ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୧୦ା୫ ଗତ କିଛି ଦିନର ବିରତି ପରେ ପୁଣି ଥରେ ଅଶୋଧିତ ତୈଳ ଦର ଉଚ୍ଚ ପରିମାଣରେ ବୃଦ୍ଧି ପାଉଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ହୁ ହୁ ହୋଇ ତୈଳ ଦର ବଢୁଥିବା ଜଣାପଡିଛି। କ୍ରମାଗତ ୩ୟ ଦିନ ଲାଗି ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ସୋମବାର ଅଶୋଧିତ ତୈଳ ମୂଲ୍ୟ ୧୦% ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ଦରବୃଦ୍ଧି କାରଣରୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୩.୪୬ ଡଲାରରେ ରହିଛି। ଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଶେଷ ଥର ପାଇଁ ଏପ୍ରିଲ ୬ରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିଲା। ହେଲେ ଭାରତ ବଜାରରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପୂର୍ବ ପରି ସ୍ଥିର ରହିଛି। ଗତ ୩୩ ଦିନ ହେବ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି। ଗତ ମାସ ୭ ତାରିଖରୁ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି। ଇଣ୍ଡିଆନ ଅଏଲର ସୂଚନା ଅନୁସାରେ ଦେଶର ପ୍ରମୁଖ ସହର ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ୧୨୦.୫୧ ଟଙ୍କା ଥିବାବେଳେ ଡିଜେଲ ୧୦୪.୭୭ ଟଙ୍କା ରହିଛି। ସେହିପରି ଓଡିଶାରେ ପେଟ୍ରୋଲ ଦର ୧୧୨.୫୦ ଟଙ୍କା ରହିଥିବାବେଳେ ଡିଜେଲ ଦର ୧୦୨.୨୪ ଟଙ୍କା ରହିଛି। ଅପରପକ୍ଷରେ ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ୧୦୦ଟଙ୍କା ଉପରେ ରହିଛି। ମୁମ୍ବାଇ ବ୍ୟତୀତ ରାଜସ୍ଥାନର ଶ୍ରୀଗଙ୍ଗାନଗର ଓ ମଧ୍ୟ ପ୍ରଦେଶର ବାଲାଘାଟରେ ପେଟ୍ରୋଲ ୧୨୦ ଟଙ୍କା ଉପରେ ରହିଛି। ଅପରପକ୍ଷରେ ତୈଳ ଦର ହ୍ରାସ ନେଇ ନିକଟରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ରାଜ୍ୟର ତୈଳ ଟିକସ ହ୍ରାସ କରିବା ନେଇ ମଧ୍ୟ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri