ହାତରୁ ଏକ ରନ୍‌ ଚୋରି କଲା ବେଳେ ମୁକେଶ ଚୌଧାରୀ (୪) ରନ୍‌ ଆଉଟ୍‌ ହୋଇଥିଲେ। ଫଳରେ ୧୬ ଓଭରରେ ୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ସିଏସ୍‌କେ। ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ପାଇଁ ୧୦୦ ତଳେ ଅଲଆଉଟ୍‌ ହୋଇଛି ଚେନ୍ନାଇ। ଅଧିନାୟକ ଧୋନୀ ୩୩ ବଲରେ ୩୬ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୨ ଛକା ସାମିଲ ଥିଲା। ଦଳକୁ ଅତିରିକ୍ତ ବାବଦରେ ୧୫ ରନ୍‌ ମିଳିଥିଲା। ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ରିଲେ ମେରେଡିଥ ଏବଂ କୁମାର କାର୍ତ୍ତିକେୟ ୨ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ମୁମ୍ବାଇକୁ ବି ଭଲ ଆରମ୍ଭ ମିଳି ନ ଥିଲା। ଦଳ ପ୍ରଥମ ଓଭରରେ କିଷନ (୪)ଙ୍କୁ ହରାଇଥିଲା। ଭଲ ବ୍ୟାଟିଂ କରୁଥିବା ଅଧିନାୟକ ରୋହିତ (୧୮ ରନ୍‌ ଓ ୪ ଚୌକା) ମଧ୍ୟ ବଡ଼ ଇନିଂସ ଖେଳିପାରି ନ ଥିଲେ। ଚତୁର୍ଥ ଓଭରରେ ଡାନିଏଲ ସାମ୍ସ (୧) ଓ ତ୍ରିସ୍ତାନ ଷ୍ଟବ୍ସ (୦)ଙ୍କୁ ପ୍ୟାଭିଲିଅନ ପଠାଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ ମୁକେଶ ଚୌଧାରୀ। କିନ୍ତୁ ତିଲକ ବର୍ମା ଏବଂ ହ୍ରିତିକ ଶୋକିନ(୧୮) ସିଏସ୍‌କେର କୌଣସି ବୋଲରଙ୍କୁ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ଦୁହେଁ ପଞ୍ଚମ ଉଇକେଟ ପାଇଁ ୪୮ ରନ୍‌ କରି ଚେନ୍ନାଇ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ମୁମ୍ବାଇ ୧୪.୫ ଓଭରରେ ମୁମ୍ବାଇ ୫ ଉଇକେଟ ରାଇ ୧୦୩ ରନ କରି ମ୍ୟାଚ୍‌ ଜିତି ନେଇଥିଲା।
ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପର କିଙ୍ଗ୍ସ: ୧୬ ଓଭରରେ ୯୭/ଅଲଆଉଟ୍‌(ମହେନ୍ଦ୍ର ସିଂ ଧୋନୀ-୩୬*, ଡ୍ବେନ ବ୍ରାଭୋ-୧୨, ଡାନିଏଲ ସାମ୍ସ-୩/୧୬, କୁମାର କାତ୍ତିକେୟ-୨/୨୨, ରିଲେ ମେରେଡିଥ୍‌-୨/୨୭, )।
ମୁମ୍ବାଇ ଇଣ୍ଡିଆନ୍ସ: ୧୪.୫ ଓଭରରେ ୧୦୩/୫ (ତିଲକ ବର୍ମା-୩୪*,ରୋହିତ ଶର୍ମା-୧୮, ହ୍ରିତିକ ଶୋକିନ-୧୮, ମୁକେଶ ଚୌଧାରୀ-୩/୨୩, ସିମରଜିତ ସିଂ-୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri