କ୍ରିପ୍ଟୋକରେନ୍ସି ଆର୍ଥିକ ସ୍ଥିରତା ପ୍ରତି ବିପଦ

ମୁମ୍ବାଇ,୧୧।୨:ମୁଦ୍ରାନୀତି ଘୋଷଣା ଅବସରରେ ଆର୍‌ବିଆଇ ଗଭର୍ନର କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଡିଜିଟାଲ ମୁଦ୍ରାରେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ମନେରଖିବା ଉଚିତ ଯେ, ସେମାନେ ନିଜ ରିସ୍କରେ ନିବେଶ କରୁଛନ୍ତି। ଏହା ଆଧାରଭୂତ ସମ୍ପତ୍ତି (ଅଣ୍ଡରଲେଇଙ୍ଗ୍‌ ଆସେଟ୍‌) ନୁହେଁ। କ୍ରିପ୍ଟୋକରେନ୍ସି ଉପରେ ରିଜର୍ଭ ବ୍ୟାଙ୍କ୍‌ ଗୁରୁବାର ଏହାର ଆଭିମୁଖ୍ୟକୁ ପୁଣିଥରେ ଦୋହରାଇଛି। ଏକ୍ଷେତ୍ରରେ ଆମ ଆଭିମୁଖ୍ୟ ସ୍ପଷ୍ଟ। ଘରୋଇ କ୍ରିପ୍ଟୋଗୁଡ଼ିକୁ ମାକ୍ରୋ(ବୃହତ୍‌) ଅର୍ଥନୀତି ଓ ଆର୍ଥିକ ସ୍ଥିରତା ପ୍ରତି ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆର୍‌ବିଆଇ ଗଭର୍ନର କହିଛନ୍ତି।
ସୂଚନାଯୋଗ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ ବେଳେ ଭର୍ଚୁଆଲ ଆସେଟ୍‌ ଲାଭ ଉପରେ କ୍ରିପ୍ଟୋ ଟ୍ୟାକ୍ସ କଥା କହିଥିଲେ। ଡିଜିଟାଲ ଆସେଟ୍‌ କାରବାରରେ ୩୦ ପ୍ରତିଶତ ଟିକସ ଲାଗୁ ହେବ। ତେବେ କ୍ରିପ୍ଟୋ କରେନ୍ସି ଉପରେ ଟିକସ ଲାଗୁ ଦ୍ୱାରା ଏହା ବୈଧ ସମ୍ପତ୍ତି ହେବନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଟିକସ ନୀତିରେ ସ୍ପଷ୍ଟତା ପ୍ରଥମ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ଯଦିଓ ନୂଆ ଟିକସ ବ୍ୟବସ୍ଥା ଯୋଗୁ ନିବେଶକମାନେ କ୍ରିପ୍ଟୋରେ ନିବେଶ କରିବା ବନ୍ଦ କରିଦେବେ ବୋଲି କେତେକ କହୁଥିବାବେଳେ, ବଜେଟ ଘୋଷଣା ଦିନ କ୍ରିପ୍ଟୋକରେନ୍ସି ବିନିମୟ ୨୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା। କ୍ରିପ୍ଟୋରେ ଲୋକେ ଲାଭ ହାସଲ କରୁଥିବାରୁ ଏହା ଉପରେ ଟିକସ ଧାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଥିବା ସୀତାରାମନ୍‌ କହିଥିଲେ। କ୍ରିପ୍ଟୋ କରେନ୍ସିର ଅନ୍ତର୍ଭୂତ ମୂଲ୍ୟ ନ ଥିବାରୁ ଆର୍‌ବିଆଇ ଏହି ଡିଜିଟାଲ ଆସେଟ୍‌କୁ ବିରୋଧ କରୁଛି। ଶେୟାର ବଜାରରେ ଏକ ଅଣ୍ଡରଲେଇଙ୍ଗ୍‌ ବ୍ୟବସାୟ ଚାଲିଥିବାବେଳେ କ୍ରିପ୍ଟୋରେ ଏହା କେବଳ ଆଲ୍‌ଗୋରିଦିମ୍‌ ବୋଲି ଆର୍‌ବିଆଇ କହିଛି। କ୍ରିପ୍ଟୋ କରେନ୍ସି କାରବାରରେ ଆର୍ଥତ୍କ ସ୍ଥିରତାକୁ ନେଇ ରିଜର୍ଭ ବ୍ୟାଙ୍କ ଏକାଧିକ ଥର ଚିନ୍ତାବ୍ୟକ୍ତ କରିଆସିଛି। ଚିନ୍ତା ଏଇଥିପାଇଁ ଯେ, ଯଦି ଜଣେ ବ୍ୟକ୍ତି, ତାଙ୍କର ସମସ୍ତ କ୍ରେଡିଟ୍‌ କାର୍ଡ କିମ୍ବା ବ୍ୟକ୍ତିଗତ ଋଣ ଓ ନିବେଶକୁ କ୍ରିପ୍ଟୋରେ ଲଗାଇ ଦିଅନ୍ତି ଏବଂ ଏହା ଦ୍ରୁତ ବେଗରେ ଖସିଚାଲେ ତେବେ ସେହି ବ୍ୟାଙ୍କଗୁଡ଼ିକ ଏନ୍‌ପିଏର ସମ୍ମୁଖୀନ ହେବେ। ୨୦୨୨-୨୩ ଆର୍ଥତ୍କ ବର୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ବ୍ଲକ୍‌ଚେନ୍‌ ଓ ଅନ୍ୟ ପ୍ରଯୁକ୍ତି ବ୍ୟବହାର କରି ଡିଜିଟାଲ ମୁଦ୍ରା ଜାରି କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri